ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କୁଚ୍‌ ବିହାର ଟ୍ରଫି ୨୦୨୪: ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅଙ୍କ ଆର୍ଯ୍ୟବୀରଙ୍କ ଦ୍ୱିଶତକ

Published By : Prameya | November 22, 2024 2:57 PM

ନୂଆଦିଲ୍ଲୀ ୨୨/୧୧: ଚଳିତ କୁଚ୍‌ ବିହାର ଟ୍ରଫିରେ  ଭାରତର ପ୍ରସିଦ୍ଧ  ଓପନର ବୀରେନ୍ଦ୍ର  ସେହ୍ୱାଗଙ୍କ ପୁତ୍ର  ଆର୍ଯ୍ୟବୀରଙ୍କ ଦ୍ୱିଶତକ  ଇନିଂସ୍‌ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ପାଲଟିଛନ୍ତି । ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ଚଳିତ ମେଘାଳୟ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୨୯୭ ରନ୍‌ର  ମାରାଥନ ଇନିଂସ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ  କରିଛନ୍ତି । 

ଏହି ମ୍ୟାଚ୍‌ରେ ମେଘାଳୟ ପ୍ରଥମେ ବ୍ୟାଟିଂ  କରି ୨୬୦ରନ୍‌ରେ ସୀମିତ ରହିଥିଲା । ଜବାବରେ  ଦିଲ୍ଲୀ ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୫ ୱିକେଟ୍‌  ବିନିମୟରେ ୬୨୩ ରନ୍‌ ସଂଗ୍ରହ କରିଛି ।  ଆର୍ଯ୍ୟବୀର ୨୨୯ଟି ବଲ୍‌ର ସାମ୍ନା କରି ଅପରାଜିତ ୨୯୭ ରନ୍‌ କରିଛନ୍ତି । ତାଙ୍କ ଇନିଂସ୍‌ରେ ୫୧ଟି ଚୌକା ଓ ୩ଟି ଛକା ସାମିଲ ରହିଛି । ଅନ୍ୟ ବ୍ୟାଟର ଧନ୍ୟ ନକ୍‌ରା ମଧ୍ୟ ୧୩୦ ରନ୍‌, ଅର୍ନଭ ଏସ୍ ବୁଗା ୧୧୪ ରନ୍, କରିଛନ୍ତି । 

ଆର୍ଯ୍ୟବୀରଙ୍କୁ ଏବେ ମାତ୍ର ୧୬ ବର୍ଷ । ବାପା  ସେହ୍ୱାଗଙ୍କ ଭଳି ସେ ବି ଜଣେ ଓପନର । ସେ  ଗତ ଭିନୁ ମଙ୍କଡ଼ ଟ୍ରଫିରେ ମଣିପୁର ବିପକ୍ଷ ଏକ  ମ୍ୟାଚ୍‌ରେ ଦିଲ୍ଲୀ ପକ୍ଷରୁ ପଦାର୍ପଣ କରିବା ସହ  ୪୯ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ । ଦିଲ୍ଲୀ  ୬ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ଆର୍ଯ୍ୟବୀର  ଆଇପିଏଲ୍‌ ଚୁକ୍ତି ପାଇଁ କଠିନ ପରିଶ୍ରମ କରୁଥିବା  ବିଷୟରେ ଗତବର୍ଷ ସେହ୍ୱାଗ ପ୍ରକାଶ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.