ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

WTC ଫାଇନାଲ Day-1: ଟ୍ରେଭିସ୍‌ ହେଡ୍‌ଙ୍କ ଅପରାଜିତ ଶତକ, ମଜବୁତ ସ୍ଥିତିରେ ଅଷ୍ଟ୍ରେଲିଆ

ଲଣ୍ଡନ ୦୭/ ୦୬: ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲର ପ୍ରଥମ ଦିନ ରୋମାଞ୍ଚ ଭରା ରହିଥିଲା । ପ୍ରଥମରୁ ଭାରତ ଦମଦାର ପ୍ରଦର୍ଶନ କରିଥିବା ବେଳେ ଷ୍ଟିଭ୍‌ ସ୍ମିଥ ଓ ଟ୍ରେଭିସ୍‌ ହେଡ୍‌ ଙ୍କ ଦମଦାର ବ୍ୟାଟିଂ ଫଳରେ ପୁଣି ମଜବୁତ ସ୍ଥିତିକୁ ଫେରିଛି କଙ୍ଗାରୁ ଟିମ୍‌ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ଓ୍ବିକେଟ୍‌ ହରାଇ ଅଷ୍ଟ୍ରେଲିଆ ସଂଗ୍ରହ କରିଛି ୩୨୭ ରନ । ଦଳ ପକ୍ଷରୁ ଉସମାନ ଖାଓ୍ବାଜା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଡେଭିଡ ଓ୍ବାର୍ଣ୍ଣର କିଛି ସମୟ କ୍ରିଜ୍‌ରେ ରହିଥିଲେ । ଓ୍ବାର୍ଣ୍ଣର ବ୍ୟକ୍ତିଗତ ଭାବେ ୪୩ ରନ କରି ଆଉଟ ହୋଇଥିବା ବେଳେ ମାର୍ନସ୍‌ ଲାବୁସେନ ୨୬ ରନ କରି ଆଉଟ ହୋଇଥିଲେ ।

ଅଷ୍ଟ୍ରେଲିଆ ଟିମ୍‌ ୭୬ ରନରେ ୩ଟି ଓ୍ବିକେଟ ହରାଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ଓ ଟ୍ରେଭିସ୍‌ ହେଡ୍‌ ଦମଦାର ଇନିଂସ ଖେଳିଛନ୍ତି । ସ୍ମିଥ ୧୪ଟି ଚୌକା ସହ ୯୫ ରନ କରି ଅପରାଜିତ ଥିବା ବେଳେ ଟ୍ରେଭିସ୍‌ ହେଡ୍‌ ୧୫୬ ବଲ ଖେଳି ୨୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୪୬ ରନ କରି ନଟଆଉଟ୍‌ ଅଛନ୍ତି ।

WTC ଫାଇନାଲ: ଲଞ୍ଚ ବ୍ରେକ୍‌ ସୁଦ୍ଧା ଅଷ୍ଟ୍ରେଲିଆ ୭୩/ ୨, ସିରାଜ ଓ ଶାର୍ଦ୍ଦୁଲଙ୍କୁ ସଫଳତା

ଭାରତ ପକ୍ଷରୁ ମହମ୍ମଦ ସାମି ୨୦ ଓଭରରେ ୭୭ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୧୯ ଓଭରରେ ୬୭ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଉମେଶ ଯାଦବ ୧୪ ଓଭରରେ ୫୪ ରନ, ରବିନ୍ଦ୍ର ଜାଡେଜା ୧୪ ଓଭରରେ ୪୮ ରନ ଓ ଶାର୍ଦ୍ଦୁଲ ଠାକୁର ୧୮ ଓଭରରେ ୭୫ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

Image

Copyright © 2022 - Summa Real Media Private Limited. All Rights Reserved.