ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ବିକ୍ରି ହେବାକୁ ପ୍ରସ୍ତୁତ ‘ସିପ୍ଲା’, କିଣିବାକୁ ଫଣ୍ଡ ଏକାଠି କରୁଛି ଏହି ଫାର୍ମା କମ୍ପାନୀ

ନୂଆଦିଲ୍ଲୀ,୧୯।୯: ବିଶିଷ୍ଟ ଫାର୍ମା କମ୍ପାନୀ ‘ସିପ୍ଲା’କୁ କିଣି ପାରେ ‘ଟରେଣ୍ଟ’ ଫାର୍ମାସ୍ୟୁଟିକାଲ୍ସ। ନ୍ୟୁଜ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁସାରେ, ‘ସିପ୍ଲା’ ପାଇଁ ନିଲାମୀ ଡାକୁଥିବା ଟରେଣ୍ଟ ଅପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ସହିତ ପ୍ରାରମ୍ଭିକ ଆଲେଚନା କରିଛି। ଏହା ଜରିଆରେ ଟରେଣ୍ଟୋ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ଲୋନ୍ ସିକ୍ୟୁର କରିବାକୁ ଚାହେଁ। 

ରଏଟର୍ସର ସୂଚନା ଅନୁସାରେ, ଟରେଣ୍ଟ ନିଜର ବଡ ପ୍ରତିଦ୍ବନ୍ଦି ‘ସିପ୍ଲା’ର ନିଲାମୀ ପାଇଁ ପ୍ରାୟ ୩ ରୁ ୪   ବିଲିୟନ ଡଲାର ଫଣ୍ଡର ଆଶା କରୁଛୁ। ବର୍ନଷ୍ଟିନ୍‌ ବିଶ୍ଲେଷକ ଅନୁମାନ କରିଛନ୍ତି ଯେ, ସିପ୍ଲାର ପ୍ରାୟ ୬୦% ଡିଲ୍‌ର ମୁଲ୍ୟ ୭ ବିଲିୟନ ଡଲାର ପର୍ଯ୍ୟନ୍ତ ହୋଇପାରେ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,ଟରେଣ୍ଟର ଆଲୋଚନା ସିବିସି କ୍ୟାପିଟାଲ ପାଟନର୍ସ ଓ ବେନ୍ କ୍ୟାପିଟାଲ ସହିତ ଚାଲିଛି। ଏହି ସବୁ କର୍ସୋଟିୟମ୍‌ ଇକ୍ବିଟି ପାର୍ଟନର ହୋଇପାରେ ଓ ‘ସିପ୍ଲା’ ଡିଲ୍‌ରେ ମିଳିତ ଭାବରେ ୧.୫ ବିଲିୟନ ଡଲାରର ଯୋଗଦାନ କରିପାରେ। 

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସିପ୍ଲାର ସଂସ୍ଥାପକ ପରିବାର ନିଜର ୩୩.୪% ଅଂଶୀଦାର ବିକ୍ରି କରିବାକୁ ଇଚ୍ଛୁକ। ଏହାର ନିଲାମୀ ଡାକିବାରେ ଭାରତୀୟ ନିୟମ ଅନୁସାରେ, ଅନ୍ୟ ୨୬% ପାଇଁ ଓପନ ଫର ସେଲ୍‌ ମଧ୍ୟ ଆରମ୍ଭ ହୋଇଯିବ। ବ୍ଲାକଷ୍ଟୋନ୍‌ ମଧ୍ୟ ସିପ୍ଲା ପାଇଁ ନିଲାମୀ ଲଗାଇବାର ରୁଚି ରଖିଛି। ଯଦି ‘ସିପ୍ଲା’ ବିକ୍ରି ହୁଏ ତେବେ ଫାର୍ମା ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଡିଲ୍‌ ଭାବରେ ଦେଖାଯିବ। ତେବେ ଏହି ଡିଲ୍‌କୁ ନେଇ ଅଫିସିଆଲ ଭାବରେ କୌଣସି ସୂଚନା ଦିଆଯାଇ ନାହିଁ।

ସିପ୍ଲାର ସଂସ୍ଥାପକ ପରିବାରର ସେୟାରର ଏକ ଛୋଟ ଅଂଶ ଆପୋଲୋ ମଧ୍ୟ କିଣିବା ଉପରେ ବିଚାର କରୁଛି, କିନ୍ତୁ ଶେଷ ନିଷ୍ପତ୍ତି ଏହି କଥା ଉପରେ ନିର୍ଭର କରିବ ଯେ, ଟରେଣ୍ଟ ସହିତ ଆଲୋଚନା କିଭଳି ଆଗକୁ ବଡିବ ? ଯଦି ଟରେଣ୍ଟ ସହିତ ଆଲେଚନା ଅଟକିଯାଏ ତେବେ ଆପୋଲୋ ଦ୍ବିତୀୟ ବିକଳ୍ପ ଖୋଜିବ।  

torrent

Copyright © 2022 - Summa Real Media Private Limited. All Rights Reserved.