ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ସଙ୍କଟରେ ରିକି ପଣ୍ଟିଂଙ୍କ ବିଶ୍ବ ରେକର୍ଡ, ଇଂଲଣ୍ଡ ବିପକ୍ଷରେ ଶତକୀୟ ଇନିଂସ୍‌ ଖେଳିଲେ ଇତିହାସ ରଚିବେ ବିରାଟ

ନୂଆଦିଲ୍ଲୀ, ୦୨/ ୦୨: ଭାରତ-ଇଂଲଣ୍ଡ ମଧ୍ୟରେ ଫେବ୍ରୁଆରୀ ୫ ତାରିଖରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ଚେନ୍ନାଇରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଦୁଇ ଦଳ ପ୍ରସ୍ତୁତ। ଦୁଇ ଦଳର ସମସ୍ତ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ପଡ଼ିଆରେ ଜୋରାର ଅଭ୍ୟାସ କରୁଛନ୍ତି।

ଭାରତ-ଇଂଲଣ୍ଡ ସିରିଜରେ ବିରାଟଙ୍କ ପାଖରେ ରେକର୍ଡ କରବିାର ବଡ଼ ସୁଯୋଗ ରହିଛି। ବିରାଟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଇଦାନକୁ ଓହ୍ଲାଇବା ମାତ୍ରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ବିଶ୍ବ ରେକର୍ଡ ସଙ୍କଟରେ ରହିବ। ଯଦି ବିରାଟ ଏହି ଟେଷ୍ଟ ସିରିଜରେ ଗୋଟିଏ ଶତକୀୟ ଇନିଂସ୍‌ ଖେଳନ୍ତି ତେବେ ରିକି ପଣ୍ଟିଙ୍ଗଙ୍କ ବିଶ୍ବ ରେକର୍ଡ ଭାଙ୍ଗି ନିଜେ ଇତିହାସ ରଚିବେ।

୩୨ ବର୍ଷୀୟ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଦି ଶତକୀୟ ଇନିଂସ୍‌ ଖେଳିବାରେ ସଫଳ ରୁହନ୍ତି ତେବେ ବିଶ୍ବ କ୍ରିକେଟରେ ସର୍ବାଧିକ ଶତକୀୟ ଇନିଂସ୍‌ ଖେଳିଥିବା ଅଧିନାୟକ ହୋଇଯିବେ। ଏହି ମାମଲରେ ସେ ରିକି ପଣ୍ଟଙ୍ଗଙ୍କୁ ମଧ୍ୟ ପଛରେ ପକାଇଦେବ। ଅଧିନାୟକ ଭାବେ ପଣ୍ଟିଙ୍କ ନାମରେ ବର୍ତ୍ତମାନ ୪୧ଟି ଶତକ ରହିଛି। ସେହିପରି ସମାନ ସଂଖକ ଶତକ ବିରାଟଙ୍କ ନାମରେ ରହିଛି। ରିକି ପଣ୍ଟିଙ୍ଗ ଓ ବିରାଟଙ୍କ ନାମରେ ୪୧ ଟି ଶତକ ଥିବା ବେଳେ ଗ୍ରେମ ସ୍ମିଥଙ୍କ ନାମରେ ୩୩, ଷ୍ଟିଭ ସ୍ମିଥ(୨୦) ଓ ମାଇକେଲ କ୍ଲାର୍କଙ୍କ ନାମରେ ୧୯ ଟି ଶତକ ରହିଛି।

ଯଦି ବିଶ୍ବ କ୍ରିକେଟରେ ସର୍ବାଧିକ ଶତକ ବିଷୟରେ କହିବା ତେବେ ବିରାଟଙ୍କ ନାମରେ ୭୦ଟି ଶତକ ରହିଛି। ବିରାଟଙ୍କ ଆଗକୁ ରିକି ପଣ୍ଟିଙ୍କ ନାମରେ ୭୧ଟି ଶତକ ରହିଛି। ଏହି ମାମଲାରେ ସଚିନ ତେନ୍ଦୁକର ଆଗରେ ରହିଛନ୍ତି। ତାଙ୍କ ନାମରେ ୧୦୦ଟି ଶତକ ରହିଛି। ବିରାଟ ଯଦ ଏହି ସିରିଜରେ ୨ଟି ଶତକୀୟ ଇନିଂସ୍‌ ଖେଳନ୍ତି ତେବେ ରିକି ପଣ୍ଟିଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.