ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଳି ଫୁଟିବା ଭଳି ଗର୍ଜନ କରୁଛି କ୍ଷୁଦ୍ର ମାଛ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୦୧/୦୩: ବିଶ୍ୱର ସବୁଠୁ କ୍ଷୁଦ୍ର ମାଛ । କିନ୍ତୁ ଶବ୍ଦ କରୁଛି ବିମାନର ଇଞ୍ଜିନ୍ ଭଳି । ଏହି ମାଛର ଲମ୍ବ ପ୍ରାୟ ଅଧ ଇଞ୍ଚରୁ କମ୍ । କହିବାକୁ ଗଲେ ମଣିଷ ଅଙ୍ଗୁଠି ଆକାର ସହ ସମାନ ଏହି ମାଛ । ଯାହାର ନାଁ ଡାନିଏଲ୍ ସେରେବ୍ରମ୍ । 

ଏହି ମାଛକୁ ୩ ବର୍ଷ ତଳେ ୨୦୨୧ ମସିହାରେ ମିଆଁମାରରୁ ଠାବ କରା ଯାଇଥିଲା । ମାଛକୁ ନେଇ ପିଏନଏଏସ୍ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି । ୧୨ ଏମ୍ଏମ୍ ଲମ୍ବର ମାଛ ଡାନିଏଲ୍ ସେରେବ୍ରମ୍ ୧୪୦ ଡେସିବେଲରୁ ଅଧିକ ତୀବ୍ରତାର ଶବ୍ଦ କରୁଛି । ଯାହାକି ଏକ ଆମ୍ବୁଲାନ୍ସର ସାଇରନ୍ ଶବ୍ଦ ସମାନ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକ ହାତୀ ତାର ବିଶାଳ ଶୁଣ୍ଢ ଦ୍ୱାରା ୧୨୫ ଡେସିବେଲର ଶବ୍ଦ ସୃଷ୍ଟି କରିପାରେ । କିନ୍ତୁ ଡାନିଏଲ୍ ସେରେବ୍ରମ୍ ଆକାରରେ କ୍ଷୁଦ୍ର ହୋଇଥିଲେ ବି ତାର ଶବ୍ଦ ହାତୀର ଗର୍ଜନ ଠାରୁ ଢ଼େର୍ ଅଧିକ ।

ସାଧାରଣତଃ ମାଛ ପାଣିରେ ପହଁରିବା ବେଳେ ଶବ୍ଦ କରିଥାନ୍ତି । ତେବେ ଡାନିଏଲ୍ ସେରେବ୍ରମ୍ କ୍ଷେତ୍ରରେ ଏହା ଭିନ୍ନ ବୋଲି ଜାଣି ପାରିଛନ୍ତି ବୈଜ୍ଞାନିକ । ଅଧ୍ୟୟନ ଅନୁସାରେ, ଡାନିଏଲ୍ ସେରେବ୍ରମର ହୃତସ୍ପନ୍ଦନ ସମୟରେ ସୃଷ୍ଟି ହେଉଛି ଏହି ଶବ୍ଦ । ଏହି ମାଛର ମସ୍ତିଷ୍କ ବେଶ୍ ଛୋଟ ହୋଇଥିବା ବେଳେ ପହଁରିବା ବେଳେ କୌଣସି ଶବ୍ଦ ହେଉ ନାହିଁ ।

ବର୍ଲିନ୍ ଚାରିଟି ବିଶ୍ୱବିଦ୍ୟାଳୟର ଅଧ୍ୟୟନକାରୀ ଡାନିଏଲ୍ ସେରେବ୍ରମକୁ ନେଇ ଏହି ଖୁଲାସା କରିଛନ୍ତି । ମାଛର ଶବ୍ଦକୁ ଜାଣିବା ପାଇଁ ବୈଜ୍ଞାନିକ ଭିଡିଓ ଅଡିଓ ରେକର୍ଡ କରିଥିଲେ । ତେବେ ଅଧ୍ୟୟନରୁ ଜଣାପଡ଼ିଛି ଡାନିଏଲ୍ ସେରେବ୍ରମର ପୁରୁଷ ମାଛ ଅଧିକ ଶବ୍ଦ କରୁଥିବା ବେଳେ ମହିଳା ମାଛ ଏତେ ଶବ୍ଦ କରୁ ନାହାନ୍ତି । ତେବେ ବିଶ୍ୱର ସବୁଠୁ କ୍ଷୁଦ୍ର ମାଛ ଏତେ ଜୋରରେ ଶବ୍ଦ ପଛର ପ୍ରକୃତ କାରଣ ଖୋଜି ପାଇ ନାହାନ୍ତି ବୈଜ୍ଞାନିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.