PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବନ୍ୟା ପାଇଁ ଚିଡିଆଖାନାରୁ ଗାଁରେ ପଶିଲା ବାଘ,ଚାରିଆଡେ ପାଣି ଦେଖି ଖଟ ଉପରେ ଶୋଇପଡିଲା

ଗୌହାଟି,୧୮।୭: ଏବେ ଆସାମରେ ସୃଷ୍ଟି ହୋଇଛି ପ୍ରବଳ ବନ୍ୟା। ଯାହା କାରଣରୁ ମଣି​‌ଷ ନୁହେଁ ବଂର ଜଙ୍ଗଲର ଜନ୍ତୁମାନେ ମଧ୍ୟ ଖୁବ୍ ସମସ୍ୟାରେ ପଡିଯାଇଛନ୍ତି। ସମସ୍ତେ ନିଜର ଜୀବନ ବଞ୍ଚାଇବାରେ ଲାଗିପଡିଛନ୍ତି। ଏହା ମଧ୍ୟରେ ଆସାମର କାଜିରଙ୍ଗ ନ୍ୟାସନାଲ ପାର୍କରେ ଥିବା ଏକ ଗାଁ ହରମାତିରେ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ସମ୍ପୂର୍ଣ୍ଣ ଗାଁରେ ଆତଙ୍କିତ ପରିବେଶ ସୃଷ୍ଟି ହୋଇଯାଇଛି। କାରଣ କାଜିରଙ୍ଗା ପାର୍କ ବନ୍ୟା ଯୋଗୁଁ ପ୍ରଭାବିତ ହେବା କାରଣରୁ ଗାଁ ଭିତରକୁ ପଶି ଯାଇଥିଲା ଏକ ବାଘ। କେବଳ ସେତିକି ନୁହେଁ ବନ୍ୟା ପାଣିରେ ଚିନ୍ତାରେ ପଡିଯାଇ ସିଧା ଯାଇ ଜଣଙ୍କ ଘରେ ପଶିଯାଇ ତାଙ୍କର ଖଟ ଉପରେ ଯାଇ ବିଶ୍ରାମ ନେଇଥିଲା ବାଘ।

ଏହି ଘଟଣାର ଫଟୋ ଓ୍ବାଇଲ୍ଡ ଲାଇଫ୍ ଟ୍ରଷ୍ଟ ଇଣ୍ଡିଆର ଟ୍ବିଟର ହ୍ୟାଣ୍ଡେଲରେ ଜାରି କରାଯାଇଛି। ଫଟୋରେ ଦେଖିବାକୁ ମିଳୁଛି ଯେଉଁ ଘରେ ବାଘ ଆରାମ କରୁଛି ତା’ର ଆଖପାଖରେ ମଧ୍ୟ ପାଣି ଜମି ରହିଛି।ଏହି ଘରର ସଦସ୍ୟମାନେ ଯେତେବେଳେ ତାଙ୍କ ଘର ଖଟ ଉପରେ ବାଘ ଶୋଇଥିବାର ଦେଖିବାକୁ ପାଇଥିଲେ ଖୁବ୍ ଆତଙ୍କିତ ହୋଇପଡିଥିଲେ। ଗାଁ ଲୋକେ ଏହାର ସୂଚନା ପ୍ରଶାସନକୁ ଦେଇଥିଲେ।

ଏହାପରେ ଉଦ୍ଧାରକାରୀ ଦଳ ସେଠାରେ ପହଁଞ୍ଚି ବାଘକୁ ସାଙ୍ଗରେ ନେଇ ସୁରକ୍ଷିତ ସ୍ଥାନରେ ଛାଡିଥିଲେ। ଏହାଛଡା ଗାଁ ଲୋକଙ୍କୁ ମଧ୍ୟ ସତର୍କ କରିଦିଆଯାଇଛି କାଜିରଙ୍ଗା ନ୍ୟାସନାଲ ପାର୍କରେ ପାଣି ଭରିଯାଇଥିବାରୁ ସେଠାରେ ଥିବା ପଶୁମାନେ ଏଠାକୁ ଆସିପାରନ୍ତି।