୧୫ ଫେବୃୟାରୀରୁ ଦେଶରେ ଲାଗୁ ହେବ ୪ ନୂଆ ନିୟମ । ମୋଦି ସରକାର ଏନେଇ ଘୋଷଣା କରିସାରିଛନ୍ତି । ଆଜି ଆମେ ଆପଣଙ୍କୁ ୧୦ ଫେବୃୟାରୀରୁ ୧୫ ଫେବୃୟାରୀ ମଧ୍ୟରେ ମୋଦି ସରକାରଙ୍କ ସମସ୍ତ ଘୋଷଣା ସମ୍ପର୍କରେ କହିବୁ । ତେବେ ଚାଲନ୍ତୁ ଜାଣିବା ଏହି ନୂଆ ନିୟମ ସମ୍ପର୍କରେ…
୧. ବିଏସଏନଏଲ୍ କମ୍ପାନୀ ହେବ ବନ୍ଦ
ଯଦି ଆପଣ ବିଏସଏନଏଲ୍ ଗ୍ରାହକ ତେବେ ଏହି ଖବର ଆପଣଙ୍କୁ ନିରାଶ କରିପାରେ । କହିରଖୁଛୁ ଏହି କମ୍ପାନୀ ବହୁତ ସମୟ ଧରି କ୍ଷତିରେ ଚାଲୁଛି । ଏଥିପାଇଁ କେନ୍ଦ୍ର ସରକାର ଏହାକୁ ବନ୍ଦ କରିବା ପାଇଁ ଚିନ୍ତା କରୁଛନ୍ତି ।
୨.ପିଏମ୍ ଶ୍ରମଯୋଗୀ ମାନଧନ ସ୍କିମ୍
ମୋଦି ସରକାର ବଜେଟ୍ ୨୦୧୯ରେ ଶ୍ରମିକଙ୍କ ପାଇଁ ଏହି ଖାସ୍ ସ୍କିମ୍ ବାହାର କରିଥିଲେ । ଏହି ସ୍କିମକୁ ନେଇ ନୂଆ ନିୟମ ୧୫ ଫେବୃୟାରୀରୁ ଲାଗୁ କରାଯିବ । ୧୫ ଫେବୃୟାରୀରୁ ଶ୍ରମିକମାନେ ଏହି ସ୍କିମ୍ ଅନୁସାରେ ପେନସନ୍ ପାଇଁ ଆବେଦନ କରିପାରିବେ । କହିରଖୁଛୁ ଏହି ସ୍କିମରେ ୧୮ରୁ ୪୦ ବର୍ଷର ସବୁ ଶ୍ରମିକ ମାସିକ ୧୫ ହଜାର ଆୟ କରିପାରିବେ ।
୩. ସିବିଏସିଇର ୧୦ମ ଓ ଦ୍ୱାଦଶ ପରୀକ୍ଷାର ପାର୍ଟନରେ ପରିବର୍ତ୍ତନ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସଇ ଛାତ୍ରଛାତ୍ରୀଙ୍କୁ ଖୁସିଖବର ଦେଇଛି । ସିବିଏସଇର ୧୦ମ ଓ ଦ୍ୱାଦଶ ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହେବ । ଏଥିରେ ବୋର୍ଡ ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବୋର୍ଡ ପରୀକ୍ଷା ପାର୍ଟନରେ ପରିବର୍ତ୍ତନ କରିଛି ଯେଉଁଥିରେ ଏବେ ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ସଂଖ୍ଯା ୧୦ ପ୍ରତିଶତରୁ ବଢାଇ ୨୫ ପ୍ରତିଶତ ହୋଇଛି ।
୪. ଟିବି ଚ୍ୟାନେଲ ଚୟନର ତିଥି ବଢିଲା
ଯଦି ଆପଣ ମଧ୍ୟ ଡିଟିଏଚ୍ କିମ୍ବା କେବଲ ଟିଭି ଦେଖୁଛନ୍ତି ତେବେ ଟ୍ରାଇ ଆପଣଙ୍କୁ ଟିକିଏ ଆସ୍ୱସ୍ତି ଦେଇଛି । ଏବେ ଗ୍ରାହକ ନିଜ ମନ ପସନ୍ଦର ଚ୍ୟାନେଲ ୩୧ ମାର୍ଚ୍ଚ ମଧ୍ୟରେ ଚୟନ କରିପାରିବେ । ଟ୍ରାଇର ନୂଆ ନିୟମ ଅନୁସାରେ ଟିଭି ଚ୍ୟାନେଲ ଚୟନ କରିବାର ତିଥି ବଢିଯାଇଛି ଯାହା ପୂର୍ବରୁ ୩୧ ଜାନୁୟାରୀ ଥିଲା ।