ନିଜକୁ ବଡ କରିବ ରୋବୋଟ୍: ଛୋଟ ଛୋଟ ପାର୍ଟ ଯୋଡିବ, ରେସିଂ କାର୍ ପ୍ରସ୍ତୁତ କରିପାରିବ

ନୂଆଦିଲ୍ଲୀ ୨୯/୧୧: ମଣିଷମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ରୋବଟ୍ସ୍ ନିଜକୁ ରିପ୍ଲେସ୍ କରୁଛନ୍ତି । ନିକଟରେ ଆମେରିକାର ମୈସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(MIT)ର ବୈଜ୍ଞାନିକମାନେ ଏମିତି ଏକ ରୋବୋଟ୍ ପ୍ରସ୍ତୁତ କରିଛନ୍ତି ଯାହା ନିଜର ପାର୍ଟ୍ସ ଆସେମ୍ବଲ କରିବାରେ ସକ୍ଷମ ହେବ । ଏହା ବିଲ୍ଡିଂ ଏବଂ ଗାଡି ନିର୍ମାଣ ସହିତ ନିଜକୁ ଏକ ବଡ ରୋବୋଟରେ ପରିଣତ କରିପାରିବ ।
ଏମଆଇଟିର ସେଣ୍ଟର ଫର୍ ବିଟ୍ସ ଏଣ୍ଡ ଏଟମ୍ସ(CBA) ର କହିବାନୁସାରେ ରୋବୋଟକୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି କି ସେମାନେ ନିଜେ ନିଜେ ନିଜକୁ ବିକଶିତ କରିପାରିବେ । ବୈଜ୍ଞାନିକମାନେ ଜଣାଇଛନ୍ତି କି ରୋବୋଟ୍ ବିମାନବନ୍ଦରର ଏକ ୱିଙ୍ଗ୍ ବା ରେସିଂ କାରର ଛୋଟ ଛୋଟ ପାର୍ଟ୍ସକୁ ଆସେମ୍ବଲ କରିବା କାମ କରିପାରିବ । ଏହି ରିସର୍ଚ୍ଚକୁ ନେଚର ଜର୍ଣ୍ଣାଲରେ ପ୍ରକାଶ କରାଯାଇଛି ।
ଏହି ରୋବୋଟ୍ ଅନେକ ଭୋକ୍ସେଲକୁ ଯୋଡି ପ୍ରସ୍ତୁତ ହୋଇଥାଏ । ଏକ ଭଳି ଛୋଟ ସବୟୁନିଟ୍ସର ସିରିଜକୁ ଭୋକ୍ସେଲ କୁହାଯାଏ । ରିସର୍ଚ୍ଚର୍ସଙ୍କ କହିବାନୁସାରେ ଏହି ଭୋକ୍ସେଲରେ ପାୱର ଏବଂ ଡାଟା ଥାଏ । ଏହା ପରସ୍ପର ଭୋକ୍ସେଲକୁ ଟ୍ରାନ୍ସଫର ମଧ୍ୟ କରିଥାଏ । ଏଥିରେ କୌଣସି ପାୱର ବା କେବଲ ନଥାଏ । ଏହା ନିଜକୁ ପରସ୍ପର ସହିତ ଯୋଡି ହୋଇ ନିଜକୁ ବଡ ରୋବୋଟ୍ ମଧ୍ୟ କରିପାରିଥାଏ ।
ବର୍ତ୍ତମାନ ଏହି ରୋବୋଟ୍ ଡେଭଲପମେଣ୍ଟ ଷ୍ଟେଜରେ ରହିଛି । ଏହାର ସିଷ୍ଟମ ଅନ୍ୟ ରୋବୋଟ୍ସ ବା ଛୋଟ ଷ୍ଟ୍ରକ୍ଚର ପ୍ରସ୍ତୁତ କରିପାରିବ । ଧିରେ ଧିରେ ଏହାକୁ ଅଧିକ ଇଣ୍ଟେଲିଜେଣ୍ଟ କରାଯିବ ଯାହା ଫଳରେ ଏହା କେବଳ ବଡ ଷ୍ଟ୍ରକ୍ଚର ନୁହେଁ, ବରଂ ବିଶ୍ୱରେ କିଛି ବି ପ୍ରସ୍ତୁତ କରିବାରେ ସଫଳ ହେବ । ରିସର୍ଚ୍ଚରେ ସାମିଲ ବୈଜ୍ଞାନିକମାନଙ୍କ କହିବାନୁସାରେ ଏହା ଡେଭଲପ୍ ହେଲେ କମ୍ ଖର୍ଚ୍ଚ ଏବଂ କମ୍ ସମୟରେ ବିଲ୍ଡିଂ ଏବଂ ମହଙ୍ଗା କାର୍ ଭଳି ଷ୍ଟ୍ରକ୍ଚର ପ୍ରସ୍ତୁତ କରିହେବ ।