ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

U19 Women's T20 World Cup 2023: ଅଣ୍ଡର-୧୯ ମହିଳା ବିଶ୍ୱକପ୍‌ରେ ଭାରତର ଐତିହାସିକ ବିଜୟ; ଫାଇନାଲରେ ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଲା

ପଚେଫଷ୍ଟ୍ରୋମ: ଆଇସିସି ଅଣ୍ଡର-୧୯ ମହିଳା ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତର ପ୍ରଥମ ବିଜୟ। ୭ ୱିକେଟ୍‌ରେ ପ୍ରଥମ ବିଶ୍ୱକପ୍‌ ଜିତିଲା ଭାରତ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତକୁ ୬୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ମାତ୍ର ୧୪ ଓଭର ଖେଳି ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ତେବେ ଏଥିପାଇଁ ଭାରତକୁ କ୍ୟାପ୍ଟେନ୍ ଶେଫାଳୀ ବର୍ମା ଓ ଶ୍ୱେତା ଶେରାୱତ ନାମରେ ଦୁଇଟି ୱିକେଟ୍ ହରାଇବାକୁ ପଡ଼ିଥିଲା।

ଭାରତ ପକ୍ଷରୁ ଶେଫାଳୀ ବର୍ମା ଓ ଶ୍ୱେତା ଶେରାୱତ ଓପନିଂ କରିବାକୁ ଆସିଥିଲେ। ହେଲେ ଏହି ଦୁଇ ବ୍ୟାଟର ବଡ଼ ସ୍କୋର୍ କରିବାରେ ବିଫଳ ହୋଥିଲେ। ୨.୧ ଓଭର ଖେଳ ଚାଲିଥିବା ବେଳେ ଶେଫାଳୀ ବର୍ମାଙ୍କ(୧୫)ର ୱିକେଟ୍ ଯାଇଥିଲା। ଏହାପରେ ୩.୪ ବଲ୍‌ ଖେଳବେଳେ ଶ୍ୱେତା(୫)ଙ୍କ ୱିକେଟ୍ ଯାଇଥିଲା। କୌଣସି ୱିକେଟ୍ ନ ହରାଇ ଭାରତ ଏହି ମ୍ୟାଚ୍‌କୁ ସହଜରେ ଜିତିପାରି ଥାନ୍ତା। ହେଲେ ଇଂଲଣ୍ଡର ଲଢ଼ୁଆ ବୋଲିଂ ଭାରତକୁ ୱିକେଟ୍ ହରାଇବାକୁ ବାଧ୍ୟ କରିଥିଲା।

wp:html /wp:html

ତେବେ ଶେଫାଳୀ ଓ ଶ୍ୱେତାଙ୍କ ୱିକେଟ୍ ଯିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଗୋଙ୍ଗାଡ଼ି ତ୍ରୃଷା ଓ ସୌମ୍ୟା ତିୱାରୀ ରକ୍ଷଣଶୀଳ ଭାବେ ବ୍ୟାଟିଂ ଜାରି ରଖିଥିଲେ। ହେଲେ ୧୨.୫ ଓଭର ଖେଳ ଚାଲିଥିବା ବେଳେ ତ୍ରିଶାଙ୍କର ୱିକେଟ୍ ଯାଇଥିଲା। ସେ ୨୯ ବଲ୍‌ ଖେଳି ୨୪ ରନ୍ କରିଥିଲେ। ଏହାପରେ ନୂଆ ବ୍ୟାଟର ହୃଷିତା ବସୁ ନୋତଙ୍କ ସହ ମିଶି ସୌମ୍ୟା ତିୱାରୀ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଭାରତକୁ ୭ ୱିକେଟ୍‌ରେ ମ୍ୟାଚ୍‌ ସହ ବିଶ୍ୱକପ୍‌ ଜିତାଇଛନ୍ତି। ପ୍ରଥମ ଥର ଭାରତ ଅଣ୍ଡର-୧୯ ବିଶ୍ୱକପ୍‌ ଜିତିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.