ବଲିଉଡ୍ ଏହି ସୁପର ଟେକନିକ୍କୁ ଫିଲ୍ମରେ କରୁଛି ବ୍ୟବହାର , ହଲିଉଡ୍କୁ ଦେବ ଟକ୍କର

ମୁମ୍ୱାଇ : ଯେଉଁ ଗତିରେ ସମୟ ବିତି ଚାଲିଛି , ଏହା ଠାରୁ ବହୁତ ଅଧିକ ଦ୍ରୁତ ଗତିରେ ଟେକନିକ୍ର ବିକାଶ ହେଉଛି ଏବଂ ଏହି ଟେକନିକ୍କୁ ପ୍ରତି ଛୋଟ ବଡ଼ ଜିନିଷରେ ଦେଖିବାକୁ ମିଳିଛି। ଏହା ତ ଆମ ସମସ୍ତଙ୍କୁ ଜଣା କି ଫିଲ୍ମ ଗୁଡ଼ିକୁ ତିଆରି କରିବାରେ ଟେକନିକ୍ର ବ୍ୟବହାର ହୁଏ , କିନ୍ତୁ ଆକ୍ସନ ସିକ୍ୱେନ୍ସ ଓ ସ୍ପେଶାଲ ଇଫେକ୍ଟ ମାମଲାରେ ହିନ୍ଦି ଫିଲ୍ମ ହଲିଉଡ ଠାରୁ ପଛରେ ରହିଛି। ଆପଣଙ୍କୁ କହି ରଖୁଛୁ କି ଏବେ ହିନ୍ଦି ଫିଲ୍ମରେ ଏକ ଏମିତି ଟେକନିକ୍ର ବ୍ୟବହାର କରାଯାଉଛି , ଯାହା ମୂଳ ରୂପେ ଭିଡ଼ିଓ ଗେମ୍ସରେ ୟୁଜ୍ କରାଯାଏ , ଆସନ୍ତୁ ଏହା ବିଷୟରେ ଜାଣିବା ….
ଆପଣଙ୍କୁ ଜଣାଇ ଦେଉଛୁ କି, ଫିଲ୍ମରେ ଭିଏଫଏକ୍ସର ବ୍ୟବହାର କୌଣସି ନୂଆ କଥା ନୁହେଁ । ଭିଏଫଏକ୍ସର ପରି ହିଁ ଏକ ଟେକନିକ ଗେମ୍ ଇଞ୍ଜନ ମଧ୍ୟ ଅଛି। ଏହାର ବ୍ୟବହାର ମଧ୍ୟ ଫିଲ୍ମରେ କରାଯାଏ । ଏହି ଟେକନିକ୍ ବାସ୍ତବରେ ମୂଳ ରୂପେ ଭିଡ଼ିଓ ଗେମ୍ସରେ ବ୍ୟବହାର କରାଯାଏ । ଏହି ଭିଡ଼ିଓ ଗେମକୁ କୋଡ ଓ ପ୍ଲାନ କରିବା ପାଇଁ ଗେମ୍ ଡେଭଲପର୍ସ ବ୍ୟବହାର କରିଥାନ୍ତି।
ଏମିତି ତ ଫିଲ୍ମରେ ଗେମ୍ ଇଞ୍ଜିନ ପୂର୍ବରୁ ହିଁ ବ୍ୟବହାର କରାଯାଉଛି , ହେଲେ ଏବେ ଯେଉଁ ଅବଡେଟେଡ୍ ଗେମ୍ ଇଞ୍ଜିନ୍ ଆସିଛି , ଏଥିରେ ଫିଲ୍ମ ନିର୍ମାତାଙ୍କର କାମ ଆହୁରି ସହଜ ହୋଇ ଯାଇଛି । ଅନରିୟଲ ଇଞ୍ଜିନ ୫ ଭଳି ଗେମ୍ ଇଞ୍ଜିନ କାମକୁ ସହଜ ଓ ଶସ୍ତା କରି ଦେଇ ଥାଏ । ଏହି ଟେକନିକ୍ ପ୍ରଡକ୍ସନର ସମୟକୁ କମ୍ କରିଦେଇ ଥାଏ ଏବଂ ଏହି ଟେକନିକରେ ନିର୍ମାତା ଲାଇଭ ଆକ୍ସନ ଓ କମ୍ପ୍ୟୁଟର-ଜେନରେଟେଡ ମୁଭିଂ ଫଟୋକୁ ଏକା ସାଥିରେ ବ୍ଲେଣ୍ଡ କରିପାରେ , ଯେଉଁଥିରେ ଫିଲ୍ମ କରିବାର ପ୍ରୋସେସ ସହଜ ହୋଇଯାଏ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦେଶର ଅନେକ ବଡ଼ ବଡ଼ ଫିଲ୍ମରେ ଏହି ଟେକନିକ୍ର ବ୍ୟବହାର ମଧ୍ୟ ଆରମ୍ଭ କରାଯାଇ ସାରିଛି । ଆଲିଆ ଭଟ୍ଟଙ୍କର ନିକଟରେ ହିଁ ରିଲିଜ ହୋଇଥିବା ଫିଲ୍ମ , ଆରଆରଆର ଯାହାକୁ ଏସଏସ ରାଜାମୌଳୀ କରିଛନ୍ତି , ଏଥିରେ ବି ଅନରିୟଲ ଇଞ୍ଜିନ ୫ ର ବ୍ୟବହାର କରାଯାଇଛି । ଏହି ଗେମ୍ ଇଞ୍ଜିନର ସାହାଯ୍ୟରେ ଡାଇରେକ୍ଟର ଜଙ୍ଗଲରେ ଲାଗିଥିବା ନିଆଁ ଓ ପାଣି ତଳେ ହୋଇଥିବା ଆକ୍ସନ ସିନ୍କୁ ରିକ୍ରିଏଟ୍ କରିଛନ୍ତି।