ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ମହିଳାଙ୍କୁ ନେଇ ନୀତୀଶ କୁମାରଙ୍କ ବିବାଦୀୟ ବୟାନ: ଆମେରିକୀୟ ଗାୟିକା ଦେଲେ ପ୍ରତିକ୍ରିୟା,ରାଗରେ କହିଲେ- ଯଦି ମୁଁ ଭାରତରେ ଥାଆନ୍ତି....

ନୂଆଦିଲ୍ଲୀ,୯।୧୧: ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ମନ୍ତବ୍ୟ ଦେଇଥିଲେ। ଏହି ସମୟରେ ସେ ମହିଳାଙ୍କ ସେକ୍ସ ଏଜୁକେସନ୍ ନେଇ ନେଇ ଏକ ମନ୍ତବ୍ୟ ଦେଇଥିଲେ, ଯାହାକି ଖୁବ୍ ବିବାଦୀୟ ହୋଇଥିଲା। ଏହାକୁ ନେଇ ଦେଶର ବହୁ ରାଜନେତା ନୀତୀଶଙ୍କୁ କଡା ସମାଲୋଚନା କରିଥିଲେ। ପରେ ଯଦିଓ ନୀତୀଶ କ୍ଷମା ମାଗିଥିଲେ, କିନ୍ତୁ ଏବେ ବି ଉତ୍ତେଜନା ଥମୁନି।  ଏବେ ଏଥିରେ ଅନ୍ତର୍ଜାତୀୟ ସ୍ତରରେ ଜଣେ ବ୍ୟକ୍ତିଙ୍କର ନାଁ ଯୋଡି ଯାଇଛି।  

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବୟାନ ଉପରେ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀ ଓ ଗାୟିକା ମେରି ମିଲ୍‌ବେନ୍ କହିଛନ୍ତି, ଯଦି ମୁଁ ଭାରତର ନାଗରିକ ହୋଇଥାନ୍ତି ତେବେ ମୁଁ ବିହାର ଯାଇଥାନ୍ତି ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢିଥାନ୍ତି।’ ଏଏନ୍‌ଆଇ ରିପୋର୍ଟ ଅନୁସାରେ, ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୋଦି ସବୁବେଳେ ମହିଳାଙ୍କ ପାଇଁ ଠିଆ ହୋଇ ରହିଥାନ୍ତି। ସେ ଭାରତୀୟ ନାଗରିକଙ୍କ ପ୍ରଗତି ପାଇଁ ସବୁଠାରୁ ଭଲ ନେତା।

ଆଫ୍ରିକୀୟ-ଆମେରିକୀୟ ଅଭିନେତା ଓ ଗାୟିକା ମେରି ମିଲବେନ୍‌ ନିଜର ଏକ୍ସ ଆକାଉଣ୍ଟରେ  ଏକ ଭିଡିଓ ଜାରି କରି କହିଛନ୍ତି, ବହୁ ଲୋକ ମୋତେ ପଚାରୁଛନ୍ତି  ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କାହିଁକି କରୁଛି। ଏହାର ମୁଖ୍ୟ କାରଣ ଏହା ଯେ, ବିଶ୍ବ ସ୍ତରରେ ଭାରତ ଓ ଭାରତୀୟ ଲୋକଙ୍କୁ ଭଲ ପାଏ। ମୋ ମତରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଓ ଭାରତୀୟ ନାଗରିକଙ୍କ ପ୍ରଗତି ପାଇଁ ସର୍ବଶ୍ରେଷ୍ଠ ନେତା। ସେ ଦୁନିଆରେ ବିଶ୍ବ ଆର୍ଥିକ ସ୍ଥିରତା ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ସେ   ନୀତୀଶଙ୍କ ବୟାନକୁ ନେଇ କହିଛନ୍ତି, ସେ ମହିଳାଙ୍କ ମୂଲ୍ୟବୋଧକୁ ଚ୍ୟାଲେଞ୍ଜ ଦେଉଛନ୍ତି।

Copyright © 2022 - Summa Real Media Private Limited. All Rights Reserved.