PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଖୋଲିବ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ, ‘ଦ ତାସକେଣ୍ଟ ଫାଇଲ୍ସ,’ର ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ,୨୬।୩: ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ନିର୍ମିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବାମାତ୍ରେ ତାହା ୟୁଟ୍ୟୁବରେ ସୃଷ୍ଟି କରିଛି ରେକର୍ଡ। ‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲରକୁ ୟୁଟ୍ୟୁବରେ ଯୋରଦାର ଦେଖିବାରେ ଲାଗିଛନ୍ତି ଦର୍ଶକ। ଫିଲ୍ମର ଟ୍ରେଲର ଆରମ୍ଭରୁ ଦେଖିବାକୁ ମିଳେ ଏକ କମିଟି  ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ କରୁଛି। ଫିଲ୍ମର ଟ୍ରେଲରରେ ମିଥୁନ ଚକ୍ରବର୍ତ୍ତୀ, ନସିରୁଦ୍ଦିନ୍ ଶାହା, ପଙ୍କଜ ତ୍ରିପାଠୀ ଖୁବ୍ ସୁନ୍ଦର ଅଭିନୟର ଜଲଓ୍ବା ଦେଖାଇଛନ୍ତି।

‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲର ୨ ମିନିଟ୍ ୪୪ ସେକେଣ୍ଡର ଅଟେ। ଟ୍ରେଲରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଳାକାରମାତେ କେବଳ ଏହା କହୁଥିବାର ଦେଖିବାକୁ ମିଳୁଛି ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ କିଭଳି ହୋଇଛି? ଟ୍ରେଲରେ କଳାକାରଙ୍କ ପ୍ରଭାବଶାଳୀ ଅଭିନୟ ଦେଖିବାକୁ ମିଳିଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଯାଇଛି। ୟୁଟ୍ୟୁବରେ ଫିଲ୍ମର ଟ୍ରେଲରକୁ ୧୯ ଲକ୍ଷରୁ ଅଧିକ ଥର ଦେଖା ସରିଛି। ଏବେ ବି ଏହାକୁ ଦେଖିବା ଜାରି ରହିଛି। ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ନସିରୁଦ୍ଦିନ୍ ଶାହା, ପଙ୍କଜ ତ୍ରିପାଠୀ, ଶ୍ବେତା ବସୁ, ପଲ୍ଲବୀ ଯୋଶୀ, ଅଙ୍କୁର ରାଠୀ, ପ୍ରକାଶ ବେଲଓ୍ବାଡି, ବିନୟ ପାଠକ, ରାଜେଶ ଶର୍ମା, ମନ୍ଦିରା ବେଦିଙ୍କ ଭଳି କଳାକାର ରହିଛନ୍ତି। ଏହି ଫିଲ୍ମକୁ ବିବେକ ଅଗ୍ନିହୋତ୍ରୀ ନିର୍ଦେଶନା ଦେଇଛନ୍ତି।

source:https://zeenews.india.com

ଫିଲ୍ମଟି ୧୨ ଅପ୍ରେଲରେ ରିଲିଜ୍ ହେବ। ଫିଲ୍ମ ନିର୍ମାତା ଓ ଫିଲ୍ମର ଟିମ୍ ଗତ ୩ ବର୍ଷ ହେବ ଏହି ଘଟଣା ଉପରେ ରିସର୍ଚ୍ଚ କରିବା ପାଇଁ ବିଶ୍ବର ବିଭିନ୍ନ ସ୍ଥାନକୁ ଯାଇ ତଥ୍ୟ ଏକାଠି କରୁଛନ୍ତି। କାରଣ ସରକାରଙ୍କ ପାଖରେ ଶାସ୍ତ୍ରୀଜିଙ୍କ ମୃତ୍ୟୁ ସମ୍ପର୍କିତ କୌଣସି ଡକ୍ୟୁମେଣ୍ଟ ନାହିଁ। ଉଲ୍ଳେଖନୀୟ ଯେ ୧୯୯୬ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଆମେରିକା ଓ ଋଷର ହସ୍ତକ୍ଷେପ କରି ଶାସ୍ତ୍ରୀଜିଙ୍କୁ ତାସକେଣ୍ଟ(ଉଜବେକିସ୍ତାନ) ଡକାଇଥିଲେ। ୧୧ ଜାନୁଆରୀ ୧୯୬୬ରେ ଯୁଦ୍ଧ ଶେ​‌ଷ ହେବା ନେଇ ଚୁକ୍ତି ଉପରେ ହସ୍ତାକ୍ଷର କରିବାର କିଛି ଘଣ୍ଟା ପରେ ଶାସ୍ତ୍ରୀଜିଙ୍କ ମୃତ୍ୟୁ ହୋଇଥିଲା। କେହି ତାଙ୍କର ହୃଦଘାତ ହୋଇଛି ବୋଲି କହୁଥିବା ବେଳେ ଅନ୍ୟ କେହି ଏହାକୁ ହତ୍ୟା ବୋଲି କହୁଛନ୍ତି। କାରଣ ଶାସ୍ତ୍ରୀଜିଙ୍କ ପୋଷ୍ଟମର୍ଟମ କରାଯାଇନଥିଲା, ତେଣୁ ତାଙ୍କର ମୃତ୍ୟୁ ଆଜି ମଧ୍ୟ ରହସ୍ୟ ହୋଇ ରହିଛି।