ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଲେଟ୍‌ରେ ୨୧ ହଜାର କିମି ନିର୍ବାଚନ ପ୍ରଚାର କରିବେ ରାଜଲକ୍ଷ୍ମୀ, ମୋଦିଙ୍କର ଜଣେ ବଡ଼ ଫ୍ୟାନ୍

ଭୁବନେଶ୍ଵର, ୧୩/୦୪ : ଦକ୍ଷିଣ ଭାରତ ବାସିନ୍ଦା ରାଜଲକ୍ଷ୍ମୀ ନିଆରା ଢଙ୍ଗରେ ନିର୍ବାଚନ ପ୍ରଚାର କରୁଛନ୍ତି । ଏଥିପାଇଁ ସେ ବୁଲେଟ୍‌ରେ ଯାତ୍ରା କରୁଛନ୍ତି । ଦେଶବାସୀଙ୍କୁ ଭୋଟ୍‌ ଦେବା ପାଇଁ ପ୍ରୋତ୍ସାହିତ କରିବା ଲାଗି ବୁଲେଟ୍‌ରେ ୨୧ ହଜାର କିମି ଯାତ୍ରା ଅଭିଯାନରେ ସେ ବାହାରିଛନ୍ତି । ଅଦ୍ୟାବଧି ସେ ୧୮ ହଜାର କିମିରୁ ଅଧିକ ଯାତ୍ରା କରିସାରିଛନ୍ତି । ଦିଲ୍ଲୀରେ ପହଞ୍ଚି ଯାତ୍ରା ଶେଷ କରିବେ । 

ରାଜଲକ୍ଷ୍ମୀ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜଣେ ବହୁତ ବଡ଼ ପ୍ରଶଂସକ । ମୋଦିଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ କରିବାକୁ ସେ ‘ଭୋଟ୍‌ ଫର୍‌ ନେସନ୍‌, ଭୋଟ୍‌ ଫର୍‌ ମୋଦି’ ସ୍ଲୋଗାନ୍‌ ସହିତ ଏହି ଯାତ୍ରାରେ ବାହାରିଛନ୍ତି । ସେ କହିଛନ୍ତି, ୨୦୧୯ ମସିହାରେ ବାଇକ୍‌ ଯାତ୍ରା କରି ସେ ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ମୋଦି ୨ଟି ପ୍ରଶ୍ନ ପଚାରିଥିଲେ । ଜନତା କ’ଣ ଭାବୁଛନ୍ତି ଓ ଜନତାଙ୍କର କ’ଣ ଆବଶ୍ୟକ? ଏହା ପରେ ସେ ବୁଲେଟ୍‌ ଯାତ୍ରା ଆରମ୍ଭ କଲେ । ରାଜଲକ୍ଷ୍ମୀ କହନ୍ତି ‘ଧାରା ୩୭୦ ଉଚ୍ଛେଦ ପରେ ମୁଁ ତାମିଲନାଡୁରୁ ଯାତ୍ରା ଆରମ୍ଭ କରି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାର ଯାତ୍ରା କରିଛି । ଏବେ ଉତ୍ତରପ୍ରଦେଶର କାନପୁରରେ ପହଞ୍ଚିଛି । ଏଠାରୁ ମୋ ଯାତ୍ରାର ଶେଷ ପର୍ଯ୍ୟାୟ କାନପୁରରେ ଶେଷ ହେବ ।’ ସେ ଦିନକୁ ପ୍ରାୟ ୩୦୦ କିମି ଯାତ୍ରା କରୁଛନ୍ତି । ରାଜଲକ୍ଷ୍ମୀ କହିଛନ୍ତି, ଅଣ୍ଟାରେ ବେଲ୍ଟ ବାନ୍ଧି ସାଢ଼େ ୯ ଟନ୍‌ ଓଜନର ଟ୍ରକ୍‌ ଟାଣିଥିବା ଭାରତର ସେ ପ୍ରଥମ ମହିଳା । ସେଥିପାଇଁ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ରେ ତାଙ୍କ ନାଁ ସ୍ଥାନ ପାଇଥିଲା । ନାରୀ ସଶକ୍ତୀକରଣ ପାଇଁ ମଧ୍ୟ ସେ କାମ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.