ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୁଆପଥର ମାଡ଼ରେ ଭାଙ୍ଗିଲା ବିମାନ ଓ୍ବିଣ୍ଡସିଲ୍, ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଭୁବନେଶ୍ବର,୧।୫ :  କାଳବୈଶାଖୀ ପ୍ରଭାବରେ ବର୍ଷା ସହ କୁଆପଥର ମାଡ଼ ହେବାରୁ ଭିସ୍ତାରା ବିମାନର ଓ୍ବିଣ୍ଡସିଲ୍ ଭାଙ୍ଗି ଯାଇଥିଲା। ଫଳରେ  ଭୁବନେଶ୍ବର ଏୟାରପୋର୍ଟରେ ଏହାକୁ ଜରୁରୀ ଅବତରଣ କରାଯାଇଛି। 

ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା  ଭିସ୍ତାରା ବିମାନ । ମଧ୍ୟାହ୍ନ ୧.୪୫ରେ ବିମାନଟି  ଟେକ ଅପ କରିଥିଲା । ଟେକଅପ୍‌ କରିବାର ୧୦ ମିନିଟ ପରେ କୁଆପଥର ମାଡ଼ ଯୋଗୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। କୁଆପଥର ମାଡ଼ ଯୋଗୁଁ ବିମାନର ୱିଣ୍ଡସିଲ୍‌ ଭାଙ୍ଗି ଯାଇଥିଲା।  ପରିସ୍ଥିତି ଜଟିଳ ହୋଇ ପଡିଥିବାରୁ  ବିମାନକୁ ଜରୁଲୀ ଅବତରଣ କରାଇଲା ଏଟିସି। ତେବେ ବିମାନର ୧୬୧ ଯାତ୍ରୀ ସୁରକ୍ଷିତ ଅଛନ୍ତି।ଯାତ୍ରୀଙ୍କ ପାଇଁ ଅଲଗା ବିମାନ ବ୍ୟବସ୍ଥା କରାଯିବ ବୋଲି ଏୟାରପୋର୍ଟ ନିର୍ଦେଶକ ପ୍ରଶନ୍ନ ପ୍ରଧାନଙ୍କ ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.