ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ : ଏହା ୧୪୦ କୋଟି ଭାରତୀୟଙ୍କ ବିଜୟ, ଜଗନ୍ନାଥ ଧାମରେ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ଵର, ୦୫/୦୬ : ଲୋକସଭା ନିର୍ବାଚନରେ ତୃତୀୟଥର ପାଇଁ ଏନ୍‌ଡିଏର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ଭାରତ ମାତା କି ଜୟ ଏବଂ ଜୟ ଜଗନ୍ନାଥ କହି ସେ ତାଙ୍କର ଭାଷଣ ଆରମ୍ଭ କରିଥିଲେ । କହିଥିଲେ ତାଙ୍କ ପ୍ରତି ଆଶୀର୍ବାଦ କରିଥିବାରୁ ସେ ଦେଶବାସୀଙ୍କ ନିକଟରେ ଋଣି । ଆଜି ମଙ୍ଗଳବାର । ଏହି ପବିତ୍ର ଦିନରେ ଏନ୍‌ଡିଏ ଲଗାତାର ଭାବେ ତୃତୀୟଥର ସରକାର ଗଢ଼ିବା ନିଶ୍ଚିତ ହୋଇଛି । ଦେଶବାସୀ ବିଜେପି ଓ ଏନ୍‌ଡିଏ ଉପରେ ପୂର୍ଣ୍ଣ ଅସ୍ଥା ପ୍ରକଟ କରିଛନ୍ତି । ଆଜିର ଏହି ବିଜୟ ଦୁନିଆର ସର୍ବବୃହତ ଗଣତନ୍ତ୍ରର ବିଜୟ । ୧୪୦ କୋଟି ଭାରତୀୟଙ୍କ ବିଜୟ । ଏହା ଭାରତର ସମ୍ବିଧାନ ଉପରେ ଅତୁଟ ବିଶ୍ୱାସ ଓ ନିଷ୍ଠାର ବିଜୟ । ଏହା ବିକଶିତ ଭାରତ ପ୍ରାଣର ବିଜୟ । ଏହା ସବ୍‌କା ସାଥ ସବ୍‌କା ବିକାଶ ମନ୍ତ୍ରର ବିଜୟ । 

ଏହି ଅବସରରେ ପ୍ରଧାନମନ୍ତ୍ରୀ ସଫଳତାର ସହ ନିର୍ବାଚନ ସମ୍ପନ୍ନ କରିପାରିଥିବାରୁ ନିର୍ବାଚନ କମିଶନଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ୧୯୬୨ ପରେ ପ୍ରଥମଥର ପାଇଁ କୌଣସି ସରକାର ଦୁଇପାଳି ଶେଷ କରିବା ପରେ କ୍ରମାଗତ ଭାବେ ତୃତୀୟ ପାଳି କ୍ଷମତାକୁ ଫେରିଛନ୍ତି । ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନରେ ବିଜେପିକୁ ସଫଳତା ମିଳିଛି । ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଲୋକସଭା ନିର୍ବାଚନରେ ମଧ୍ୟ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିଛି । ପ୍ରଥମଥର ପାଇଁ ଜଗନ୍ନାଥଙ୍କ ଧାମରେ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜେପି କେରଳରେ ମଧ୍ୟ ଆସନ ଜିତିଛି । ଆନ୍ଧ୍ରରେ ଚନ୍ଦ୍ରବାବୁଙ୍କ ନେତୃତ୍ୱରେ ଏବଂ ବିହାରରେ ନୀତୀଶ ବାବୁଙ୍କୁ ନେତୃତ୍ୱରେ ବିଜେପି ଭଲ ପ୍ରଦର୍ଶନ କରିଛି । ଏହି ସମସ୍ତ ରାଜ୍ୟର ଲୋକଙ୍କ ପ୍ରତି ସେ କୃତଜ୍ଞତା ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ କି ଜନତା ତୃତୀୟଥର ପାଇଁ ଏନ୍‌ଡିଏ ଉପରେ ଭରସା କରିଛନ୍ତି । ଏହା ଭାରତ ଇତିହାସରେ ଏକ ଐତିହାସିକ ଉପଲବ୍ଧି ।

ଥ୍ୟାଙ୍କ୍‌ ୟୁ ଓଡି଼ଶା: ମୋଦି

ଥ୍ୟାଙ୍କ୍‌ ୟୁ ଓଡି଼ଶା । ଓଡି଼ଶାରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଓଡି଼ଶାବାସୀଙ୍କୁ ଏଭଳି ଧନ୍ୟବାଦ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, ଉତ୍ତମ ଶାସନ ଏବଂ ଓଡ଼ିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହି ବିଜୟ । ଓଡ଼ିଶାବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡି଼ଶାକୁ ପ୍ରଗତିର ନୂଆ ଉଚ୍ଚତାକୁ ନେବାରେ ବିଜେପି ସବୁପ୍ରକାର ଚେଷ୍ଟା କରିବ । ଆମର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ମୁଁ ବହୁତ ଗର୍ବିତ ।

ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ଶାହ 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମିର ସେବା କରିବାକୁ ଲୋକେ ବିଜେପିକୁ ସୁଯୋଗ ଦେଇଛନ୍ତି । ଏଥିପାଇଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହାସଲ ହୋଇଥିବା ଏହି ବିଜୟ ‘ବିକଶିତ ଭାରତ, ବିକଶିତ ଓଡ଼ିଶା'ର ସଂକଳ୍ପକୁ ସାକାର କରିବ । ମୁଁ ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ସାହିତ୍ୟକୁ ପ୍ରୋତ୍ସାହିତ କରିବୁ । ବିଜେପି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.