ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

କାଳବୈଶାଖୀ ତାଣ୍ଡବ : ପବନରେ ଭାଙ୍ଗିଲା ଗଛ

କଟକ,୨୦।୩ କଟକରେ କାଳବୈଶାଖୀର ତାଣ୍ଡବ। ଅଧ ଘଣ୍ଟାର ବର୍ଷା ଓ ପବନରେ ସହରବାସୀ ନୟାନ୍ତ। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଛୋଟ ଛୋଟ କ୍ୟାବିନ ଓଲଟି ପଡିଛି। ଏପରିକି ସହରରେ ଲାଗିଥିବା ହୋଡ଼ିଂ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ଏହା ଦ୍ବାରା ଯାତାୟତ ପ୍ରଭାବିତ ହୋଇଛି। ପବନରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। କୁଆ ପଥର ବର୍ଷା ପାଇଁ କିଛି ଆଜବେଷ୍ଟସ ଘର ବି କଣା ହୋଇଛି। ଏପରିକି ଅଧ ଘଣ୍ଟାର ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଜନଜୀବନ ଏକ ପ୍ରକାର ପ୍ରଭାବିତ ହୋଇଛି।

ସୋମବାର ଭୋର୍ ସମୟରେ ବର୍ଷା ଓ ପବନ ହୋଇଥିଲା । ଏହାର ମାତ୍ର ୯ ଘଣ୍ଟା ମଧ୍ୟରେ ପୁଣି କାଳବୈଶାଖୀ ହେବାରୁ ସହରବାସୀଙ୍କୁ ସମସ୍ୟାରେ ପକାଇଛି। ଅଗ୍ନିଶମ, ସିଏମସି ଏବଂ ଓଡ୍ରାଫ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ହଟାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.