୪୫୩ କୋଟି ଯୋଗାଡ଼ ନ କଲେ ଜେଲ୍

Person in the News for web - Anil Ambani
ନୂଆଦିଲ୍ଲୀ,୧୬ା୩(ଏଜେନ୍ସି): ୨୦୦୮ରେ ସେ ଥିଲେ ବିଶ୍ୱର ଷଷ୍ଠ ଧନୀ ବ୍ୟକ୍ତି । ଏବେ ୪୫୩ କୋଟି ଟଙ୍କା ଯୋଗାଡ କରିବା ତାଙ୍କ ପାଇଁ କାଠକିର ପାଠ । ୫୯ ବର୍ଷୀୟ ଅନଲି ଅମ୍ବାନଙ୍କି ପାଇଁ ଏବେ ସମୟ ଖରାପ ଚାଲିଛି । ୩ ଦିନ ଭିତରେ ୪୫୩ କୋଟି ଟଙ୍କା ଯୋଗାଡ କରି ସ୍ନିଡେନ୍ ଭିତ୍ତିକ ଟେଲିକମ୍ ଉପକରଣ ନିର୍ମାତା ଏରକି୍ସନ୍କୁ ନ ଦେଲେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନଲିଙ୍କୁ ଜେଲ୍ ଯିବାକୁ ପଡିବ । ଅନିଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ (ଆର୍କମ୍) ଖାତାରେ ୨୬୦ କୋଟି ଟଙ୍କାର ଟିକସ ରିଫଣ୍ଡ୍ ପାଣ୍ଠି ରହିଛି । ଏହାକୁ ମୁକ୍ତ କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଏବଂ ଅନ୍ୟ ଋଣ ପ୍ରଦାନକାରୀଙ୍କ ମଞ୍ଜୁରି ଦରକାର । ବ୍ୟାଙ୍କଗୁଡିକୁ ଏ ନିମନ୍ତେ ନିର୍ଦ୍ଦେଶ ଦେବା ପାଇଁ ଆର୍କମ୍ ଜାତୀୟ କମ୍ପାନି ଆଇନ ଆପିଲେଟ୍ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଏଟି)ରେ ଆବେଦନ କରିଥିଲା । କିନ୍ତୁ ଏସ୍ବିଆଇ ଏବଂ ଆର୍କମ୍ର ଅନ୍ୟାନ୍ୟ ଋଣ ପ୍ରଦାନକାରୀଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବ୍ୟୁନାଲ ରୋକ୍ଠୋକ୍ ମନା କରିଦେଇଛନ୍ତି । ଏହି ପାଣ୍ଠି ଉଠାଇବା ପାଇଁ ବ୍ୟାଙ୍କଗୁଡିକର ମଞ୍ଜୁରୀ ଅନିବାର୍ଯ୍ୟ । ଏବେ ଏନ୍ସିଏଲ୍ଏଟିର ପ୍ରତ୍ୟାଖ୍ୟାନ ପରେ ଅନିଲ୍ଙ୍କ ପାଇଁ ଅଡୁଆ ଆହୁରି ବଢ଼ିଯାଇଛି । ଉକ୍ତ ଟିକସ ରିଫଣ୍ଡ୍ ଏକ ଆସ୍ଥା ପାଣ୍ଠି(ଟ୍ରଷ୍ଟ ଫଣ୍ଡ୍)ରେ ରହିଛି, ଯାହାକି ଏରିକ୍ସନ୍ର ବକେୟା ପରିଶୋଧ କରିବାରେ ନିତାନ୍ତ ଆବଶ୍ୟକ । ଏନ୍ସିଏଲ୍ଏଟି ଏସ୍ବିଆଇକୁ ଟିକସ ରିଫଣ୍ଡ ପାଣ୍ଠି ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ମନା କରିଛନ୍ତି ସତ କିନ୍ତୁ ଏହା ସହ ଏକ ବିକଳ୍ପ ମଧ୍ୟ ଆର୍କମ୍କୁ ଦେଇଛନ୍ତି । କମ୍ପାନି ଚାହିଁଲେ ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବ । ଆଉ ମାତ୍ର ୩ ଦିନ ବାକି ଥିବାବେଳେ ଅନିଲ୍ଙ୍କୁ ସବୁ ଦିଗରୁ ନିରାଶ ହେବାକୁ ପଡୁଛି । ଜାତୀୟ କମ୍ପାନି ଆଇନ ଆପିଲେଟ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ସୁଦ୍ଧା ଆର୍କମ୍ ଏରିକ୍ସନ୍କୁ ୪୫୩ କୋଟି ଟଙ୍କା ପୈଠ କରିବ । ଏହା ନ କଲେ ଅନିଲ୍ଙ୍କୁ ଜେଲ୍ ଯିବାକୁ ପଡ଼ିବ । ଆର୍କମ୍ ଉପରେ ଏରିକ୍ସନ୍ର ମୋଟ ୫୭୧ କୋଟି ଟଙ୍କା ବକେୟା ଥିଲା । ଏଥିମଧ୍ୟରୁ କମ୍ପାନି ୧୧୮ କୋଟି ଟଙ୍କା ପରିଶୋଧ କରିଛି । ପ୍ରକାଶଯୋଗ୍ୟ, ବଡ଼ ଭାଇ ମୁକେଶ ଅମ୍ବାନି ଜିଓ ମାଧ୍ୟମରେ ଟେଲିକମ୍ ବଜାରରେ ପ୍ରବେଶ କରିବା ପରେ ହିଁ ଅନିଲଙ୍କ ପରିସ୍ଥିତି ଖରାପ ହୋଇ ହୋଇ ଚାଲିଲା । ଜିଓ ସହ ପ୍ରତିଯୋଗିତା କରିବା ଏକ ପ୍ରକାର ଅସମ୍ଭବ ପାଲଟିଲା । ଶେଷରେ ଅନିଲ ଆର୍କମ୍ର ସେବାକୁ ବନ୍ଦ କରିଦେବା ପାଇଁ ବାଧ୍ୟ ହେଲେ । ବର୍ତ୍ତମାନ ଏରିକ୍ସନ୍ ସହ ବିବାଦ ତାଙ୍କୁ ଜେଲ୍ର ବାଟ ଦେଖାଇପାରେ ।