ଆଜିର ରାଶିଫଳ(୨୪/୧, ଗୁରୁବାର)

ମେଷ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଉଦାସ ଭିତରେ ଗତି କରିବେ । ଚାକିରିରେ ଅସହଯୋଗ ମନେ ହେବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ବୃଷ- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ଉତ୍ତମ ବୁଝାମଣା ରହିବ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ମହିଳାମାନେ ପରିଶ୍ରମୀ ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭଅଙ୍କ-୮, ଶୁଭ ରଙ୍ଗ-କଳା ।
ମିଥୁନ- ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦେହ ଓ ମନ ଭଲ ରହିବ । କେତେକ କାର୍ଯ୍ୟକୁ ସମାପନ କରି ଆଶ୍ୱସ୍ତି ହେବେ । ରାଜନୀତିରେ ସଫଳ ହେବେ । ପ୍ରଶାସନିକ କାର୍ଯ୍ୟଦକ୍ଷ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କର୍କଟ- କୃଷ୍ଣପକ୍ଷ ଦ୍ୱିତୀୟରେ ଘାତଚନ୍ଦ୍ର କାରଣରୁ ନାନା ସମସ୍ୟା ଭିତରେ ଛନ୍ଦି ହେବେ । ଆଶା ଅପୂର୍ଣ୍ଣ ରହିବ । ସାଂସାରିକ ଆୟ ହ୍ରାସ ପାଇବ । ମହିଳାମାନେ ହତୋତ୍ସାହ ରହିବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।
ସିଂହ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଉଚ୍ଚ ଆଶା ସଫଳ ହେବ । ସାଂସାରିକ ଆଦର ସମ୍ମାନ ପାଇବେ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
କନ୍ୟା- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସାଂସାରିକ ତିର୍ଥାଦି ଭ୍ରମଣ କରିବାର ସୁଯୋଗ ପାଇବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭଅଙ୍କ-୬, ଶୁଭରଙ୍ଗ-ସିଲ୍ଭର ।
ତୁଳା- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ବେଶ ଉତ୍ତମ ଫଳ ମିଳିବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ରାଜନୀତିରେ ଓ ପ୍ରଶାସନିକ ଲୋକ ସମ୍ପର୍କ ବୃଦ୍ଧି ପାଇବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍ଭର ।
ବିଛା- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଉନ୍ନତି କରିବେ । ସାଂସାରିକ ବସ୍ତ୍ରାଦି ଆଭୁଷଣ ପ୍ରାପ୍ତି ହେବ । ଚାକିରିରେ ପଦ ମର୍ଯ୍ୟାଦା ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ନୂତନତା ଆସିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ଧନୁ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କାର୍ଯ୍ୟରେ ପ୍ରତିକୂଳତା ରହିବ । ସାଂସାରିକ ଧର୍ମାଦି କାର୍ଯ୍ୟରେ ବ୍ୟୟ କରି ଅଭାବରେ ପଡ଼ିବେ । ଚାକିରିରେ ଅବହେଳା ରହିବ । ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ମକର- ଅଷ୍ଟମ ଭାବରେ ଘାତଚନ୍ଦ୍ର କାରଣରୁ କର୍ମ କ୍ଷେତ୍ରରେ ଜଟୀଳ ପରିସ୍ଥିତି ରହିବ । ସାଂସାରିକ ଅର୍ଥାଭାବ ରହିବ । ମହିଳାମାନେ ନିଜକୁ ହେୟ ମନେ କରିବେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭଅଙ୍କ-୬, ଶୁଭରଙ୍ଗ-ସବୁଜ ।
କୁମ୍ଭ- ସପ୍ତମ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ସୁଖ ସମ୍ମାନ ପାଇବେ । ଉଭୟେ ପ୍ରେମ ସ ସାଂସାରିକ ମଧୁର ସମ୍ପର୍କ ରହିବ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ମୀନ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ସାଂସାରିକ ଆଶା ପୂରଣ ହେବ । ରାଜନୀତିରେ ସକ୍ରିୟ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।