PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆଜିର ରାଶିଫଳ (୬/୨, ବୁଧବାର)

ମେଷ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ଯେ କୌଣସି ଉପାୟରେ କାର୍ଯ୍ୟ ହାସଲ କରିବେ । ସାଂସାରିକ ଉନ୍ନତି କରିବେ । ମହିଳାମାନେ ଆଦର ସମ୍ମାନ ପାଇବେ । ଚାକିରିରେ ନିଷ୍ଠାପର ରହିବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

ବୃଷ- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସହଯୋଗ ପାଇବେ । ସାଂସାରିକ ଚଳଚଞ୍ଚଳ ରହିବେ । ଚାକିରିରେ ପଦୋନ୍ନତି ହେବ । ପ୍ରଶାସନିକ ଦାୟିତ୍ୱବୋଧ ରହିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସୁଫଳ ମିଳିବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମିଥୁନ- କୃଷ୍ଣପକ୍ଷ ନବମରେ ଘାତଚନ୍ଦ୍ର ହେତୁ କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଉତ୍ତେଜନା ରହିବ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

କର୍କଟ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି । ସାଂସାରିକ କଳହ ଓ ଅଶାନ୍ତି ରହିବ । ଚାକିରିରେ କାର୍ଯ୍ୟଭାର ରହିବ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

ସିଂହ- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ସାଂସାରିକ ଦ୍ରବ୍ୟାଦି ଲାଭ କରିବେ । ମହିଳାମାନେ ଆଦର ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

କନ୍ୟା- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୃଢ଼ ମନୋବଳ ପାଇଁ ସଫଳତାର ଶୀର୍ଷରେ ପହଞ୍ଚିବେ । ସାଂସାରିକ ଆର୍ଥିକ ଉନ୍ନତି କରିବେ । ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ । ଶୁଭଅଙ୍କ-୬, ଶୁଭରଙ୍ଗ-ସିଲ୍‌ଭର ।

ତୁଳା- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

ବିଛା- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଖର୍ଚ୍ଚାନ୍ତ ରହିବେ । ସାଂସାରିକ ପଡ଼ୋଶୀଙ୍କ ଅସହଯୋଗ ରହିବ । ଚାକିରିରେ କର୍ତ୍ତୃପକ୍ଷଙ୍କର ଚାପ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ଧନୁ- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସ୍ୱାଧୀନତା ରହିବ । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ମକର- ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତିଟି କାର୍ଯ୍ୟରେ ଆଗେଇ ଚାଲିବେ । ସାଂସାରିକ ସୁଖୀ ରହିବେ । ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭଅଙ୍କ-୬, ଶୁଭରଙ୍ଗ-ସିଲ୍‌ଭର ।

କୁମ୍ଭ- ଶ୍ରୀଚନ୍ଦ୍ର କାରଣରୁ କର୍ମ କ୍ଷେତ୍ରରେ ସୁଖ ସମ୍ମାନ ପାଇବେ । ସାଂସାରିକ ଅତିଥିଙ୍କ ଆଗମନ ହୋଇପାରେ । ମହିଳାମାନେ ପରିଶ୍ରମୀ ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ମୀନ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ବ୍ୟୟବହୁଳ ରହିବ । ସାଂସାରିକ ଭ୍ରମଣଜନିତ କଷ୍ଟ ପାଇପାରେ । ପରବହନ ଓ ବାଣିଜ୍ୟରେ ମାନ୍ଦା ପରିସ୍ଥିତି ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।