PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ-୨୦୨୨ ରେଜଲ୍ଟ: ଇଶିତା କିଶୋର IAS ଟପ୍ପର, ଟପ୍ ୪ରେ ଝିଅ

ନୂଆଦିଲ୍ଲୀ ୨୩/୦୫: ପ୍ରକାଶ ପାଇଲା UPSC ରେଜଲ୍ଟ ୨୦୨୨। ଚଳିତ ବର୍ଷ ମେନ୍ ପରୀକ୍ଷା ବାଜିମାରିଲେ ଝିଅ। ୯୩୩ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଥମ ୪ଟି ସ୍ଥାନରେ ରହିଛିନ୍ତି ୪ ଜଣ ଝିଅ ରହିଛନ୍ତି। ପ୍ରଥମ ସ୍ଥାନରେ ଇଶିତା କିଶୋର ରହିଛନ୍ତି । ସେ ସର୍ବଭାରତୀୟ IAS ଟପ୍ପର ହୋଇଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ରହିଥିବା ବେଳେ ତୃତୀୟ ସ୍ଥାନରେଉମା ହାରାତି ଏବଂ ଚତୁର୍ଥ ସ୍ଥାନ ସ୍ମୃତି ମିଶ୍ରା ରହିଛନ୍ତିି। ୟୁପିଏସ୍‌ସି ଟପ୍‌-୧୦ରେ ଥିବା କୃତି ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୟୁର ହାଜାରିକା, ଗହନା ନବ୍ୟା ଜେମ୍ସ, ଓ୍ୱାସିମ୍‌ ଅହମ୍ମଦ ଭଟ୍ଟ, ଅନୁରୁଦ୍ଧ ଯାଦବ, କନିକା ଗୋଏଲ୍‌, ରାହୁଲ ଶ୍ରୀବାସ୍ତବ ରହିଛନ୍ତି । ତାଲିକାର ୬୭ ତମ ସ୍ଥାନରେ ଓଡିଆ ଝିଅ କସ୍ତୁରି ପଣ୍ଡା ରହିଛନ୍ତି ।

୨୦୨୨ ସେପ୍ଟେମ୍ବରରେ ସିଭିଲ ସର୍ଭିସର ଲିଖିତ ପରୀକ୍ଷା ହୋଇଥିଲା । ୨୦୨୩ ଜାନୁଆରୀରୁ ମେ ମଧ୍ୟରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ କୃତକାର୍ଯ୍ୟ ୯୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୫ଜଣ ସାଧାରଣ ବର୍ଗ, ୯୯ ଜଣ ଆର୍ଥିକ ଅନଗ୍ରସର ବର୍ଗ, ପଛୁଆ ବର୍ଗରୁ ୨୬୩, ୧୫୪ଜଣ ଅନୁସୂଚିତ ଜାତିର ଏବଂ ୭୨ଜଣ ଅନୂସୂଚିତ ଜନଜାତି ପ୍ରାର୍ଥୀ । ଏମାନଙ୍କ ବ୍ୟତୀତ ୧୭୮ ପ୍ରାର୍ଥୀ କନସୋଲିଡେଟ୍‌ ରିଜର୍ଭ ତାଲିକାରେ ରହିଛନ୍ତି । ମନୋନୀତ ପ୍ରାର୍ଥୀମାନେ ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌ ଏବଂ କେନ୍ଦ୍ରୀୟ ସେବାର ଗ୍ରୁପ-ଏ ତଥା ଗ୍ରପୁ ବିରେ ନିଯୁକ୍ତି ପାଇବେ ।

ସେହିଭଳି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ IAS-୧୮୦ ଜଣ, IPS-୨୦୦ଜଣ, IFS- ୩୮ ଜଣ, Group Aରେ ୪୭୩ଜଣ, Group Bରେ ୧୩୧ ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର