PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

୧ ଜୁନରୁ ଏହି ୩ ବଡ ସହରରେ ଚାଲିବ Uber Green, ଏଣିକି ବିନା ପ୍ରଦୂଷଣରେ ବୁକ୍ କରିପାରିବେ ରାଇଡ୍

ନୂଆଦିଲ୍ଲୀ ୨୪/୫: ରାଇଡ୍ ସେୟାରିଂ ଆପ ଉବର ଆଜି ଭାରତରେ ନିଜ ସେବାକୁ ବିଦ୍ୟୁତିକରଣ କରିବା ପାଇଁ ପାର୍ଟନରସିପ୍ ସମ୍ପର୍କରେ ଘୋଷଣା କରିଛି । କମ୍ପାନୀ ଉବର ଗ୍ରୀନକୁ ଭାରତରେ ଲଞ୍ଚ୍ କରିଦେଇଛି । କମ୍ପାନୀ ଉବର ଗ୍ରୀନକୁ ଦେଶର ୩ ବଡ ସହରରେ ଲଞ୍ଚ୍ କରିଦେଇଛି । ଏଥିରେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସାମିଲ । Uber Green ସାହାଯ୍ୟରେ ଏବେ ଆପଣ ରାଇଡ ବୁକ୍ କରିବେ ଏବଂ ପଲ୍ୟୁସନ ମଧ୍ୟ କମାଇପାରିବେ । ଦେଶରେ ପ୍ରଦୂଷଣକୁ କମ୍ କରିବା ଏବଂ କ୍ୟାବ୍ ସେୟାରିଂକୁ ପ୍ରୋତ୍ସାହିତ କରିବା ଉବର ଗ୍ରୀନର ଉଦ୍ଦେଶ୍ୟ । ଉବର ଗ୍ରୀନ୍ ଶୂନ୍ୟ ବା କମ୍ ଉର୍ତ୍ସେଜନ ବିଶିଷ୍ଟ ରାଇଡ୍ ପାଇଁ ବିଶ୍ୱର ସବୁଠାରୁ ବ୍ୟାପକ ରୂପେ ଉପଲବ୍ଧ ଅନ୍ ଡିମାଣ୍ଡ ମୋବିଲିଟି ସଲ୍ୟୁସନ୍ ଯାହା ବିଶ୍ୱର ୧୫ ଦେଶର ୧୦୦ରୁ ଅଧିକ ସହରରେ ଉପଲବ୍ଧ ରହିଛି ।

ଘଟଣାରେ ଟିପ୍ପଣୀ ଦେଇ ଉବରର ସିନିୟର ଭାଇସ୍ ପ୍ରେସିଡେଣ୍ଟ ତଥା ମୋବିଲିଟି ଏଣ୍ଡ୍ ବିଜନେସ୍ ଅପରେସନ୍ସ,ର ଏଣ୍ଡ୍ରୟୁ ମ୍ୟାକଡୋନାଲ୍ଡ କହିଛନ୍ତି କି ବିଶାଳ ପରିମାଣ ଏବଂ ବିଦ୍ୟୁତୀକରଣର ଗତି ଦେଶକୁ ଉବର ପାଇଁ ପ୍ରାଥମିକତା ପ୍ରସ୍ତୁତ କରିଥାଏ କାରଣ ଆମେ ନିଜ ପ୍ଲାଟଫର୍ମରେ ପ୍ରତି ରାଇଡକୁ ବିଦ୍ୟୁତିକରଣ କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ପୁରା କରିବାକୁ ଚାହୁଁଛୁ । ଆଜି ଆମେ ଉବର ଗ୍ରୀନର ଲଞ୍ଚ୍ ସହିତ ସେହି ଲକ୍ଷ୍ୟ ଦିଗକୁ ଏକ ବଡ ପଦକ୍ଷେପ ଉଠାଉଛୁ । ଆମେ ଜାଣିଛୁ କି ଆମ ପ୍ରଭାବ ପ୍ରଦ୍ୟେଗିକୀଠୁ ଉର୍ଦ୍ଧ୍ୱରେ । ଆମେ ସରକାରଙ୍କ ସହଯୋଗୀ ହେବା ପାଇଁ ଦୃଢ ସଙ୍କଳ୍ପବଦ୍ଧ ଏବଂ ପ୍ରଦୂଷଣର ମୁକାବିଲା କରିବା ପାଇଁ ଇଚ୍ଛୁକ । କେବଳ ଏତିକି ନୁହେଁ, କମ୍ପାନୀ ଲଞ୍ଚ୍ ସହିତ ଇଲେକ୍ଟ୍ରିକ୍ ଭେଇକଲ ଗତିକୁ ବଜାୟ ରଖିବା ପାଇଁ ନୂଆ ପାର୍ଟନରସିପର ଏକ ଚେନ୍ ଘୋଷଣା କରିଛି ।

କମ୍ପାନୀ ନିଜ ପ୍ଲାଟଫର୍ମରେ ଇଭି ଗ୍ରୋଥକୁ ଅନଲକ୍ କରିବା ନେଇ ଫ୍ଲିଟ୍ ପାର୍ଟନର୍ସର ନିଜ ନେଟୱର୍କର ବିସ୍ତାର କରୁଛି । ଲିଥିୟମ୍ ଅର୍ବନ ଟେକ୍ନୋଲୋଜି ଭାରତର ସବୁଠାରୁ ବଡ ବି୨ବି ଫ୍ଲିଟ୍ ସର୍ଭିସ୍ ପ୍ରୋଭାଇଡର, ଏଭରେଣ୍ଟ ଫ୍ଲିଟ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମୁଭ୍ ଉବରର ବୈଶିକ ଫ୍ଲିଟ୍ ପାର୍ଟନର, ଉବରର ସର୍ବୋଚ୍ଚ ୭ ସହରରେ ୨୫ ହଜାର ଇଲେକ୍ଟ୍ରିକ୍ ଗାଡି ନିଯୁକ୍ତି କରିବ । ୨୦୨୪ ସୁଦ୍ଧା ଉବରକୁ Zypp Electric ସହିତ ମିଶି ୧୦ ହଜାର ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ନିୟୋଜିତ କରିବାକୁ ହେବ । ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୦୦୦ ଇଲେକ୍ଟ୍ରିକ୍ ସ୍କୁଟର ମାର୍କେଟକୁ ଓହ୍ଲାଇ ସାରିଛନ୍ତି । ଏହା ବ୍ୟତୀତ ଉବର ଏବଂ ସ୍ମଲ ଇଣ୍ଡଷ୍ଟ୍ରିଜ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ହାତ ମିଶାଇଛି । ଏହି ପାର୍ଟନରସିପ୍ ୧୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ୍ ବାଣ୍ଟିବାରେ କାମରେ ଆସିବ ।