ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରକ୍‌କୁ ପଛପଟୁ ପିଟିଲା ଟ୍ରକ୍, ଜୀଅନ୍ତା ଜଳିଗଲେ ଡ୍ରାଇଭର

ନୂଆପଡ଼ା, ୨୨/୦୩ : ଟ୍ରକ୍‌କୁ ପଛପଟୁ ପିଟିଲା ଟ୍ରକ୍। ଜୀଅନ୍ତା ଜଳିଗଲେ ଡ୍ରାଇଭର। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ୍ ୱେ ଚଟିଆଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଛି। 

ସୂଚନାନୁଯାୟୀ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ୍ ୱେ ଚଟିଆଗୁଡା ନିକଟରେ ଏକ ଟ୍ରକ୍‌କୁ ପଛରେ ଆସୁଥିବା ଟ୍ରକ୍‌ଟି ଭରସାମ୍ୟ ହରାଇ ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରା ଯାଇଥିବା ବେଳେ ସ୍ଟେରିଙ୍ଗ ଓ ସିଟ୍‌ରେ ଚାପି ହୋଇଥିବାରୁ ବାହାର କରି ପାରିନଥିଲେ। ଫଳରେ ଡ୍ରାଇଭର୍ ଜୀଅନ୍ତା ଜଳି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ସିନାପାଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ଡ୍ରାଇଭରଙ୍କୁ ଉଦ୍ଧାର କରି ପାରିନଥିଲେ । ଉଭୟ ଟ୍ରକ୍ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.