ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

କାମାକ୍ଷାନଗରରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ ଭି.କେ ପାଣ୍ଡିଆନ୍, କହିଲେ ୧୦ ବର୍ଷ ହେଲା ନିଜ ଗାଁର ଲୋକଙ୍କ ମନ ଜିଣିପାରିଲେନି କେନ୍ଦ୍ରମନ୍ତ୍ରୀ

କାମାକ୍ଷାନଗର, ୧୩/୦୫ : ଢେଙ୍କାନାଳରେ ୫-ଟି ଅଧ୍ୟକ୍ଷଙ୍କ ମାରାଥନ୍ ପ୍ରଚାର। କାମାକ୍ଷାନଗରରେ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ କର୍ମୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପାଣ୍ଡିଆନ। ଏହା ସହ ଲୋକଙ୍କୁ କାମର ହିସାବ ଦେଲେ ୫-ଟି ଅଧ୍ୟକ୍ଷ। ତେବେ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ୫-ଟି ଅଧ୍ୟକ୍ଷ। ଏହି ସମୟରେ ସେ କହିଛନ୍ତି ଯେ, କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଆପଣଙ୍କ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ କି ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ପିଲାଙ୍କୁ ଛାତ୍ରବୃତ୍ତି ଦେଇଛନ୍ତି କି ? ସ୍କୁଲ, କଲେଜ ଖୋଲିଛନ୍ତି କି, ଦକ୍ଷତା କେନ୍ଦ୍ର ଖୋଲିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁ ସ୍କୁଲକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତରଣ କରିଛନ୍ତି। ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ। ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ। ଏବେ ସମ୍ବଲପୁରରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି।

୫-ଟି ଅଧ୍ୟକ୍ଷ ପୁଣି କହିଛନ୍ତି ଯେ, ଏତେବର୍ଷ ହୋଇଗଲା କଟକ-ସମ୍ୱଲପୁର ଜାତୀୟ ରାଜପଥକୁ ସଜାଡ଼ି ପାରୁନାହାଁନ୍ତି। ଦୁର୍ଘଟଣାରେ ଅନେକ ଜୀବନ ହାନି ହେଉଛି। ପ୍ରତିଦିନ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର, ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି। ଓଡ଼ିଶାର ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଥିବା ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ଆପଣ ସହ୍ୟ କରିପାରିବେ କି ? ଡବଲ ଇଞ୍ଜିନ ସରକାର ଓଡ଼ିଶା ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି, ମାଗଣାରେ ବିଜୁଳି ଦେବୁ ସୂର୍ଯ୍ୟକିରଣରୁ। ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ ଛାଡ଼। ଏଥିରେ ଓଡ଼ିଶା ୯୦ ପ୍ରତିଶତ ପରିବାର ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ? 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.