ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡାଟା ସୁରକ୍ଷା ଉପରେ ପୁଣି ପ୍ରଶ୍ନ ଉଠାଇଲେ ଏଲନ୍‌ ମସ୍କ

Published By : Anindita | May 25, 2024 6:26 PM

ଓ୍ବାଶିଂଟନ: ହ୍ବାଟ୍ସଆପ ରାତିରେ ୟୁଜର୍ସଙ୍କ ଡାଟା ଚୋରି କରୁଛି । ୟୁଜର୍ସଙ୍କୁ ଗ୍ରାହକ ନୁହେଁ ବରଂ ଏକ ଉତ୍ପାଦ ଭଳି ଦେଖୁଛି ମେଟାର ସ୍ବାମୀତ୍ବ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ଏକଥା ଆମେ କହୁନାହୁଁ ବରଂ ସମଗ୍ର ବିଶ୍ବର ଅନ୍ୟତମ ଧନୀ ଏବଂ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର (ଏକ୍ସ)ର ମୁଖ୍ୟ ଏଲନ ମସ୍କ ଏହା କହିଛନ୍ତି । ହ୍ବାଟ୍ସଆପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମସ୍କ । ଏକ୍ସରେ ହ୍ବାଟ୍ସଆପ୍‌କୁ ନେଇ ମସ୍କ କରିଥିବା ପୋଷ୍ଟ ଏବେ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଚିନ୍ତା ବଢ଼ାଇ ଦେଇଛି ।

ହ୍ବାଟ୍ସଆପ୍‌କୁ ଆଉ ଥରେ ଟାର୍ଗେଟ କରିବା ସହ ଏହାର ୟୁଜର୍ସଙ୍କ ସେଫ୍ଟି ଏବଂ ସିକ୍ୟୁରିଟି ସଂପର୍କରେ କହିଛନ୍ତି । ପ୍ରତିଦିନ ରାତିରେ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡାଟା ଏକ୍ସପୋର୍ଟ କରୁଛି । ହେଲେ କେତେକ ୟୁଜର୍ସ ଭାବୁଛନ୍ତି ହ୍ବାଟ୍ସଆପ୍‌ ସୁରକ୍ଷିତ । ଏଲନ ମସ୍କ କହିଛନ୍ତି ଯେ, ଚୋରି ହେଉଥିବା ଡାଟାକୁ ନିର୍ଦ୍ଦିଷ୍ଟ ବିଜ୍ଞାପନ ଲାଗି ବ୍ୟବହାର କରାଯାଉଛି । ଏହି ଭଳି ଭାବରେ କମ୍ପାନି ୟୁଜର୍ସଙ୍କୁ ଜଣେ ଗ୍ରାହକଙ୍କ ଭାବେ ନଦେଖି ପ୍ରଡକ୍ଟ ବା ଉତ୍ପାଦ ବୋଲି ଭାବୁଛି  ।

ସେପଟେ ମସ୍କଙ୍କ ଏଭଳି ଅଭିଯୋଗ ଉପରେ ମେଟା ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇ ନାହିଁ । ତେବେ ହ୍ବାଟ୍ସଆପ୍‌ ଉପରେ ଏହା ମସ୍କଙ୍କ ପ୍ରଥମ ଅଭିଯୋଗ ନୁହେଁ । ଏହା ପୂର୍ବରୁ ବିଜ୍ଞାପନକୁ ନେଇ ମେଟାକୁ ଟାର୍ଗେଟ କରିଥିଲେ ଏଲନ ମସ୍କ । ଟ୍ବିଟର ମୁଖ୍ୟ ଏଲନ ମସ୍କ ଏବଂ ମେଟା ମୁଖ୍ୟ ମାର୍କ ଜୁକରବର୍ଗଙ୍କ ମଧ୍ୟ ବିବାଦ ବହୁ ପୁରୁଣା । 

  • Elon Musk
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.