ଦୁବାଇ,୧୮/୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍ ଲାଇନ୍ ଚୂଡ଼ାନ୍ତ ହୋଇଛି । ୧୯ ତାରିଖ ଦିନ ପ୍ରଥମ ସେମି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍ ଖେଳାଯିବ ।
ବୁ ଅନୁଷ୍ଠିତ ଗ୍ରୁପ୍ ବି’ର ୨ଟି ଲିଗ୍ ମ୍ୟାଚ୍ରେ ବାଂଲାଦେଶ ଓ ଆଫଗାନିସ୍ତାନ ବିଜୟ ହାସଲ କରିଥିଲେ । ବାଂଲାଦେଶ ୩୯ ରନ୍ରେ ଶ୍ରୀଲଙ୍କାକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିଲା । ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଥିଲା । ଆଫଗାନିସ୍ତାନ ୬ ୱିକେଟ୍ରେ ନେପାଳକୁ ପରାସ୍ତ କରିଥିଲେ ହେଁ ସେମିକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା।
ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୬.୩ ଓଭରରେ ୨୨୫ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦଳ ପକ୍ଷରୁ ଜାୱଦ ଅବରାର ୪୯, ରିଫତ ବେଗ ୩୬, ଅଜିଜୁଲ ହାକିମ ୨୯ ଓ କାଲାମ ସିଦ୍ଦିକ ୩୨ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ କବିଜା ଗାମେଜ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ଶ୍ରୀଲଙ୍କା ୪୯.୧ ଓଭରରେ ୧୮୬ ରନ କରି ଅଲ୍ ଆଉଟ ହୋଇ ଯାଇଥିଲା । ଦଳ ପକ୍ଷରୁ ଚାମିକା ହିନାତିଗାଲା ୪୧, ଆଧମ ହିଲମି ୩୯ ରନ କରିଥିଲେ । ବାଂଲାଦେଶ ପକ୍ଷରୁ ଇକବାଲ୍ ହୋସେନ ଇମନ ଓ ଶାହାରିୟର ଅହମ୍ମଦ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଅନ୍ୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନେପାଳ ୧୨୪ ରନରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ଦିଲସାଦ ଅଲି ସର୍ବାଧିକ ୩୨ ରନ କରିଥିଲେ । ଜବାବରେ ଆଫଗାନିସ୍ତାନ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ ଉଜୈରଉଲ୍ଲା ନିଆଜି ସର୍ବାଧିକ ୬୧ ରନ କରିଥିଲେ ।