ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୪୬୦, ୫୨୧, ୬୦୩...ଜମ୍ମୁକାଶ୍ମୀରର ସେହି ସବୁ ସିଟ୍‌, ଯେଉଁଠି ୧୦୦୦ ଭୋଟ୍‌ ବ୍ୟବଧାନରେ ହୋଇଛି ହାର ଜିତ୍‌

Published By : Tapas Panda | October 8, 2024 9:42 PM

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିସାରିଛି । ୧୦ ବର୍ଷ ପରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ନ୍ୟାସନାଲ୍‌ କନଫରେନ୍ସ (ଏନସି) ମେଣ୍ଟକୁ ଜନତା ପୂର୍ଣ୍ଣ ବହୁମତ ଦେଇଛନ୍ତି । ଏନସି ୪୨ଟି ଆସନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୬ଟି ଆସନ । ଦୁଇ ଦଳର ଆସନ ସଂଖ୍ୟା ୪୮ ହେଉଛି । ମ୍ୟାଜିକ୍‌ ନମ୍ବରରୁ ଦୁଇଟି ସିଟ୍‌ ଅଧିକ ପାଇଛି କଂଗ୍ରେସ ଓ ଏନସି ମେଣ୍ଟ । 

ସେପଟେ ବିଜେପି ୨୯ଟି ଆସନରେ ବିଜୟୀ ହୋଇଛି । ସେହିଭଳି ମେହବୁବା ମୁଫତିଙ୍କ ପିଡିପିକୁ ୩ଟି ଆସନ ମିଳିଥିବା ବେଳେ ପିପୁଲ୍ସ କନଫରେନ୍ସ, ଆପ୍‌, ସିପିଆଇ (ଏମ)କୁ ଗୋଟିଏ ଲେଖାଏଁ ଆସନ ମିଳିଛି । ୭ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ବିଜୟ ବାନା ଉଡ଼ାଇଛନ୍ତି । ବିଜେପି ସମସ୍ତ ୨୯ଟି ସିଟ୍‌ ଜମ୍ମୁ କ୍ଷେତ୍ରରୁ ହିଁ ଜିତିଛି । କିନ୍ତୁ ଏନସି କାଶ୍ମୀର ରିଜିଅନ୍‌ରୁ ଅଧିକ ଆସନ ହାସଲ କରିଛି । ତେବେ ପ୍ରଚଣ୍ଡ ବିଜୟ ପରେ ଏନସିର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ, ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ । 

ମଙ୍ଗଳବାର ଭୋଟ ଗଣତି ହୋଇଥିବା ବେଳେ ବହୁ ନେତା କମ୍‌ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ୧୦୦୦ରୁ କମ୍‌ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା ନେତାମାନଙ୍କ ମଧ୍ୟରେ ଅନେକ ହେଭିଓ୍ବେଟ୍‌ ବି ସାମିଲ ଅଛନ୍ତି । ପଟ୍ଟନ ଆସନରୁ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ଜାଭେଦ ରିୟାଜ ୬୦୩ ଭୋଟରେ ବିଜୟୀ ହୋଇଛନ୍ତି । ଦ୍ବିତୀୟ ସ୍ଥାନରେ ପିପୁଲ୍ସ କନଫରେନ୍ସ ପ୍ରାର୍ଥୀ ରହିଛନ୍ତି । ଦେବସର ଆସନରୁ ଏନସିର ପୀରଜାଦା ଫିରୋଜ ଅହମଦ ପିଡିପିର ମହମ୍ମଦ ସର୍ତାଜଙ୍କୁ ୮୪୦ ଭୋଟରେ ପରାସ୍ତ କରିଛନ୍ତି । 

କିସ୍ତଓ୍ବାଡରୁ ଶଗୁନ ପରିହାର ୫୨୧ ଭୋଟରେ ବିଜୟୀ ହୋଇଥିବା ବେଳେ ସେ ଏନସିର ପ୍ରାର୍ଥୀ ସଜ୍ଜାଦ ଅହମଦ କିଚଲୁଙ୍କ ହରାଇଛନ୍ତି । ବାନ୍ଦୀପୁରା ଆସନରୁ କଂଗ୍ରେସ ପ୍ରାର୍ଥୀ ନିଜାମ ଭଟ୍ଟ ସ୍ବାଧୀନ ପ୍ରାର୍ଥୀ ଉସ୍ମାନ ଅବଦୁଲଙ୍କୁ ୮୧୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ତ୍ରାଲ୍‌ ଆସନରେ ପିଡିପିର ରଫିକ୍‌ ଅହମ ନାଇକ ୪୬୦ ଭୋଟରେ ବିଜୟୀ ହୋଇଛନ୍ତି । ସେହିଭଳି ହନ୍ଦଓ୍ବାଡାରୁ ପିପୁଲ୍ସ କନଫରେନ୍ସ ପ୍ରାର୍ଥୀ ୬୬୨ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଇନ୍ଦରଓ୍ବାଲ ସିଟ୍‌ରୁ ପ୍ୟାରେଲାଲ ଶର୍ମା ୬୪୩ ଭୋଟରେ ସ୍ବାଧୀନ ପ୍ରାର୍ଥୀ ଗୁଲାମ ମହମ୍ମଦଙ୍କୁ ହରାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.