ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଡ୍ରାଗନ୍‌କୁ ଭାରତର ଯବାବ; ଭାରତ-ଆମେରିକା ସମ୍ପର୍କରେ ହସ୍ତକ୍ଷେପ ନୁହେଁ, ନିଜ କଥା ବୁଝ

ନୂଆଦିଲ୍ଲୀ,୦୧/୧୨: ଭାରତ ସହିତ ଆମେରିକା ସୈନ୍ୟଙ୍କର ମିଳିତ ଯୁଦ୍ଧାଭ୍ୟାସକୁ ନେଇ ଚୀନ୍‌ର ଆପତ୍ତିକୁ ଖଣ୍ଡନ କରିଛି ଭାରତ। ଗୁରୁବାର ଭାରତ କହିଛି ଯେ, ଆମେରିକା-ଭାରତ ମିଳିତ ଯୁଦ୍ଧାଭ୍ୟାସ ସହିତ ୧୯୯୩  ଓ ୧୯୯୬ର ଚୁକ୍ତିନାମାର କୌଣସି ସମ୍ପର୍କ ନାହିଁ। ତେବେ ଚୀନ୍‌ ପକ୍ଷରୁ ଏହି ଚୁକ୍ତିନାମା ଉଲଙ୍ଘନ ବିଷୟରେ ନିଜେ ଭାବିବା ଦରକାର। ସୂଚନାଥାଉକି, ବାସ୍ତବିକ ନିୟନ୍ତ୍ରଣ ରେଖାରୁ ମାତ୍ର ୧୦୦ କିଲୋମିଟର ଦୂର ଉତ୍ତରାଖଣ୍ଡର ଔଲିରେ ଭାରତ ଓ ଆମେରିକାର ସେନା ମିଳିତ ଯୁଦ୍ଧାଭ୍ୟାସ କରୁଛନ୍ତି। ଆଉ ଏହି ଯୁଦ୍ଧାଭ୍ୟାସକୁ ନେଇ ବୁଧବାର ଚୀନ୍‌ ପକ୍ଷରୁ ଆପତ୍ତି ଉଠାଯାଇଥିଲା। 

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ଗଣମାଧ୍ୟମରେ କହିଛନ୍ତି ଯେ, ଔଲିରେ ଆମେରିକା ଓ ଭାରତର ସୈନ୍ୟଙ୍କ ମଧ୍ୟରେ ଚାଲିଥିବା ମିଳିତ ଯୁଦ୍ଧାଭ୍ୟାସ ସହିତ ୧୯୯୩ ଓ ୧୯୯୬ର ଚୁକ୍ତି ସହିତ କୌଣସି ସମ୍ବନ୍ଧ ନାହିଁ। ଏପରିକି ଭାରତ କେଉଁ ଦେଶ ସହିତ ଯୁଦ୍ଧାଭ୍ୟାସ କରିବ ବା ନକରିବ ସେଥିରେ ଚୀନ୍‌ ମୁଣ୍ଡ ଖେଳାଇବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅରିନ୍ଦମ ବାଗ୍‌ଚି।

ଚୀନ୍‌ ଦ୍ବାରା ଆମେରିକା ଅଧିକାରୀଙ୍କୁ ଭାରତ ଓ ବେଜିଂ ମଧ୍ୟରେ ହସ୍ତକ୍ଷେପ ନ କରିବାକୁ କହିବା ପରେ ଏକ ରିପୋର୍ଟ ମାଧ୍ୟମରେ ଏହାର ପ୍ରତିଜବାବ ରଖିଛି ପେଣ୍ଟାଗନ। ଆମେରିକା ଅଧିକାରୀମାନେ କହିଛନ୍ତି ଯେ, ଭାରତ ସହିତ ଯୁଦ୍ଧାଭ୍ୟାସ ବେଳେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏମିତିରେ ଚୀନ୍‌ ଭାରତ ଠାରୁ ଆମେରିକାକୁ ଅଲଗା କରିବା ପାଇଁ ସୀମାରେ ଏବେ ସ୍ଥିରତା ଆଣିବାକୁ ଚାହୁଁଛି। ଆମେରିକା ଚେତାବନୀ ଦେଇଛି ଯେ, ସେ ଭାରତ ସହିତ କୌଣସି ମତେ ହସ୍ତକ୍ଷେପ ନକରୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.