କରଞ୍ଜିଆ,୦୯/୦୬: କରଞ୍ଜିଆ ଦୁଧିଆଣୀ ରେଞ୍ଜରୁ କ୍ଷତବିକ୍ଷତ ଦୁଇ ଗୋଡ଼ ମିଳିବା ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଲା ବନବିଭାଗ । କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ । ଗତ ଜୁନ ୧ ତାରିଖ ଦିନ ସକାଳୁ ବସନ୍ତପୁର ଗାଁର ସାଧୁ ନାଏକଙ୍କ କ୍ଷତବିକ୍ଷତ ଦୁଇଟି ଗୋଡ଼ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ମିଳିଥିଲା । ମହାବଳ ବାଘ ମାରିଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ଫରେନ୍ସିକ୍ ରିପୋର୍ଟ ଆସିବା ପରେ କଲରାପତରିଆ ବାଘ ମାରିଥିବା ସ୍ପଷ୍ଟୀକରଣ ରଖିଛି ବନବିଭାଗ ।ଯାହାକୁ ନେଇ ଏକାକୀ ଜଙ୍ଗଲକୁ ନଯିବା ପାଇଁ ସଚେତନ କରାଯାଇଛି ।

ଆହୁରି ପଢନ୍ତୁ-Microgreens Business : କମ୍ ଖର୍ଚ୍ଚରେ ସୁପର-ପ୍ରଫିଟେବୁଲ୍ ବିଜନେସ୍, ବାଲକୋନିରୁ କରିପାରିବେ ଆରମ୍ଭ, ମାସକୁ ଲକ୍ଷେ ରୋଜଗାର...