ଭୋଗରାଇ ୦୧/୧୨: ଆତଙ୍କ ଖେଳାଇଲା ବିଲୁଆ। ପାଗଳ ବିଲୁଆ କାମୁଡାରେ ୧୩ ଜଣ ଗୁରୁତର। ସମସ୍ତ ଗୁରୁତର ହସ୍ପିଟାଲରେ ଭର୍ତ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଥାନା ବାଗଦା ଓ କସିଆ, ଡେମୁରିଆ ଗ୍ରାମରେ ଆଜି ସକାଳୁ ଏ ପର୍ଯ୍ୟନ୍ତ ଗାଁର ୧୦ ପରିବାରର ୧୩ ଜଣକୁ ଆକ୍ରମଣ କରି ଗୁରୁତର କରିଛି ବିଲୁଆ। ଆକ୍ରମଣରେ ଶିକାର ହୋଇଥିବା ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ ପାଗଳ ବିଲୁଆକୁ ଗାଁ ଲୋକେ କାବୁ କରିଵା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।