ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଜୀବନରେ କେବେ ନୁହେଁ ... ; ଏମିତି କଣ ହେଲା ଯେ , ଏୟାର ଇଣ୍ଡିଆ ଉପରେ ରାଗି ଗଲେ VIP ଯାତ୍ରୀ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନର ଖୁବ୍‌ ବିଳମ୍ୱରେ ଉଡ଼ାଣ ଭରିବାରେ ଜଣେ ଭିଆଇପି ଯାତ୍ରୀ ଖୁବ୍‌ ରାଗି ଗଲେ। ଆଉ ଏହାସହ କହିଲେ, ଶଗଡ଼ ଗାଡ଼ିରେ ଯିବି ପଛେ , ଆଉ ଏୟାରଲାଇନ୍‌ରେ ଯିବି ନାହିଁ। କାଲି ରାତିରେ ମୋତେ ଶିକ୍ଷା ଦେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ। ପୁନେର ଜଣେ ରାଇଟର ତଥା ଏକ ଷ୍ଟାର୍ଟଅପ୍‌ କମ୍ପାନୀର  ଭାଇସ୍‌ ପ୍ରେସିଡେଣ୍ଟ ଆଦିତ୍ୟ କୋଣ୍ଡାଭର ସୋସିଆଲ ମିଡ଼ିଆରେ ଜଣାଇ ଥିଲେ କି, ବେଙ୍ଗାଲୁରୁରୁ ପୁନେ ଯିବା ପାଇଁ ତାଙ୍କୁ ଏୟାରଲାଇନ କାରଣରୁ ଖୁବ୍‌ କଷ୍ଟ ସହିବାକୁ ପଡ଼ିଛି। ସେ ଏୟାରଲାଇନ୍‌ର ତୁଳନାରେ ଶଗଡ଼ ଗାଡ଼ିକୁ ଅଧିକ ଭଲ ଭାବିଛନ୍ତି। ତାଙ୍କର ଅଭିଯୋଗ ଥିଲା କି, ଫ୍ଲାଇଟ୍‌ ପାଖାପାଖି ଅଢେଇ ଘଣ୍ଟା ବିଳମ୍ୱରେ ଚାଲିଥିଲା। ଉଡ଼ାଣ ବେଳେ ବିମାନରୁ ଦୁର୍ଗନ୍ଧ ଆସୁ ଥିଲା ଏବଂ ସିଟ୍‌ ବହୁତ ମଇଳା ଓ ଦାଗ ସବୁ ଲାଗିଥିଲା।

ଆଦିତ୍ୟ କୋଣ୍ଡାଭରଙ୍କ ମୁତାବିକ , ତାଙ୍କୁ ୨୪ ଜୁନ୍‌ରେ ବେଙ୍ଗାଲୁରୁରୁ ପୁନେ ଯାଉଥିବା ବେଳେ ଏୟାର ଇଣ୍ଡିର ଉଡ଼ାଣ ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଆଦିତ୍ୟ କୋଣ୍ଡାଭର ନିଜ ସହ ହୋଇଥିବା ଘଟଣାରେ କେତେ ଚିନ୍ତାରେ ଥିଲେ , ସେ ନିଜ ଯାତ୍ରାର ଅନୁଭବକୁ ସୋସିଆଲ ମିଡ଼ିଆରେ ସେୟାର କରି ଥିଲେ। 

କୋଣ୍ଡାଭର ଏକ୍ସରେ ଏୟାର ଇଣ୍ଡିଆକୁ ସମ୍ୱୋଧିତ କରି ନିଜର ନୋଟ୍‌ରେ ଲେଖି ଥିଲେ- କାଲି ରାତିରେ ମୋତେ ବହୁତ ମୂଲ୍ୟବାନ ଶିକ୍ଷା ଶିଖାଇବା ପାଇଁ ଧନ୍ୟବାଦ। ଆଉ ଲେଖିଛନ୍ତି , କେବେ ନୁହେଁ , ମୁଁ ଏହାକୁ ପୂରା ଗମ୍ଭିରତାର ସହ କହୁଛି। ମୁଁ ନିଜ ଜୀବନରେ କେବେ ବି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବା ଏୟାର ଇଣ୍ଡିଆରେ ଯାତ୍ରା କରିବି ନାହିଁ। ଯଦି ଆବଶ୍ୟକ ପଡ଼େ ତ ମୁଁ ୧୦୦ ପ୍ରତିଶତ ଅତିରିକ୍ତ ପେମେଣ୍ଟ କରି ଆଉ କେଉଁ ଫ୍ଲାଇଟ୍‌କୁ ନେଇ ଯିବି। ସେ ଆହୁରି କହିଛନ୍ତି , ଶଗଡ଼ା ଗାଡ଼ି ନେବି ପଛେ ଆପଣଙ୍କର ଏୟାରଲାଇନ୍‌ ନେବି ନାହିଁ।

ଅନ୍ୟପଟେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଖୁବଶୀଘ୍ର ତାଙ୍କ ସମସ୍ୟାର ଜବାବ ଦେବା ସହ ସମସ୍ୟାକୁ ତୁରନ୍ତ ଠିକ୍‌ କରିବାକୁ ପ୍ରତିଶ୍ରୁତି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.