PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଜମ୍ମୁ-କାଶ୍ମୀର ରାଜପଥରେ ଗାଡ଼ି ଚଳାଚଳ କଟକଣା ଲାଗୁ

ଶ୍ରୀନଗର,୭ ।୪(ଏଜେନ୍ସି): ଜମ୍ମୁ-କାଶ୍ମୀରରେ ସିଆରପିଏଫ ଓ ଅନ୍ୟ ସୁରକ୍ଷା ବାହିନୀର ଯବାନଙ୍କ ଗାଡିକୁ ଆତଙ୍କୀମାନେ ଟାର୍ଗେଟ କରୁଥିବାରୁ ତାକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଓ ବୁଧବାର ରାଜପଥ ଉପରେ ସର୍ବସାଧାରଣ ଗାଡିମୋଟର ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି । ଫଳରେ ଆଜି ବାରାମୁଲାରୁ ଉଦ୍ଧାମପୁର ୨୭୦ କି.ମି. ରାଜପଥକୁ ବନ୍ଦ କରିଦିଆଯାଇଛି ।

ଏହି ରାସ୍ତାରେ କେବଳ ସୁରକ୍ଷାକର୍ମୀଙ୍କ ଗାଡି ଚଳାଚଳ କରିବାକୁ ଅନୁମତି ଦିଆଯାଇଛି । ସର୍ବସାଧାରଣଙ୍କ ଗାଡିକୁ ଅନୁମତି ମିଳି ନଥିବାରୁ ଶତାଧିକ ଗାଡି ଓ ହଜାର ହଜାର ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଜରୁରୀ ଗାଡି ଚଳାଚଳ କରିବା ଲାଗି ଅନୁମତି ଦିଆଯାଉଛି । ବିଭିନ୍ନ ସ୍ଥାନରେ ଡ୍ୟୁଟି ମାଜିଷ୍ଟ୍ରେଟ ଉପସ୍ଥିତ ରହି ଅନୁମତି ପ୍ରଦାନ କରୁଛନ୍ତି ।

ବିଭିନ୍ନ ଛକ ସ୍ଥାନରେ ଲୋକମାନେ ଅଟକି ରହି ସେଠାରେ ନିୟୋଜିତ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଯିବା ଲାଗି ନେହୁରା ହେଉଥିବା ଦେଖିବାକୁ ମିଳିଛି । ସେହିଭଳି ଅନନ୍ତନାଗ ଜିଲ୍ଲାରେ ଏକ ବର ସହିତ ବରଯାତ୍ରୀ ଦଳକୁ ମଧ୍ୟ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା । ତେବେ ଡ୍ୟୁଟି ମାଜିଷ୍ଟ୍ରେଟ ବର ସହିତ ମାତ୍ର ୪ଟି ଗାଡିରେ ୧୨ ଜଣ ବରଯାତ୍ରୀଙ୍କୁ ଯିବା ଲାଗି ଅନୁମତି ଦେଇଥିଲେ । ଅନ୍ୟପକ୍ଷରେ ରାଜ୍ୟ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସଙ୍ଗଠନ ପକ୍ଷରୁ ସମାଲୋଚନା କରାଯାଇଛି ।