ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଫେରୁଛି କି କୋଭିଡ୍‌ ! ସବୁଠି ଖୁଁ ଖୁଁ... ଥଣ୍ଡା, କାଶ, ଜ୍ୱର ହେଉଛି, ହେଉନି କୋଭିଡ୍‌ ପରୀକ୍ଷା

ସମ୍ବଲପୁର,୧୯/୦୯: ସବୁଠି ଖୁଁ  ଖୁଁ... । ରାସ୍ତାଘାଟ, ଘର,  କାର୍ଯ୍ୟାଳୟ, ବଜାର... । ସବୁଠି ସମନା ସ୍ଥିତି । କିଏ କଡେଇ ହୋଇ ଛିଙ୍କି ଦେଉଛି ତ ଆଉ କିଏ  ପାଟିରେ ରୁମାଲ୍‌ ରଖି କାଶି ଦେଉଛି । ଘରେ ଘରେ ଥଣ୍ଡା,  ଜ୍ୱରରେ ଲୋକ ପେଶି ହେଉଛନ୍ତି । କିଛି ଲୋକଙ୍କ ଅବସ୍ଥା  ଏହାଠାରୁ ବି ଅଧିକ ହେଉଛି । କୋଭିଡ୍‌ ବେଳେ ଯେଭଳି  ଯନ୍ତ୍ରଣା ହେଉଥିଲା ସେମିତି ଅନୁଭବ କରୁଛନ୍ତି । ହେଲେ  ଅଧିକାଂଶ ଲୋକ ମେଡିକାଲ୍‌ ଯାଉନାହାନ୍ତି । ପାଖ ମେଡିସିନ୍‌  ଦୋକାନରୁ ଖୁଚୁରା ଔଷଧ ଆଣି ଖାଇଦେଉଥିବା ଦେଖିବାକୁ  ମିଳୁଛି ।   

ସମ୍ବଲପୁର ମୁଦିପଡ଼ା ଅଞ୍ଚଳରେ ଔଷଧ ବିତରକ ଭାବେ  କାମ କରୁଥିବା ସନ୍ଦୀପ ସାହୁ କହିଛନ୍ତି, ଗତ ୩ ଦିନ ହେଲା  ଦେହ ଭଲ ନାହିଁ । ଥଣ୍ଡା, ସର୍ଦ୍ଦି ଓ ଶୁଖିଲା କାଶ ହେଉଛି ।  ବେଳେବେଳେ ଛିଙ୍କ ମଧ୍ୟ ହେଉଛି । ଛିଙ୍କ କିମ୍ବା କାଶ ହେବା  ସମୟରେ ଛାତି ଓ ପିଠିରେ ଦରଜ ରହୁଛି । ତେଣୁ ମେଡିସିନ୍‌  ଦୋକାନରୁ ଔଷଧ ଆଣି ଖାଇଦେଇଛି । ତଥାପି ଦେହ, ହାତ,  ଗୋଡ଼ ପ୍ରବଳ ପୀଡ଼ା ହେଉଛି । ସେହିଭଳି ଜ୍ୟୋତିରଞ୍ଜନ  କହିଛନ୍ତି, ଗଳାରେ ଯନ୍ତ୍ରଣା ହେଉଛି । ଖାଦ୍ୟ ଖାଇ ହେଉନି ।  

ମୁଣ୍ଡ ବିନ୍ଧୁଛି । କଫ ପଡୁଛି । ଦେହ ଦରଜ ଲାଗିରହୁଛି ।  ରାତିରେ ଦେହର ତାପମାତ୍ରା ବଢ଼ିଯାଉଛି । କୋଭିଡ୍‌ ସମୟ  ଭଳି ଏଥର ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି । ଅନୁଭବ  ମଧ୍ୟ ହେଉଛି । ତେଣୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଡାକ୍ତରଙ୍କ ଦେଖାଇ ଔଷଧ ଖାଉଛି । ଏପଟେ, କୋଭଡି  ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ସରକାରୀ ମେଡିକାଲ୍‌ରେ  ଏହାର ନମୂନା ପରୀକ୍ଷା ହେଉନି । ଏମିତି କି, ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ମଧ୍ୟ ଏହାର ନମୂନା ପରୀକ୍ଷା କରାଯାଉ ନାହିଁ ।  କେବଳ ଏହି ୨ ଜଣ ନୁହେଁ, ସହରରେ ଏବେ ପ୍ରତି ଘରେ  ୩ରୁ ୪ ଜଣଙ୍କ ଅବସ୍ଥା ସମାନ । ସମସ୍ତେ ଏହି ସଂକ୍ରାମକ  ରୋଗରେ ଆକ୍ରାନ୍ତ। ଯଦିଓ ଗୁରୁତର ସମସ୍ୟା ଦେଖାଯାଉନି  ତେବେ ଏହାକୁ ନେଇ ସତର୍କ ରଖିବାକୁ ପରିମର୍ଶ  ଦେଇଛନ୍ତି ଭିମସାର୍‌ ଆସିଷ୍ଟାଣ୍ଡ ପ୍ରଫେସର ସଞ୍ଜୀବ ମିଶ୍ର ।  

ଡ.ମିଶ୍ର କହିଛନ୍ତି, ବର୍ତ୍ତମାନ ସମୟରେ ଥଣ୍ଡା, ଜ୍ୱର, କାଶ,  ଛିଙ୍କ ହେଉଛି । ସ୍ୱାଭାବିକ  ଠାରୁ ଗୁରୁତର ଲକ୍ଷଣ  ଦେଖାଯାଉଛି । ଏହା ଭୂତାଣୁ ଦ୍ୱାରା ସଂକ୍ରମିତ  ରୋଗର ଲକ୍ଷଣ ଭଳି  ଲାଗୁଛି । କିନ୍ତୁ ଅନ୍ୟ  କୌଣସି ଭାଇରାଲ୍‌  ରୋଗ ହୋଇନଥିବ କହିବା ମୁସ୍କିଲ । ଯଦି ଏହାର ନମୂନା  ପରୀକ୍ଷା କରାଯିବ ପ୍ରକୃତ ରୋଗ ଜଣାପଡ଼ିବ । କୋଭିଡ  ସମୟ ଭଳି ଏଥିରେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏହି ରୋଗ ଦେଖାଦେଲେ ମାସ୍କ ବ୍ୟବହାର କରନ୍ତୁ ।  ଯଦି ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେଉଛି, ତେବେ ଡାକ୍ତରଙ୍କ  ସହ ପରାମର୍ଶ କରନ୍ତୁ । ଏନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ  ଡ.ସୁଜାତାରାଣୀ ମିଶ୍ର କହିଛନ୍ତି, ଏବେ କିଛି ଲୋକଙ୍କ ମଧ୍ୟରେ  ଥଣ୍ଡା, ଜ୍ୱର, କାଶ, ଛିଙ୍କ ହେଉଛି । କିନ୍ତୁ କୋଭିଡ୍‌ ହେବାର  ନଜର ନାହିଁ । ତେଣୁ ଆମେ ଏନେଇ ନମୂନା ପରୀକ୍ଷଣ  କରୁନୁ । ସାଧାରଣତଃ ଏମିତି ଭାଇରାଲ୍‌ ଫିଭର୍‌ ହୋଇଥାଏ ।  ଏହାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.