ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଆଜିଠାରୁ ପ୍ରସିଦ୍ଧ କୁମ୍ଭମେଳା, ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥ ମେଳି

ଭୁବନେଶ୍ୱର,୨୮/୦୧: ଆଜିଠୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଛି । ଠାକୁର ଅନନ୍ତ କେଶରୀ ଦେବ ଶନିବାର ସନ୍ଧ୍ୟାରେ ଜାଗମରା ନାଗା ମଠରୁ ସୁସଜ୍ଜିତ ବିମାନରେ ବାହାରିିବେ । ସେଠାରୁ ବାଜା, ବାଣ ରୋଷଣୀ ମାଧ୍ୟମରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିସ୍ଥିତ ରାଣୀହଂସପୁରରେ ବିଜେ ହେବା ସହ ମାଘସ୍ନାନ କରିବେ । ପୁଣି ରାତିରେ ନାଗା ମଠକୁ ଫେରି ଆସିବେ । ଠାକୁରଙ୍କ ଏହି ଯାତ୍ରା ପାଇଁ ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

{"id":527395,"sizeSlug":"large","linkDestination":"none"}

ଦୂରଦୂରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଖଣ୍ଡଗିରିସ୍ଥିତ ପତିତପାବନୀ ଗୁପ୍ତଗଙ୍ଗା, ଆକାଶ ଗଙ୍ଗା ଓ ରାଧାକୁଣ୍ଡର ପବିତ୍ର ଜଳରେ ସ୍ନାନକରି ଏଠାରେ ଭଜନ କୀର୍ତ୍ତନ ଆରମ୍ଭ କରିବେ । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହିତ ଗୁମ୍ଫା ସଂଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆରମ୍ଭ ହେବ । ଶନିବାର ଠାରୁ ମଧ୍ୟ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ମେଳାର ଶେଷଦିନ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ । ପ୍ରାୟ ୨୦ ଦିନ ଧରି ଏଠାରେ ଦୋକାନ ବଜାର ଲାଗି ରହିବ । ମେଳାପାଇଁ ଅପେରା ପାର୍ଟି ଗୁଡ଼ିକର ଟେଣ୍ଟ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବ୍ୟାନର୍‌ ଓ ହୋର୍ଡିଂମାନ ଟଙ୍ଗାଇ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଏହି ମେଳାରେ ଖଣ୍ଡଗିରି ନିକଟସ୍ଥ ଜାଗମରା, ଗଣ୍ଡମୁଣ୍ଡା, ବରମୁଣ୍ଡା, ଆଇଗିଣିଆ, ଡୁମୁଡ଼ୁମା, ଘାଟିକିଆ ଓ ଭରତପୁର ଆଦି ଗ୍ରାମର ଲୋକମାନେ ଓତୋପ୍ରୋତଃଭାବେ ଜଡ଼ିତ ହୋଇଥିବା ବେଳେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହେବ ।

wp:heading

ଡ଼େରା ପକାଇଲେଣି ବେପାରୀ

/wp:heading {"id":527396,"sizeSlug":"full","linkDestination":"none"}

ମେଳା ଉପଲକ୍ଷେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବେପାରିମାନେ ଯିଏ ଯାହାର ଟେଣ୍ଟ୍‌କୁ ଆକର୍ଷଣୀୟ କରି ଗଢ଼ି ତୋଳିବାରେ ଲାଗି ପଡ଼ିଛନ୍ତି । କେତେକ ଦୋକାନୀ ପସରା ମେଲାଇ ବ୍ୟବସାୟ ଆରମ୍ଭ କରିଦେଲେଣି । ମେଳା ଉପଲକ୍ଷେ ମୀନାବଜାର ଠାରୁ ଆରମ୍ଭ କରି ସର୍କସ ପାର୍ଟି, ମନୋହରି ଦୋକାନ, ଜଳଖିଆ ଦୋକାନ, ବାଉଁଶ ତିଆରି ସାମଗ୍ରୀ, କାଠ ସାମଗ୍ରୀ, ମାଟିପାତ୍ର ଓ ବିଭିନ୍ନ ଅଞ୍ଚଳର କାରୀଗରି ଜିନିଷର ହାଟ ବସିବ । ଏଥର ମେଳାରେ ମୀନାବଜାରରେ ଚକ୍ରି ଦୋଳି ସାଙ୍ଗକୁ ବ୍ରେକ୍‌ ଡ୍ୟାନ୍ସ, ପିଲାମାନଙ୍କ ପାଇଁ ଡ୍ରାଗନ୍‌ ଟ୍ରେନ୍‌, ଚାନ୍ଦ୍‌ତାରା, କୁନିକୁନି ପିଲାଙ୍କ ପାଇଁ ଘୋଡ଼ା ଓ କାର୍‌ ଚକ୍ରି ଖେଳ ଆଦିର ମଜାନେବେ କୁନିପିଲା ଓ ଯୁବପିଢ଼ୀ । ସେହିପରି ଆଠଗଡ଼ର ତିଗିରିଆର ବଳଭଦ୍ର ଗୁରୁ ଓ ତାଙ୍କ ମା’ ବାଉଁଶ ତିଆରି କୁଲା, ଡ଼ାଲା, ବାଉଁଶିଆଠାରୁ ଆରମ୍ଭକରି ବିଞ୍ଛଣା ପର୍ଯ୍ୟନ୍ତ ସବୁକିଛି ଆଣି ଆସିଛନ୍ତି । ପ୍ରତିବର୍ଷ ମେଳାରୁ ସେ କିଛି ଲାଭ ପାଉଥିବା ବେଳେ ଚଳିତବର୍ଷ ଅଧିକ ଜିନିଷ ଆଣି ଆସିଥିବା କହିଛନ୍ତି ।

wp:heading

ସାଧୁସନ୍ଥଙ୍କ ମେଳି

/wp:heading

ମାଘ ସପ୍ତମୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରିରେ ଜପତପ କରିଥାନ୍ତି । ଏଠାରେ ଖଣ୍ଡଖିରି ସେବନ କରି ଜପତପ କରିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିବା ସହ ସମସ୍ତ ରୋଗରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ଖଣ୍ଡଗିରି ମେଳାରେ ଯୋଗ ଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇ ଗଲାଣି । ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟା, କାଶୀ ବିଶ୍ୱନାଥ, ବୃନ୍ଦାବନ, ପୁରୀ, କେନ୍ଦ୍ରାପଡ଼ା ଆଦି ସ୍ଥାନମାନଙ୍କରୁ ପ୍ରାୟ ୨୦୦ ସାଧୁସନ୍ଥ ଆସି ଖଣ୍ଡଗିରିରେ ପହଞ୍ଚି ଗଲେଣି । ନାଗାସନ୍ୟାସୀମାନେ ମଧ୍ୟ ଆସି ପହଞ୍ଚିଲେଣି । କେତେକ ସାଧୁସନ୍ଥଙ୍କ ଚେଲାଚାମୁଣ୍ଡାମାନେ ଆସି ଯଜ୍ଞକୁଣ୍ଡ ନିର୍ମାଣ କରିବାରେ ଲାଗି ପଡ଼ିଛନ୍ତି । ଆଉ ୫ ଶହରୁ ଅଧିକ ସାଧୁସନ୍ଥ ଆସି ମେଳାରେ ଯୋଗଦେବେ ବୋଲି ଜଣାପଡ଼ିଛି । ତେବେ ୨ ବର୍ଷ ଧରି ଖଣ୍ଡଗିରି ମେଳାରେ ମୁଖ୍ୟ ଆକର୍ଷଣ ସାଜିଥିବା ଷ୍ଟାଣ୍ଡିଂ ବାବା, ଡାକ୍ତର ବାବା, ଓମ୍‌ପୁରୀ ବାବା ମଧ୍ୟ ଆସି ପହଞ୍ଚି ଯାଇଛନ୍ତି । ଶନିବାର ଠାରୁ ସାଧୁସନ୍ଥଙ୍କ ଧର୍ମଚର୍ଚ୍ଚା ସହିତ ଯଜ୍ଞ ଓ ରାମଚରିତ ମାନସ ପାଠ ଇତ୍ୟାଦି ଚାଲିବ । ମାଘ ସପ୍ତମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ଆହୁରି ଅଧିକ ସଂଖ୍ୟକ ସାଧୁସନ୍ଥ ଏଠାକୁ ଆସି ଜପତପ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.