PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅଶାନ୍ତ ସମୁଦ୍ର କୂଳ ଲଂଘୁଛି,  ପୁଣି ଭାସିଗଲା ପୁରୀ-କୋଣାର୍କ ବେଳାମାର୍ଗ ଅସ୍ଥାୟୀ ସୁରକ୍ଷା ବାଡ଼

କୋଣାର୍କ,୨୫।୯ (ଆପ୍ର)  ପୁଣି ଅଶାନ୍ତ ହୋଇ ଉଠିଛି ସମୁଦ୍ର I ପୁରୀ-କୋଣାର୍କ ବେଳାମାର୍ଗ ଅସ୍ଥାୟୀ ସୁରକ୍ଷା ବାଡ଼  ସମୁଦ୍ର ଜୁଆର ମାଡ଼ରେ ଧୋଇଯାଇଛି I ବାଲିବସ୍ତ, କାଠ ବଲ୍ହାକୁ ଭସାଇନେଇଛି I ଅସୁରକ୍ଷିତ ହୋଇପଡିଛି ବେଳାମାର୍ଗ I ଚନ୍ଦ୍ରଭାଗରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ  ୩ କିମି ଏହି ରାସ୍ତା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି ।ବାରମ୍ବାର  ସମୁଦ୍ର ଅଶାନ୍ତ ହୋଇ କୂଳ ଲଙ୍ଘିବା ସହିତ ମୁଖ ରାସ୍ତା ପାର୍ଶ୍ୱକୁ ମାଡି ଆସୁଛି I

ଗତ ୧୧ ତାରିଖରେ ସମୁଦ୍ର ଉଚ୍ଚ ଜୁଆର ମାଡ଼ରେ ରାମଚଣ୍ଡୀ ମୁହାଣ ନିକଟ ବେଳାମାର୍ଗ ସୁରକ୍ଷା ପ୍ରାଚୀର ଧସିଯାଇଥିଲା I ପ୍ରାଚୀର ଭାଙ୍ଗି ବଡ଼ ବଡ଼ ପଥର ଖଣ୍ଡ ସବୁ ବେଳାଭୂମିରେ ପଡିରହିଥିଲା  I ତୁରନ୍ତ ଏନଏଚଏଆଇ ପକ୍ଷରୁ ବାଲିବସ୍ତା, ବଲ୍ହା ପକାଇ ଅସ୍ଥାୟୀ ସୁରକ୍ଷା ବାଡ଼ ନିର୍ମାଣ ହୋଇଥିଲା I ହେଲେ ଏବେ ଏହା ସୁରକ୍ଷିତ ରହୁନି I ସମୁଦ୍ର ଜୁଆର ସିଧା ସଳଖ ମୁଖ୍ୟ ରାସ୍ତାକୁ ଗିଳିବାକୁ ବସିଥିବାବେବେଳେ ଇକୋ ରିଟ୍ରୀଟ ରାସ୍ତା ପ୍ରାୟ  ଅଧା ଧସିଗଲାଣି I ଆଉ କିଛି ଦିନ ଗଲେ ରାସ୍ତା ସମ୍ପୂର୍ଣ ଧୋଇଯିବା ଆଶଙ୍କା ଦେଖାଦେଇଛି I ଏହି ରାସ୍ତା ଉପରେ ନିର୍ଭର କରୁଥିବା ପର୍ଯ୍ୟଟକ, ସ୍ଥାନୀୟ ଗ୍ରାମବାସୀମାନେ ଏବେ  ଚିନ୍ତାରେ ପଡିଛନ୍ତି । ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ  ତୁରନ୍ତ ଜିଓ ସିଂଥେଟିକ ୱାଲ ତଥା ସୁରକ୍ଷା ପାଚେରୀର ଆବଶ୍ୟକତା ରହିଛି I