ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ସମାନ ନାଗରିକ ସଂହିତା କେବେ ?

ହିନ୍ଦୁ ଆଇନର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏକଦା ମହିଳାମାନେ ବଂଶାଧିକାର, ପୁନଃବିବାହ ଏବଂ ଛାଡ଼ପତ୍ର ଭଳି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିଲେ । ଏହି କାରଣରୁ ହିନ୍ଦୁ ପରିବାରର କନ୍ୟା ଏବଂ ବିଧବାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶିଷ୍ଟ ସମାଜ ସୁଧାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରଚେଷ୍ଟାରେ ପ୍ରଚଳିତ ବିଧି ସାମାଜିକ ବ୍ୟବସ୍ଥା ଓ ପରମ୍ପରାର ବିରୋଧ କରି ଏହି ଆଇନକୁ ପରିବର୍ତ୍ତନ କରିବା ପାଇଁ ଦାବି କରାଗଲା ।

ସମାନ ନାଗରିକ ସଂହିତା ଲାଗୁ କରିବାକୁ ନେଇ ପୁଣି ଥରେ ଦେଶରେ ବ୍ୟାପକ ଭାବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ତାର ସହଯୋଗୀ ଦଳଗୁଡ଼ିକ ଦେଶର ସବୁ ନାଗରିକଙ୍କ ପାଇଁ ଗୋଟିଏ ପ୍ରକାର ଆଇନ ହେବା ଉଚିତ୍‌ ବୋଲି ମତ ଦେଇ ଏହି ଆଇନ (ସଂହିତା) ସଂଖ୍ୟାଲଘୁ ଗୋଷ୍ଠୀଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ଦିଷ୍ଟ ବୋଲି କହୁଛନ୍ତି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମାନ ନାଗରିକ ସଂହିତାକୁ ଆମେ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେଇଥିଲୁ ଏବଂ ଧାରା-୩୭୦, ସିଏଏ, ଅଯୋଧ୍ୟା ରାମ ମନ୍ଦିର ପରି ଏହାକୁ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରାଯିବ ବୋଲି ଖୋଲାଖୋଲି ଘୋଷଣା କଲା ପରି ବିରୋଧୀ ଶିବିରରେ ପ୍ରବଳ ଗୁଞ୍ଜରଣ ସୃଷ୍ଟି ହୋଇଛି ।

{"align":"right","id":433520,"sizeSlug":"full","linkDestination":"none"}

ଅପରପକ୍ଷରେ ଦିଲ୍ଲୀ ହାଇକୋର୍ଟ ଏବଂ ଏଲାହାବାଦ ହାଇକୋର୍ଟ ଦେଶରେ ସମାନ ନାଗରିକ ସଂହିତା ସପକ୍ଷରେ ମତ ଦେଇ ଏଥିପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରମାନଙ୍କୁ କହିଛନ୍ତି । କୋର୍ଟ କହିଛନ୍ତି ଦେଶ ଜାତି, ଧର୍ମ ଓ ସମୁଦାୟରୁ ଊଦ୍ଧ୍ୱର୍ରେ । ଏପରି ସ୍ଥିତିରେ ସମାନ ନାଗରିକ ସଂହିତା ସମୟର ଦାବି ଓ ଆବଶ୍ୟକତା ମଧ୍ୟ । ସମାନ ନାଗରିକ ସଂହିତାର ଅର୍ଥ ହେଲା– ଧର୍ମ ଓ ବର୍ଗରୁ ଉପରକୁ ଉଠି ସମଗ୍ର ଦେଶରେ ଏକପ୍ରକାର କାନୁନ ଲାଗୁ କରିବା ।

ଦେଶରେ ଥିବା ପ୍ରମୁଖ ଧର୍ମ, ସଂପ୍ରଦାୟର ଗ୍ରନ୍ଥ, ପରମ୍ପରା ଓ ଆଚାର ବ୍ୟବହାରକୁ ନେଇ ପ୍ରଚଳିତ ପର୍ସନାଲ ଲ’ ସ୍ଥାନରେ ଏକ ସାର୍ବଜନୀନ ଆଇନ ପ୍ରଚଳନ ପାଇଁ ୟୁନିୟନ ସିିଭିଲ କୋଡ୍‌ ବା ସମାନ ନାଗରିକ ସଂହିତାର ପ୍ରସ୍ତାବନା କରାଗଲା । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ନିର୍ଦ୍ଦେଶାତ୍ମକ ନୀତି ପରିଚ୍ଛେଦରେ ଧାରା-୪୪କୁ ଅନ୍ତର୍ଭୁକ୍ତ କରାଯାଇ କୌଣସି ଏହାକୁ ମୌଳିକ ଅଧିକାର ଭବେ ଦାବି କରି ଆଇନ ଅଦାଲତର ଆଶ୍ରୟ ନେଇପାରିବ ବୋଲି ସ୍ପଷ୍ଟ କରିଦିଆଗଲା । ଏକଥା ମଧ୍ୟ କୁହାଗଲା ଯେ, ସମାନ ନାଗରିକ ସଂହିତା ପ୍ରତ୍ୟେକ ସରକାରଙ୍କ ପାଇଁ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ । ସମାନ ନାଗରିକ ବା ଆଚାର ସଂହିତାର ଅର୍ଥ- ଏକ ଧର୍ମନିରପେକ୍ଷ ସେକୁଲାର କାନୁନ, ଯାହା ସବୁ ସଂପ୍ରଦାୟ ପାଇଁ ସମାନ ରୂପରେ ଲାଗୁହେବ ।

ଅଲଗା ଅଲଗା ଧର୍ମର ଭିନ୍ନ ଭିନ୍ନ କାନୁନ କାରଣରୁ ନ୍ୟାୟପାଳିକା ଉପରେ ବୋଝ ବଢ଼ୁଛି । ସମାନ ସଂହିତା ଲାଗୁହେଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଏବଂ ଅଦାଲତଗୁଡ଼ିକରେ ବର୍ଷ ବର୍ଷ ଧରି ପଡ଼ିଥିବା ମାମଲାର ଶୀଘ୍ର ଫଇସଲା ହୋଇପାରିବ । ସମସ୍ତଙ୍କ ପାଇଁ ଆଇନରେ ସମାନତା ଦ୍ୱାରା ରାଷ୍ଟ୍ରୀୟ ଏକତା ମଜଭୁତ ହେବ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମାନ ଆଇନ ଲାଗୁହେଲେ ଦେଶରେ ଚାଲିଥିବା ଭୋଟ ଓ ଜାତିଆଣ ରାଜନୀତିରେ ମଧ୍ୟ ସୁଧାର ଆସିବାର ସମ୍ଭାବନା ଅଛି । ଯଦି ସମାନ ନାଗରିକ ସଂହିତା ଲାଗୁହେବ, ତେବେ ଏବେ ଥିବା ସବୁ ବ୍ୟକ୍ତିଗତ କାନୁନ (ପର୍ସନାଲ ଲ’) ସମାପ୍ତ ହୋଇଯିବ ଏବଂ ଲିଙ୍ଗଗତ ପକ୍ଷପାତ ବା ଭେଦଭାବର ସମସ୍ୟା ମଧ୍ୟ ଦୂର ହୋଇପାରିବ । ସମାନ ନାଗରିକ ସଂହିତାର ଉଦ୍ଦେଶ୍ୟ ହେଲା- ମହିଳା ଏବଂ ଧାର୍ମିକ ଅଳ୍ପ ସଂଖ୍ୟକଙ୍କ ସହିତ ସମ୍ବେଦନଶୀଳ ଶ୍ରେଣୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଏବଂ ଏହି ଏକରୂପତା ଦ୍ୱାରା ଦେଶରେ ରାଷ୍ଟ୍ରବାଦୀ ଭାବନାକୁ ମଧ୍ୟ ଶକ୍ତି ମିଳିବ । ଭାରତୀୟ ସମ୍ବିଧାନର ପ୍ରସ୍ତାବନାରେ ଧର୍ମନିରପେକ୍ଷ ଶବ୍ଦ ସନ୍ନିହିତ ଅଛି । ଏକ ଧର୍ମନିରପେକ୍ଷ ଗଣରାଜ୍ୟକୁ ଧାର୍ମିକ ପ୍ରଥାଗୁଡ଼ିକର ଆଧାର ଉପରେ ବିଭାଜିତ ନିୟମଗୁଡ଼ିକ ପରିବର୍ତ୍ତେ ସବୁ ନାଗରିକଙ୍କ ପାଇଁ ଏକ ସମାନ କାନୁନ ହେବା ଆବଶ୍ୟକ ।

ଯେଉଁମାନେ ସମ୍ବିଧାନ ପ୍ରଣୟନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିଥିଲେ, ସେମାନେ ସମସ୍ତେ ସ୍ୱାଧୀନତା ଆନ୍ଦୋଳନ ସମୟର ମହାନ୍‌ ନେତା ଥିଲେ । ସେମାନେ ଭଲଭାବରେ ଦେଶର ଲୋକମାନଙ୍କର ନାଡ଼ି ଚିପି ଜାଣିଥିଲେ ଯେ ଏମାନେ ଜାତି, ଧର୍ମ, ସଂପ୍ରଦାୟ ଓ ଭାଷ୍ୟ ଆଧାରରେ ବହୁଧା ବିଭକ୍ତ । ତଥାପି ଧାରା-୪୪ରେ ସେମାନେ ଲିପିବଦ୍ଧ କଲେ- ସମାନ ନାଗରିକ ସଂହିତାକୁ ଲାଗୁ କରିବା ପାଇଁ ସରକାର ଉଦ୍ୟମ କରିବେ ।

ଏହି ‘ଉଦ୍ୟମ କରିବେ’ ଶବ୍ଦ ଦୁଇଟିକୁ ଯୋଡ଼ି କେବଳ ଆତ୍ମପ୍ରବଞ୍ଚନା କରାଯାଇଛି କହିଲେ ଭୁଲ୍‌ ହେବନାହିଁ । କାରଣ ନାଗରିକମାନେ ହେଲେ ନେତାମାନଙ୍କ ପାଇଁ ଭୋଟ ବ୍ୟାଙ୍କ ଏବଂ ଭୋଟ ହାସଲ କରିବାକୁ ହେଲେ ସେମାନଙ୍କୁ ବିଭାଜିତ କରି ରଖିବା ହିଁ ବୁଦ୍ଧିମାନର କାର୍ଯ୍ୟ । ସମାନ ନାଗରିକ ସଂହିତାକୁ ଆଇନରେ ପରିଣତ କରି ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ତରିକ ଉଦ୍ୟମ କରିଛନ୍ତି ବୋଲି କୌଣସି ସରକାର ଛାତିରେ ହାତ ଦେଇ କହିପାରିବେ ନାହିଁ । ଏହାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ମୋଦି ସରକାର ଏ ଦିଗରେ କେବଳ ଭାଷଣବାଜି ନକରି କିଛି ପଦକ୍ଷେପ ନେବେ ବୋଲି ଆମେ ଆଶା କରୁଛୁ ।

ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କେତେକ ମହିଳା ସାମାଜିକ ସଂଗଠନର କର୍ମୀମାନେ ସମାନ ନାଗରିକ ସଂହିତା ପାଇଁ ଜୋରଦାର ଦାବି କରିଥିଲେ । ଏଥିରେ ମହିଳାଙ୍କ ଅଧିକାରର ସୁରକ୍ଷା, ସେମାନଙ୍କ ପାଇଁ ସାମାଜିକ ସମାନତା ଏବଂ ଧର୍ମ ସଂପ୍ରଦାୟ ନିର୍ବିଶେଷରେ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଥିଲା । ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ମହିଳଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆଇନରେ କେତେକ ସଂସ୍କାର ଅଣାଯାଇଥିଲା । ହିନ୍ଦୁ ବିଧବାମାନଙ୍କ ସହାୟକ ହେବା ଭଳି ଆଇନରେ ସଂଶୋଧନ କରାଗଲା ।

ସେହିଭଳି ବ୍ରିଟିଶରାଜ ସମୟରେ ପ୍ରଥମଥର ପାଇଁ ପର୍ସନାଲ ଲ’ (ଜାତିଗତ ବିଧି ବ୍ୟବସ୍ଥା) ଲାଗୁ ହେଲା ଏବଂ ଏହା ମୁଖ୍ୟତଃ ହିନ୍ଦୁ ଓ ମୁସଲମାନ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ହେଲା । ରାଜ୍ୟଗୁଡ଼ିକ ପାଇଁ ନୀତିଗତ ନିର୍ଦ୍ଦେଶାବଳୀ (ଡିରେକ୍ଟିଭ ପ୍ରିନ୍ସପଲ୍ସ)ର ଧାରା-୪୪ରେ ରାଜ୍ୟମାନେ କ’ଣ କରିବା ଉଚିତ୍‌, ସେ ସଂପର୍କରେ ଉଲ୍ଲେଖ ରହିଛି । ସମକାଳୀନ ରାଜନୀତିରେ ବିଜେପି ସହିତ ବାମପନ୍ଥୀ ଦଳଗୁଡ଼ିକ ଏହାକୁ ସମର୍ଥନ ଜଣାଇଥିବା ବେଳେ କଂଗ୍ରେସ ଏବଂ ଅଲ୍‌ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ଏହାର ବିରୋଧ କଲା । ଗୋଆରେ ‘ଏକ ସମାନ ପାରିବାରିକ ଆଇନ’ (ଫାମିଲି ଲ’) ରହିଛି । ସ୍ୱତନ୍ତ୍ର ବିବାହ ଆଇନ ୧୯୫୪ ଅନୁସାରେ କୌଣସି ଧର୍ମୀୟ, ଜାତିଗତ ବିଧିବ୍ୟବସ୍ଥାରୁ ବାହାରକୁ ଯାଇ ଜଣେ ନାଗରିକର ବିବାହ କରିବାର ଅଧିକାର ରହିଛି ।

୧୯୫୬ରେ ବହୁ ବିରୋଧ ଭିତରେ ଭାରତୀୟ ସଂସଦ ହିନ୍ଦୁ କୋଡ୍‌ ବିଲ୍‌ ପାସ୍‌ କଲେ ଯଦିଚ, ମୁସଲିମ ପର୍ସନାଳ ଲ’ ବା ସରିୟା ଆଇନକୁ କଠୋରତାର ସହ ଲାଗୁ କରାଗଲା ନାହିଁ । ତଳ କୋର୍ଟଗୁଡ଼ିକରେ ଏହି ଆଇନର କାର୍ଯ୍ୟକାରିତାରେ ସମାନତା ପ୍ରତିଫଳିତ ହେଲାନାହିଁ । ମହିଳାମାନଙ୍କୁ ଠିକ୍‌ ଭାବରେ ସମାନ ସାମାଜିକ ନ୍ୟାୟ ମିଳିପାରିଲା ନାହିଁ ।

ହିନ୍ଦୁ ଆଇନର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏକଦା ମହିଳାମାନେ ବଂଶାଧିକାର, ପୁନଃବିବାହ ଏବଂ ଛାଡ଼ପତ୍ର ଭଳି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିଲେ । ଏହି କାରଣରୁ ହିନ୍ଦୁ ପରିବାରର କନ୍ୟା ଏବଂ ବିଧବାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶିଷ୍ଟ ସମାଜ ସୁଧାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରଚେଷ୍ଟାରେ ପ୍ରଚଳିତ ବିଧି ସାମାଜିକ ବ୍ୟବସ୍ଥା ଓ ପରମ୍ପରାର ବିରୋଧ କରି ଏହି ଆଇନକୁ ପରିବର୍ତ୍ତନ କରିବା ପାଇଁ ଦାବି କରାଗଲା । ୧୮୬୫ରେ ବ୍ରିଟିଶ ସରକାର ଭାରତୀୟ ଉତ୍ତରାଧିକାର ଆଇନ (ଇଣ୍ଡିଆନ ସକ୍‌ସେନ ଆକ୍ଟ) ପ୍ରଣୟନ କରି ମହିଳାଙ୍କ ଅର୍ଥନୈତିକ ସୁରକ୍ଷା ପାଇଁ ବ୍ୟବସ୍ଥା କଲେ । ଜାତିଗତ ବିଧିବ୍ୟବସ୍ଥାକୁ ନାଗରିକ ବିଧିବ୍ୟବସ୍ଥା କରିବା ପାଇଁ ଉଦ୍ୟମ କରାଗଲା । ଏହାପରେ ଇଣ୍ଡିଆନ ମ୍ୟାରେଜ ଆକ୍ଟ ୧୮୬୪, ହିନ୍ଦୁ ବିଧବା ବିବାହ ଆଇନ ୧୯୫୬ ଏବଂ ବିବାହିତ ମହିଳା ସମ୍ପତ୍ତି ଆଇନ ୧୯୨୩ ଏବଂ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୬୮ ପାରିତ ହେଲା । ଏହାଫଳରେ ସମ୍ପତ୍ତି ଉପରେ ହିନ୍ଦୁ ମହିଳାଙ୍କୁ ଅଧିକାର ସାବ୍ୟସ୍ତର ସୁଯୋଗ ମିଳିଲା ।

୧୯୩୩ରେ ଅଖିଳ ଭାରତ ମହିଳା ସମ୍ମିଳନୀରେ ଲକ୍ଷ୍ମୀ ମେନନ ଏବଂ ପରବର୍ତ୍ତୀ ସମୟରେ କରାଚିଠାରେ ଅନୁଷ୍ଠିତ ଅଖିଳ ଭାରତ କଂଗ୍ରେସ ଅଧିବେଶନରେ ସମାନ ନାଗରିକ ସଂହିତା ବହୁ ଦାବି କରି ଏକ ପ୍ରସ୍ତାବ ଗୃହୀତ କରାଇଥିଲେ ।ଭାରତୀୟ ସଂସଦ ୧୯୪୮-୧୯୫୧ ଏବଂ ୧୯୫୧-୫୪ ମଧ୍ୟରେ ହୋଇଥିବା ଅଧିବେଶନଗୁଡ଼ିକରେ ହିନ୍ଦୁ ଲ’ କମିଟି ରିପୋର୍ଟ ଉପରେ ବହୁଭାବରେ ଚର୍ଚ୍ଚା ହେଲା । ତତ୍କାଳୀନ ଆଇନ ମନ୍ତ୍ରୀ ଡକ୍ଟର ଭୀମରାଓ ଆମ୍ବେଦକର ଏ ସଂକ୍ରାନ୍ତରେ ବିଲ୍‌ ଉପସ୍ଥାପନ କଲେ । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ମହିଳା ସାଂସଦ ତଥା ଅନ୍ୟ ବହୁ ସଦସ୍ୟ ଏହାକୁ ସମର୍ଥନ କଲେ । ରକ୍ଷଣଶୀଳ ସଦସ୍ୟମାନେ ଏହାର ବିରୋଧ କଲେ । ଯାହା ହେଉ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଲ୍‌ ପାସ୍‌ ହେଲା । ପରନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଭୋଟବ୍ୟାଙ୍କ ନଷ୍ଟ ହେବାର ଭୟ ଏବଂ କେତେକ ସାଂପ୍ରଦାୟିକ ଶକ୍ତି ବିରୋଧ କାରଣରୁ ତାହା ଶୀତଳ ଭଣ୍ଡାରରେ ପଡ଼ିରହି ଏକପ୍ରକାର ଅକାମି ହୋଇ ରହିଲା ।

୧୯୫୬ରେ ସଂସଦରେ ହିନ୍ଦୁ ମ୍ୟାରେଜ କୋଡ୍‌ ବିଲ୍‌ ଆଗତ ହେବାପରେ ସେ ସମୟର ବିଶିଷ୍ଟ ସମାଜବାଦୀ ନେତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ସାଂସଦ ଆଚାର୍ଯ୍ୟ ଜେ. ବି. କୃପଲାନୀ ନେହରୁଙ୍କୁ ଆକ୍ଷେପ କରି କହିଥିଲେ “ମୁଁ ଆପଣଙ୍କ ସରକାରକୁ ସାଂପ୍ରଦାୟିକ ଆଖ୍ୟା ଦେବାକୁ ଚାହେଁ, କାରଣ କେବଳ ହିନ୍ଦୁ ସମାଜ ପାଇଁ ଏକ ବିବାହ ଆଇନ ଆଣିବାକୁ ଯାଉଛନ୍ତି । ମୁସଲମାନ ଏବଂ କ୍ୟାଥଲିକ ସମାଜ ପାଇଁ ଏହାକୁ ଲାଗୁ କରାଯାଉ । ମୁଁ ଦୃଢ଼ତାର ସହ କହିପାରେ ଯେ, ମୁସଲମାନ ସମାଜ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ପରନ୍ତୁ ଆପଣଙ୍କ ଭିତରେ ଦୃଢ଼ ସାହସର ଅଭାବ ।” ତିରିଶ ବର୍ଷ ପରେ ତତ୍କାଳୀନ ପ୍ରଧାନ ବିଚାରପତି ୱାଇ. ଭି. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟ ବେଞ୍ଚ ଶାହାବାନୁ ବେଗମ ମାମଲା (ଏଆଇଆର ୧୯୮୫- ଏସସି ୯୪୫)ରେ କହିଥିଲେ, ଏହା ଅତ୍ୟନ୍ତ ଅନୁଶୋଚନାର ବିଷୟ ଯେ, ଆମ ସମ୍ବିଧାନର ଧାରା-୪୪ ମୃତ ଦସ୍ତାବିଜ ହୋଇ ରହିଛି । ଦେଶପାଇଁ ଏକ ସାଧାରଣ ନାଗରିକ ସଂହିତା ତିଆରି ଦୃଷ୍ଟିରୁ କୌଣସି ପ୍ରାଶାସନିକ ତତ୍ପରତା ଦୃଷ୍ଟିଗୋଚର ହେଉନାହିଁ ।

ଇତିମଧ୍ୟରେ ଗୋଆର ପୋରବୋରିସ ପରେ ହାଇକୋର୍ଟର ଏକ ନୂତନ ଭବନ ଉଦ୍‌ଘାଟନ ଅବସରରେ ସୁପ୍ରିମକୋର୍ଟର ଚିଫ୍‌ ଜଷ୍ଟିସ ଏସ. ଏ. ବୋବଡେ ଗୋଆ ସରକାର ସମାନ ନାଗରିକ ସଂହିତା ଲାଗୁ କରିଥିବାରୁ ପ୍ରଶଂସା କରି କହିଥିଲେ ଯେ, ସମ୍ବିଧାନ ନିର୍ମାତାମାନେ ଏହାର କଳ୍ପନା ସମଗ୍ର ଦେଶ ପାଇଁ କରିଥିଲେ । ବହୁତ ଏକାଡେମିକ୍ସ ୟୁନିଅନ ସିଭିଲ କୋଡ୍‌ ବିଷୟରେ ଚର୍ଚ୍ଚା କରୁଥିବା ମୁଁ ଶୁଣିଛି । ମୁଁ ସେହି ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଏଠାକୁ ଆସି ନ୍ୟାୟିକ ବ୍ୟବସ୍ଥାର ଅନୁଧ୍ୟାନ କରନ୍ତୁ । ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସମାନ ନାଗରିକ ସଂହିତାକୁ ଯେତେଶୀଘ୍ର ନ୍ୟାୟିକ ଚାପ ଦିଆଯିବ ସେତେ ଉତ୍ତମ ବୋଲି କୁହାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.