PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

‘ଅଭିପ୍ସା’ ଓ ‘ଅଭିଳାଷ’ କ୍ଷୁଦ୍ର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ

ଗଞ୍ଜାମ ୧୭।୮ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ନୃତ୍ୟମ ଅନୁଷ୍ଠାନର ଗୁରୁ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ ଦୁଇଟି ଫିଲ୍ମ vocal for local festival 2020 ରେ ଶ୍ରେଷ୍ଠ ବିବେଚିତ ହୋଇଛି । ପ୍ରକାଶ ଥାଉକି କୋରୋନା ସଚେତନ ଧର୍ମି “ଅଭିଳାଷ” ଚଳଚ୍ଚିତ୍ରକୁ ଲକଡାଉନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା ।

ବର୍ତ୍ତମାନ ପୁଣି ଥରେ ଈଶା ଭିଜନର ସନ୍ନ୍ୟାସୀ ମହାରଣାଙ୍କ ଦ୍ଵାରା ପ୍ରଯୋଜିତ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦ୍ଵାରା ନିର୍ଦ୍ଦେଶିତ ସଚେତନତା ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର ” ଅଭିପ୍ସା ” କୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ Digital indian initiative festival 2020 ରେ ପ୍ରଦର୍ଶିତ ହୋଇ ଅଗଷ୍ଟ ୧୫ ତାରିଖ ଦିନ ଏହା ଶ୍ରେଷ୍ଠ ବିବେଚିତ ହୋଇଛି । ୨ଟି ଜାତୀୟ ସ୍ତରର ସମ୍ମାନ ଓ ଅଭିନେତା (T.Shivaji Das) ଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ଗଂଜାମ ମାଟି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ।

ସ୍ୱାଧୀନତା ଦିବସ ଅବସରରେ ହିଞ୍ଜିଳିକାଟୁ ମାଟି ପାଇଁ ମିଳିଥିବା ଜାତୀୟ ସମ୍ମାନ ସମସ୍ତ ପ୍ରଯୋଜନା, ନିର୍ଦ୍ଦେଶନା, କ୍ୟାମେରା ଓ ସହାୟକ ଟିମ୍ ର ମନ ଭିତରେ ନୂତନ ଶକ୍ତି ସଂଚାର କରିଛି । କ୍ଷୁଦ୍ର ଚଳଚିତ୍ର “ଅଭିପ୍ସା ” ର କୁନି କଳାକାର ଇ.ସଂଚିତା ପାତ୍ର ଓ ପ୍ରିତୀ ରଞ୍ଜନ ପ୍ରଧାନ ଙ୍କ ନିଖୁଣ ଅଭିନୟ ବିଚାରକ ମଣ୍ଡଳୀଙ୍କ ହୃଦୟ ସ୍ପର୍ଶୀ ହୋଇଛି । ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଟିମ୍ ଙ୍କ ଲଗାତାର ୨ଟି ସଫଳତା ପାଇଁ ପ୍ରଶଂସକ ମହଲ ତରଫରୁ ଅଭିନନ୍ଦନ ର ସୁଅ ଛୁଟିଛି । ଦୃଢ଼ ଅଧ୍ୟବସାୟ ଓ କଠିନ ପରିଶ୍ରମ ର ଫଳସ୍ୱରୂପ ଯୁବ ନିର୍ଦ୍ଦଶକଙ୍କୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିଛି ।