ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଦୀଘା ସମୁଦ୍ର କୂଳରୁ ୧ କୁଇଣ୍ଟାଲର ବିରଳ ମୃତ କଇଁଛ ଉଦ୍ଧାର

ଭୋଗରାଇ, ୦୯/୦୨ : ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୁଦ୍ର କୂଳରୁ ବିରଳ‌ ପ୍ରଜାତିର ଏକ ବିଶାଳକାୟ ମୃତ କଇଁଛ ଉଦ୍ଧାର ହୋଇଛି। ଏହି କଇଁଛର ଆନୁମାନିକ ଓଜନ ୧ କୁଇଣ୍ଟାଲ ହେବ ବୋଲି ପଶ୍ଚିମବଙ୍ଗ ବନବିଭାଗ ସୂଚନା ଦେଇଛି।

ଗୁରୁବାର ସକାଳେ କିଛି ପର୍ଯ୍ୟଟକ ସମୁଦ୍ର କୂଳରେ ବୁଲୁଥିବା ବେଳେ ଏହି ମୃତ କଇଁଛଟିକୁ ଦେଖିବାକୁ ପାଇଥିଲେ। ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଥିବା ଏହି ବିଶାଳକାୟ ମୃତ କଇଁଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା। ଖବର ପାଇ ସ୍ଥାନୀୟ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ କଇଁଛଟିକୁ ଉଦ୍ଧାର କରି ଝାଉଁ ଜଙ୍ଗଲ ଭିତରେ ମାଟିରେ ପୋତି ଦେଇଥିବା ଜଣାପଡିଛି। ଏହା ଏକ ବିରଳ ପ୍ରଜାତି କଇଁଛ ହୋଇଥିବା ବେଳେ ଏହାର ମୃତ୍ୟୁର‌ କାରଣ ଅସ୍ପଷ୍ଟ ରହିଛି। ତେବେ ବିଗତ କିଛି ମାସ ହେଲା ଏଭଳି ଛୋଟ ବଡ଼ ବହୁ ସଂଖ୍ୟକ ମୃତ କଇଁଛ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗୁଥିବା ନେଇ ବନବିଭାଗ କର୍ମଚାରୀମାନେ ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.