ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

‘ ଅପରେସନ ସିନ୍ଦୂର’ ମାଡ଼ରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ହାହାକାର , ବନ୍ଦ କରିବାକୁ ପଡ଼ିଲା ଟ୍ରେଡିଂ

Published By : Prameya | May 8, 2025 6:55 PM

ନୂଆଦିଲ୍ଲୀ – ‘ ଅପରେସନ ସିନ୍ଦୂର’ ପରେ ପାକିସ୍ତାନର ଷ୍ଟକ୍ ଏକ୍ସଚେଞ୍ଜରେ ହାହାକାର ଦେଖା ଦେଇଛି। ସପ୍ତାହର ୪ର୍ଥ ଦିନ ଗୁରୁବାର ପାକିସ୍ତାନର ଇଣ୍ଡେକ୍ସ କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜରେ ୭ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ସ୍ଥିତି ଏମିତି ଖରାପ ହୋଇ ଯାଇଛି ଯେ, ଷ୍ଟକ୍ ଏକ୍ସଚେଞ୍ଜରେ ଟ୍ରେଡିଂ ରୋକି ଦିଆଯାଇଛି। କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜ ଇଣ୍ଡେକ୍ସର ଦିନକର ଟ୍ରେଡିଂ ରେଞ୍ଜ ୧,୦୧,୫୯୯ ଅଙ୍କରୁ ୧,୧୧,୮୮୧ ଅଙ୍କ ମଧ୍ୟରେ ରହିଛି । ବର୍ତ୍ତମାନ ସମୟରେ ଇଣ୍ଡେକ୍ସର ଟ୍ରେଡିଂ ୧,୦୨, ୦୦୦ ଅଙ୍କର ନିମ୍ନ ସ୍ତରରେ ରହିଛି।  

ଏହା ପୂର୍ବରୁ ବୁଧବାର ମଧ୍ୟ କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜରେ କିଛି ସମୟ ପାଇଁ ବ୍ୟବସାୟ ଠପ୍‌ ହେବାର ସ୍ଥିତି ଉପୁଜି ଥିଲା। କହି ରଖୁଛୁ କି , ଭାରତୀୟ ସେନା ‘ ଅପରେସନ ସିନ୍ଦୂର’ ଅନୁସାରେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ୯ଟି ସ୍ଥାନ ଉପରେ ହମଲା କରିଥିଲା, ଯେଉଁଥିରେ ଅନେକ ଆତଙ୍କବାଦୀଙ୍କ ମରିବା ଓ ତାଙ୍କର ସ୍ଥାନ ନଷ୍ଟ ହେବାର ସୂଚନା ଅଛି।

ଲଗାତାର ୪ର୍ଥ ଦିନ ହ୍ରାସ –

ପାକିସ୍ତାନର ସେୟାର ବଜାରରେ ହ୍ରାସର ଏହା ଲଗାତାର ୪ର୍ଥ ଦିନ। ଏହାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର ମଧ୍ୟ ପାକିସ୍ତାନ ସେୟାର ଗୁଡ଼ିକରେ ହ୍ରାସ ଦେଖିବାକୁ ମିଳିଥିଲା। ବୁଧବାର ପାକିସ୍ତାନର ସେୟାରରେ ୬.୨ ପ୍ରତିଶତ ଯାଏ ହ୍ରାସ ଘଟିଥିଲା। କିନ୍ତୁ ବ୍ୟବସାୟର ଶେଷରେ କିଛି କ୍ଷତିର ଭରଣା ହୋଇଛି , କିନ୍ତୁ  ୩.୦୯ ପ୍ରତିଶତର ହ୍ରାସ ରୁଜୁ କରାଯାଇଛି।

ଅପ୍ରେଲ୍‌ରେ ମଧ୍ୟ ହୋଇଥିଲା ଏମିତି ସ୍ଥିତି –

ପାକିସ୍ତାନର ସେୟାର ବଜାରରେ ୭ ଅପ୍ରେଲରେ ମଧ୍ୟ କିଛି ଏମିତି ସ୍ଥିତି ଉପୁଜି ଥିଲା। ବେଞ୍ଚମାର୍କ କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜ-୧୦୦ରେ ୮,୦୦୦ରୁ ଅଧିକ ଅଙ୍କର ହ୍ରାସ କାରଣରୁ ଘଣ୍ଟାଏ ପାଇଁ ବ୍ୟବସାୟ ସ୍ଥଗିତ କରିଦିଆ ଯାଇଥିଲା। ସୂଚକାଙ୍କ ଗତ ବନ୍ଦ ସ୍ତରରୁ ୩,୮୮୨.୧୮ ବା ୩.୨୭ପ୍ରତିଶତର ହ୍ରାସ ସହ ୧,୧୪,୯୦୯ .୪୮ରେ ବନ୍ଦ ହୋଇଥିଲା।

ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ହାହାକାର ବେଳେ ଭାରତୀୟ ବଜାର କିନ୍ତୁ ପ୍ରଭାବହୀନ । ଗୁରୁବାର ଭାରତୀୟ ବଜାରରେ ବିକ୍ରୟ ଥିଲା , କିନ୍ତୁ ବୁଧବାର ସକରାତ୍ମକ ବନ୍ଦ ହୋଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.