PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରବଳ ବର୍ଷା ପରେ ସୋନଭଦ୍ର ନାଳରେ ଭାସିଗଲେ ୬ ଶ୍ରମିକ; ୪ ଜଣଙ୍କ ମୃତଦେହ ଉଦ୍ଧାର, ୨ ନିଖୋଜ…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସୋନଭଦ୍ରରେ ଏକ ବଡ଼ ଦୁର୍ଘଟଣା ହୋଇଛି । ବର୍ଷା ପରେ ନାଳରେ ଆସିଥିବା ପ୍ରବଳ ସ୍ରୋତରେ ୬ ଜଣ ଶ୍ରମିକ ଭାସି ଯାଇଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଏପର୍ଯ୍ୟନ୍ତ ଦୁଇଜଣ ଶ୍ରମିକଙ୍କ ସନ୍ଧାନ ମିଳିପାରି ନାହିଁ । ପୋଲିସ ଉଭୟ ଶ୍ରମିକଙ୍କ ସନ୍ଧାନ କରୁଛି । ଏହି ଘଟଣାଟି କୋନ ଥାନା ଅଂଚଳର ଚକରିଆରେ ଘଟିଛି ।

ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ ବର୍ଷା ପରେ ହଠାତ ବୈତାରା ନାଳରେ ପ୍ରବଳ ସ୍ରୋତ ଆସିଥିଲା ।  ଏଥିରେ ୬ ଜଣ ଶ୍ରମିକ ଭାସି ଯାଇଥିଲେ । ଚାରି ଜଣଙ୍କ ମୃତଦେହକୁ ଚାକରିଆ ଚଉକି ଅଞ୍ଚଳର ନାଳରୁ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ରାଜକୁମାରୀ (୪୦), ରୀତା (୩୨), ରାଜମତି (୧୦) ହିରାବତୀ (୨୨) । ସମସ୍ତେ ଗଢବାନ ଥାନା ରାମପୁର ବରକୋନିଆର ବାସିନ୍ଦା । ବର୍ତ୍ତମାନ ୫୫ ବର୍ଷୀୟ ସାନ୍ତାରା ଏବଂ ୧୨ ବର୍ଷୀୟ ଭିମଲେଶ ନିଖୋଜ ଅଛନ୍ତି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜୁଛି ।

ସମ୍ବନ୍ଧିତ ଖବର