ଭୁବନେଶ୍ୱର,୨୯/୦୯: ଦୁଇ ବର୍ଷ ପରେ ରାଜଧାନୀରେ ହେବ କଟକଣାମୁକ୍ତ ଦୁର୍ଗାପୂଜା । ବେଶ୍ ଧୁମଧାମ୍ରେ ୧୭୮ଟି ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ପୂର୍ବ ଅପେକ୍ଷା ଏଥର ଭକ୍ତଙ୍କ ଭିଡ଼ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ଅକ୍ଟୋବର ୧ ତାରିଖ ଠାରୁ ୫ ଦିନ ପାଇଁ ଟ୍ରାଫିକ କଟକଣା ଲାଗୁକରିଛି ।
ସହରର ପ୍ରମୁଖ ରାସ୍ତାରେ ଭାରୀଯାନ ପ୍ରବେଶରେ ରୋକ ଲଗାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡ୍ରେ ମଧ୍ୟ ଭାରୀଯାନ ଗଡ଼ିବନି । ଏପରିକି କିଛି ପୂଜା ପେଣ୍ଡାଲ ନିକଟବର୍ତ୍ତୀ ରାସ୍ତା ଓ ପ୍ରବେଶସ୍ଥଳରେ ବାଇକ୍ ମଧ୍ୟ ପଶି ପାରିବନି । ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
wp:html/wp:htmlସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି I pic.twitter.com/pLlSB5Ehnv
— COMMISSIONERATE POLICE (@cpbbsrctc) September 28, 2022
ପୁଲିସ ସୂଚନା ମୁତାବକ, ଖଣ୍ଡଗିରିରୁ ରସୁଲଗଡ଼ ଭିତରେ ଏନ୍ଏଚ୍-୧୬ରେ କେବଳ ଓଭରବ୍ରିଜ୍ରେ ହିଁ ଭାରୀଯାନ ଯାଇପାରିବ । ଖଣ୍ଡଗିରି ଛକରୁ ପୋଖରୀପୁଟ ଯାଏଁ ଭାରୀଯାନ ଗଡ଼ିବନି । ଏହି ରାସ୍ତାକୁ ସଂଯୋଗ କରୁଥିବା ଜାଗମରା ଓ ଗଣ୍ଡମୁଣ୍ଡା ରାସ୍ତାରେ ମଧ୍ୟ ଅପରାହ୍ଣ ୪ରୁ କୌଣସି ଭାରୀଯାନ ଯାଇ ପାରିବନି । ସେହିପରି ଫାୟାର୍ ଷ୍ଟେସନ ଛକଠୁ ଶିଶୁଭବନ ଛକ ଏବଂ ସିଆର୍ପିଏଫ୍ ଛକରୁ ପାୱାର ହାଉସ ଛକ ପର୍ଯ୍ୟନ୍ତ ଭାରୀଯାନ ପ୍ରବେଶ ନିଷେଧ କରାଯାଇଛି ।ଜୟଦେବ ବିହାର ଛକରୁ ୨ ପାଶ୍ୱର୍ ରାସ୍ତାକୁ ମଧ୍ୟ ଭାରୀଯାନ ପଶିବନି । ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ଓ ଅପରପାଶ୍ୱର୍ରେ ରାଜଭବନ ଛକ ପର୍ଯ୍ୟନ୍ତ ଭାରୀଯାନ ପ୍ରବେଶରେ ରୋକ ଲଗାଯାଇଛି । ସେହିପରି ଆଚାର୍ଯ୍ୟବିହାର ଛକର ୨ପାଶ୍ୱର୍ରେ ଭାରୀଯାନ ପଶିବନି । ବାଣୀବିହାର ଛକରୁ ଜନପଥରେ ଶିଶୁଭବନ ଛକ ଯାଏଁ ଏବଂ ରସୁଲଗଡ଼ ଛକରୁ କଟକ ରୋଡ୍ରେ ଲିଙ୍ଗିପୁର ଟ୍ରାଫିକ ଯାଏଁ ଭାରୀଯାନ ଯାତାୟାତ ଉପରେ କଟକଣା ଲଗାଯାଇଛି ।
ବଡ଼ କଥା ହେଲା, ଏନ୍ଏଚ୍ର ବରମୁଣ୍ଡା ଓଭରବ୍ରିଜ୍ରୁ ପଳାଶୁଣୀ ଯାଏଁ ସର୍ଭିସ ରୋଡ୍ରେ ମଧ୍ୟ ଭାରୀଯାନ ପ୍ରବେଶ ନିଷେଧ କରାଯାଇଛି । ଏନ୍ଏଚ୍ ପାଶ୍ୱର୍ରେ ୪ଟି ବଡ଼ ପୂଜା ପେଣ୍ଡାଲ ଥିବାରୁ ସର୍ଭିସ୍ ରୋଡ୍କୁ ଫାଙ୍କା ରଖିବାକୁ ପୁଲିସ ଯୋଜନା କରିଛି । ଆବଶ୍ୟକ ପଡ଼ିଲେ, ଖୋର୍ଦ୍ଧାରୁ କଟକ ଆଡ଼କୁ ଯାଉଥିବା ଟ୍ରକ୍ ଓ ବସ୍ଗୁଡ଼ିକୁ ପିତାପଲ୍ଲୀ ଛକରେ ଅଟକାଯିବ । ସେହି ଗାଡ଼ିଗୁଡ଼ିକ ବାମ ପାଶ୍ୱର୍ରେ ଚନ୍ଦକା ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଏନଏଚ୍ରେ ମିଶିପାରିବେ ।
wp:headingନୂଆପଲ୍ଲୀ ଅଣ୍ଡରପାସ୍ ବନ୍ଦ
/wp:headingନୂଆପଲ୍ଲୀ ଦୁର୍ଗାପୂଜା ଭିଡ଼କୁ ଲକ୍ଷ୍ୟରେ ରଖି ନୂଆପଲ୍ଲୀ ଅଣ୍ଡରପାସ୍କୁ ବନ୍ଦ କରାଯାଇଛି । ଜୟଦେବ ବିହାରରୁ ସର୍ଭିସ ରୋଡ୍ ଦେଇ ଆସୁଥିବା ସବୁ ଗାଡ଼ି ସିଆର୍ପିଏଫ୍ ଛକ ଦେଇ ଗନ୍ତବ୍ୟସ୍ଥଳକୁ ଯାଇ ପାରିବ ।
wp:headingରାବଣପୋଡ଼ି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
/wp:headingରାବଣପୋଡ଼ି ଦିନ କଟକ ଆଡ଼ୁ ଆସୁଥିବା ସବୁ ଗାଡ଼ି ଜୟବିହାର ଛକରୁ ବାମ ପାଶ୍ୱର୍ ରାସ୍ତା ଦେଇ ବେହେରା ସାହି, ପାୱାର ହାଉସ, ୟୁନିଟ-୮ ଡିଏଭି ଛକ ଦେଇ ସିଆର୍ପିଏଫ୍ ଛକରେ ମିଶି ପାରିବେ । ସେହିପରି ପୁରୀରୁ ବରମୁଣ୍ଡା ଆସୁଥିବା ଗାଡ଼ି ଲିଙ୍ଗିପୁର ଦେଇ ସାମନ୍ତରାପୁର, କଳ୍ପନା ଯାଏଁ ଯିବେ । ସେଠାରୁ ରାଜମହଲ, ଶିଶୁଭବନ, ଗଙ୍ଗନଗର ଛକରୁ ଫାୟାର ଷ୍ଟେସନ ଦେଇ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଯାଇ ପାରିବେ । ପୁରୀ ପଟୁ କଟକ ଯା’ଆସ କରୁଥିବା ଗାଡ଼ିଗୁଡ଼ିକ ଜଗନ୍ନାଥ ବାଇପାସ୍ (ଲିଙ୍ଗିପୁର-ହଂସପାଳ)ରେ ଯାଇପାରିବେ ।