ପେଡାକୋଣ୍ଡାରେ ଏନକାଉଣ୍ଟର: ୨ ମାଓବାଦୀ ନିହତ, ଯବାନ ଆହତ

ଶନିବାର ସକାଳୁ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ପେଡାକୋଣ୍ଡାପଲ୍ଲୀ ଅଂଚଳରେ ମାଓବାଦୀ ଓ ଆନ୍ଧ୍ରପ୍ରଦେଶ ପୁଲିସର ଗ୍ରେହାଉଣ୍ଡ୍ ଫୋର୍ସ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଗୁଳି ବିନିମୟ ସମୟରେ ଜଣେ ଯବାନ ମଧ୍ୟ ଆହତ୍ ହୋଇଥିବାର ଖବର ମିଳିଛି। ତାଙ୍କ ଗୋଡ଼ାରେ ଗୁଳି ଲାଗିଛି। ଚିକିତ୍ସା ନିମନ୍ତେ ତାଙ୍କୁ ଭାଇଜାକ୍ ନିଆଯାଇଛି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ବିପଦମୁକ୍ତ।
ପ୍ରାପ୍ତ ସୂଚନା ଆଧାରରେ ୧୯୮ ବାଟାଲିୟାନ୍ ସିଆରପିଏଫ୍ ଓ ପୁଲିସ ମିଳିତ ଭାବେ ପାଟ୍ରୋଲିଙ୍ଗରେ ବାହାରିଥିଲେ। ପେଡାବାୟଲୁ ଗ୍ରାମ ନିକଟରେ ମାଓବାଦୀମାନେ ପ୍ରଥମ ପାଟ୍ରୋଲିଙ୍ଗ୍ ପାର୍ଟି ଉପରକୁ ଗୁଳି ଚଲାଇବାରୁ ଯବାନମାନେ ପାଲଟା ଗୁଳି ଚଲାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମାଓବାଦୀ ଦଲମ୍ ସଦସ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିହତ ଆତଙ୍କବାଦୀମାନଙ୍କ ଶବ ଓ ଦୁଇଟି ଅସ୍ତ୍ର ଜବତ କରାଯାଇଛି। ଗୁଳି ବିନିମୟ ବନ୍ଦ ରହିଛି କିନ୍ତୁ, ଯବାନମାନେ ତଲାସ ଅଭିଯାନ ଚଲାଇଛନ୍ତି।