ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବିଜେପି ଟିକେଟ୍ ନ ଦେଲେ ବି ଲଢ଼ିବେ ବରୁଣ ଗାନ୍ଧୀ, କିଣିଲେ ନାମାଙ୍କନ ପତ୍ର, ପ୍ଲାନ୍ ‘ବି’ ପ୍ରସ୍ତୁତ

ନୂଆଦିଲ୍ଲୀ, ୨୦/୦୩: ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶର ବଳକା ସିଟ୍ ଲାଗି ବିଜେପି ଶୀଘ୍ର ହିଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ୟୁପିର ପିଲିଭିତରୁ ସାଂସଦ ଥିବା ବରୁଣ ଗାନ୍ଧୀଙ୍କୁ ପୁଣି ଥରେ ବିଜେପି ଟିକେଟ୍ ଦେବ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି । ଟିକେଟକୁ ନେଇ ସସପେନ୍ସ ଭିତରେ ବରୁଣ ଗାନ୍ଧୀ ୪ ସେଟ୍ ନାମାଙ୍କନ ପତ୍ର କିଣିଛନ୍ତି ।

ଚର୍ଚ୍ଚା ଅନୁସାରେ, ବରୁଣ ଗାନ୍ଧୀଙ୍କୁ ବିଜେପି ଟିକେଟ୍ ନ ଦେଲେ ସେ ସ୍ୱାଧୀନ ଭାବେ ଲଢ଼ିବେ । ରିପୋର୍ଟ ଅନୁସାରେ, ବିଗତ ଦିନରେ ବସିଥିବା ବିଜେପି କୋର୍ କମିଟି ବୈଠକରେ ଅଧିକାଂଶ ନେତା ବରୁଣ ଗାନ୍ଧୀଙ୍କ ଟିକେଟ୍ କାଟିବା ସପକ୍ଷରେ ଅଡ଼ି ବସିଥିଲେ । ଏହା ପଛର କାରଣ ବରୁଣ ଗାନ୍ଧୀଙ୍କ ଦଳ ବିରୋଧୀ ମନ୍ତବ୍ୟ । 

ସୂତ୍ର ଅନୁସାରେ, ଯଦି ବିଜେପି ବରୁଣ ଗାନ୍ଧୀଙ୍କୁ ଟିକେଟ୍ ନ ଦିଏ ତ ସେ ‘ପ୍ଲାନ୍ ବି’ ପ୍ରସ୍ତୁତ କରି ରଖିଛନ୍ତି । ଜାତୀୟ ଗଣମାଧ୍ୟମ ଅନୁସାରେ, ବରୁଣଙ୍କୁ ବିଜେପି ଟିକେଟ୍ ନ ଦେଲେ ସେ ସ୍ୱାଧୀନ ଭାବେ ପିଲିଭିତରୁ ନିର୍ବାଚନ ଲଢ଼ିବେ । ଏଥିପାଇଁ ସେ ସମସ୍ତ ପ୍ରସ୍ତୁତି ମଧ୍ୟ ସାରିଛନ୍ତି । ୨୦୧୯ରେ ବରୁଣ ଗାନ୍ଧୀ ପିଲିଭିତ ଆସନରୁ ବିଜୟୀ ହେବା ସହ ତୃତୀୟ ଥର ଲୋକସଭାକୁ ଯାଇଥିଲେ ।

ଏବେ ଖବର ଅନୁଯାୟୀ, ବରୁଣ ଗାନ୍ଧୀ ଦିଲ୍ଲୀରୁ ପିଲିଭିତ ଯାଇ ୪ ସେଟ୍ ନାମାଙ୍କନ ପତ୍ର କିଣିଛନ୍ତି । ଏଭଳି ସ୍ଥିତିରେ ବିଜେପି ତାଙ୍କୁ ଟିକେଟ୍ ନ ଦେଲେ ସେ ସ୍ୱାଧୀନ ଭାବେ ଲଢ଼ିବା ଏକ ପ୍ରକାର ନିଶ୍ଚିତ । ଅନ୍ୟପଟେ କୁହାଯାଉଛି, ବରୁଣ ଗାନ୍ଧୀଙ୍କ ସ୍ଥାନରେ ବିଜେପି ଯୋଗୀ ସରକାରରେ ମନ୍ତ୍ରୀ ଥିବା ଜିତେନ୍ ପ୍ରସାଦଙ୍କୁ ପିଲିଭିତରୁ ଟିକେଟ୍ ଦେଇପାରେ । 

ଅନ୍ୟ ଏକ ଆକଳନ ଅନୁଯାୟୀ ବିଜେପି, ବରୁଣ ଗାନ୍ଧୀଙ୍କ ଟିକେଟ୍ କାଟିଲେ ସେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ପାରନ୍ତି । ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ, ବରୁଣ ଗାନ୍ଧୀଙ୍କୁ ନେଇ କହିଛନ୍ତି- ଆମ ସଂଗଠନ ବିଚାର କରି ନିଷ୍ପତ୍ତି ନେବ । ଏହାଛଡ଼ା ବରୁଣ ଗାନ୍ଧୀ ସ୍ୱାଧୀନ ପ୍ରାର୍ଥୀ ହେଲେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସେଠାରେ ପ୍ରାର୍ଥୀ ଦେଇ ନପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.