ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ ନିର୍ବାଚନରେ ଭୋଟ ଦେଲେ ୩୧ କୋଟି ମହିଳା: ରାଜୀବ କୁମାର

ନୂଆଦିଲ୍ଲୀ: ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ମହାପର୍ବ ‘ନିର୍ବାଚନ’ ଶେଷ ହୋଇଛି । ୭ଟି ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର) ଫଳାଫଳ ପ୍ରକାଶ ପାଇବ । କେଉଁ ଦଳକୁ ମିଳିବ ବହୁମତ ତାହା ସ୍ପଷ୍ଟ ହୋଇଯିବ । ହେଲେ ଭାରତ ଭଳି ଜନବହୁଳ ରାଷ୍ଟ୍ରର ନିର୍ବାଚନ ଉପରେ ସମଗ୍ର ବିଶ୍ବର ନଜର ରହିଥିଲା । ଆଉ ଆମ ଦେଶବାସୀ ସମସ୍ତଙ୍କୁ ଚକିତ କରିଛନ୍ତି । ବିପୁଳ ସଂଖ୍ୟାରେ ମତଦାନ କରି ନିଜ ନିଜର ପସନ୍ଦର ଦଳ ଓ ପ୍ରାର୍ଥୀଙ୍କୁ ବାଛିଛନ୍ତି । ସବୁଠୁ ବଡ଼ କଥା ହେଉଛି ୨୦୨୪ ନିର୍ବାଚନରେ ମତଦାନ ସବୁ ରେକର୍ଡ ଭାଙ୍ଗିଦେଇଛି । ବିଶେଷ କରି ଅଧିକ ସଂଖ୍ୟକ ମହିଳା ମତସାବ୍ୟସ୍ତ କରିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ସୂଚନା ଦେଇଛନ୍ତି । 

ଏଥର ଐତିହାସିକ ରେକର୍ଡ ହାସଲ କରିଛି ଭାରତ। ମତଦାନରେ ଭାରତ କରିଛି ବିଶ୍ବ ରେକର୍ଡ। ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ଲୋକସଭା ନିର୍ବାଚନର ଫଳାଫଳ। ଏଥିପାଇଁ ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ ୬୪୨ ନିୟୁତ ଭୋଟର ଅଛନ୍ତି। ଏହି ସଂଖ୍ୟା ବିଶ୍ୱରେ ଥିବା ୨୭ଟି ଦେଶର ଭୋଟରଙ୍କ ତୁଳନାରେ ପାଞ୍ଚ ଗୁଣ ଅଧିକ। ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି।

ସେପଟେ ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ମୁଖ୍ୟ ନିର୍ବାଚନ କମିଶନର ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି। ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାନ କରିଛନ୍ତି । ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ। ସେ ଆହୁରି କହିଛନ୍ତି, ଆମେ ବୟସ୍କଙ୍କ ଘରକୁ ଘର ଯାଇ ସେମାନଙ୍କ ଭୋଟ୍ ନେଇଛୁ। ୮୫ରୁ ଅଧିକ ବୟସ୍କ ଭୋଟରମାନେ ଘରୁ ଭୋଟ୍ ଦେଇଛନ୍ତି। ଜାମ୍ମୁ-କଶ୍ମୀରରେ ରେକର୍ଡ ମତଦାନ ହୋଇଛି। ଚଳିତ ବର୍ଷ ଗତ ୪ ଦଶନ୍ଧି ମଧ୍ୟରେ ଜାମ୍ମୁ-କାଶ୍ମୀରରେ ସର୍ବଧିକ ମତଦାନ ହୋଇଛି। ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ନକ୍ସଲପ୍ରବଣ ଅଞ୍ଚଳରେ ମାଓ ହିଂସା ହୋଇନି ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ଅନ୍ୟପଟେ ‘୦୨୪ ଲୋକସଭା ନିର୍ବାଚନରେ ରି-ପୋଲିଂ ବା ପୁନଃ ମତାଦନ କମିଛି। ୨୭ ରାଜ୍ୟର କୌଣସି ବି ବୁଥ୍‌ରେ ପୁନଃ ମତଦାନ ହୋଇନାହିଁ । ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା । ହେଲେ ୨୦୨୪ରେ ମାତ୍ର ୩୯ଟି ବୁଥ୍‌ରେ ସାନି ମତଦାନ ହୋଇଛି । ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍‌ରେ ସାନି ମତଦାନ ହୋଇଛି। ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍‌ରେ ହୋଇଛି ବୋଲି ଇସି କହିଛନ୍ତି।

 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.