ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ବାଘ ଆତଙ୍କ, ମଇଁଷି ଛୁଆକୁ ମାରିଲା

Published By : Prameya | March 31, 2024 5:08 PM

ଭଞ୍ଜନଗର,୩୧।୩ - ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଏବେ ବାଘ ଆତଙ୍କ ଦେଖିବାକୁ ମିଳିଛି।  ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜଗଡ଼ ରେଞ୍ଜ ର ଗୌଡ଼ବନ୍ଦର ଗ୍ରାମରେ ଗତ ରାତିରେ ବାଘ ଏକ ମଇଁଷି ଛୁଆ କୁ ଆକ୍ରମଣ କରି ମାରିଦେଇଛି । 

 ଭିତିରି ବେଡିଗୋବା ଗ୍ରାମରେ ଗତ ୨୯ତାରିଖ ବାଘ ଏକ ବଳଦ କୁ ମାରି ଟାଣି ନେଇ ନିକଟ ଜଙ୍ଗଲରେ ଖାଇଥିବା ଜଣାପଡିଛି। ଗ୍ରାମର କପିଳ କହଁର ଗାଇ ବଳଦ ଘର ମୁଁହ ଖୁଣ୍ଟରେ ବନ୍ଧା ହୋଇଥିବା ବେଳେ ଗତ ମଧ୍ୟ ରାତ୍ରୀରେ ଏକ ବାଘ ଘର ମୁହଁରୁ ବଳଦକୁ ଘୋଷାଡି ନେଇ ଜଙ୍ଗଲ ନିକଟ ଏକ ଝରଣା କୂଳରେ ତାକୁ ମାରି ଖାଇଛି।ଏପଟେ ଗୌଡ଼ ବନ୍ଦର ଗ୍ରାମରେ ମଧ୍ୟ ଗତ ରାତିରେ ଏକ ମଇଁଷି ଛୁଆ କୁ ଗୋଠ ରେ ପଶି ଆକ୍ରମଣ କରି ମାରିଦେଇଛି lଗ୍ରାମବାସୀ ସମ୍ପୂର୍ଣ ଭୟଭୀତ ହୋଇପଡିଛନ୍ତି lବନ ବିଭାଗ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି l ଲୋକ ଭୟଭୀତ ହୋଇ ସନ୍ଧ୍ୟା ହେଲେ ଘରୁ ବାହାରିପରୁନାହାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.