ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ପେଜର ପରେ ୱାକିଟକି ବ୍ଲାଷ୍ଟ: ଲେବାନନ୍‌ରେ ୨୦ ମୃତ, ୫୦୦ ଆହତ, ମୋସାଦର ହାତ ଥିବା ହିଜ୍‌ବୁଲ୍ଲା ଆତଙ୍କୀ ସଙ୍ଗଠନର ଦାବି

ବିରୁଟ,୧୯/୯: ଲେବାନନ୍‌ରେ ମଙ୍ଗଳବାର ରାତିରେ ପ୍ରାୟ ୫ ହଜାର ପେଜର (ୱେୟାରଲେସ୍‌ ଯୋଗାଯୋଗ ଉପକରଣ) ରେ ସିରିଜ୍‌ ବିସ୍ଫୋରଣ ହୋଇଥିଲା । ଏହି ନୂଆ ଶୈଳୀର ହମଲାକୁ ନେଇ ବିଶ୍ୱବାସୀ ଚକିତ ହୋଇଯାଇଥିଲେ । ତେବେ ବୁଧବାର ଲେବାନନ୍‌ର ରାଜଧାନୀ ବିରୁଟ୍‌ରେ ଆଉଏକ ଚକିତ କଳାଭଳି  ଘଟଣା ଘଟିଛି । ବହୁସଂଖ୍ୟାରେ ୱାକିଟକି ଦ୍ୱାରା କରାଯାଇଛି ବିସ୍ଫୋରଣ । ମଙ୍ଗଳବାର ପେଜର ବ୍ଲାଷ୍ଟରେ ମୃତକଙ୍କ ସତ୍କାର କାମ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ୱାକିଟକି ବିସ୍ଫୋରଣ ଘଟିଛି । ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୫୦୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ସୋଲାର  ସିଷ୍ଟମ୍‌ ଜରିଆରେ ମଧ୍ୟ ବିସ୍ଫୋରଣ କରାଯାଇଛି । 

ଏହା ପଛରେ ବି ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ହାତ ରହିଥିବା ହିଜ୍‌ବୁଲ୍ଲା ଆତଙ୍କୀ ସଙ୍ଗଠନ କହିଛି । ଇସ୍ରାଏଲ୍‌ର ଏହା ‘ନୂଆ ପର୍ଯ୍ୟାୟ’ର ଯୁଦ୍ଧ ବୋଲି କୁହାଯାଉଛି । ଆଗକୁ ଏହାଠାରୁ ଆହୁରି ଭୟଙ୍କର ରଣନୀତିକ ଆକ୍ରମଣ କରାଯିବା ନେଇ  ଇସ୍ରାଏଲ୍‌ ସଂକେତ ଦେଇଛି । ଇସ୍ରାଏଲୀ ସେନା  ମୁଖ୍ୟ କହିଛନ୍ତି, ଆମ ପାଖରେ ଅନେକ ସାମରିକ  ଦକ୍ଷତା ରହିଛି । ଏ ପର୍ଯ୍ୟନ୍ତ ସେଗୁଡ଼ିକୁ ଆମେ ସକ୍ରିୟ ମୋଡ୍‌କୁ ଆଣିନାହୁଁ । ଆଗକୁ ଅନେକ ରଣନୀତିକ  ଆକ୍ରମଣ ପାଇଁ ଯୋଜନା ରହିଛି । ଅନ୍ୟପକ୍ଷରେ ମଙ୍ଗଳାବାର ବିସ୍ଫୋରଣରେ ପେଜରରେ ବିସ୍ଫୋରକ ଖଞ୍ଜାଯାଇଥିଲା ବୋଲି ଜଣାପଡ଼ିଛି । 

ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ମୋସାଦ ପ୍ରାୟ ୫ ହଜାର ପେଜରରେ ୩ରୁ  ୫ ଗ୍ରାମର ବିସ୍ଫୋରକ ଫିଟ୍‌ କରିଥିଲା । ଏହି ପେଜରଗୁଡ଼ିକ ସାଧାରଣତଃ କୋଡ୍‌ ଦ୍ୱାରା ପରିଚାଳିତ  ହୋଇଥାଏ । ଏହାକୁ ଲେବାନନ୍‌ରେ ଥିବା ହିଜ୍‌ବୁଲ୍ଲା  ଆତଙ୍କବାଦୀ ସଙ୍ଗଠନ ତାଇୱାନର ଏକ କମ୍ପାନୀଠାରୁ  ମଗାଇଥିଲା । ଚଳିତ ବର୍ଷ ଆରମ୍ଭରେ ଏଗୁଡ଼ିକୁ  ଲେବାନନ୍‌ ପଠାଯାଇଥିଲା । ହିଜ୍‌ବୁଲ୍ଲା ଆତଙ୍କବାଦୀ ଇସ୍ରାଏଲ ନଜରରୁ ବର୍ତ୍ତିବା ପାଇଁ ପେଜର ବ୍ୟବହାର  କରୁଥିଲେ । ମଙ୍ଗଳବାର ରାତିରେ ସବୁ ପେଜରକୁ  ଏକ ମେସେଜ ଆସିଥିଲା, ଯାହାଦ୍ୱାରା ସେଥିରେ  ଥିବା ବିସ୍ଫୋରକ ସକ୍ରିୟ ହୋଇଯାଇଥିଲା । ଫଳରେ  ତାହା ବିସ୍ଫୋରଣ ହୋଇଥିଲା । ଏଥିରେ ଅନ୍ୟୂନ  ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ହଜାରରୁ  ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ୨ ଶହରୁ ଊଦ୍ଧ୍ୱର୍ ଗୁରୁତର  ଅଛନ୍ତି । ଆହତଙ୍କ ମଧ୍ୟରେ ଇରାନର ରାଷ୍ଟ୍ରଦୂତ  ମଧ୍ୟ ଅଛନ୍ତି । ସେହିପରି ସିରିଆରେ ମଧ୍ୟ କେତେକ  ସ୍ଥାନରେ ପେଜର ବିସ୍ଫୋରଣ ହୋଇଛି । ଏଥିରେ  ୭ ଜଣଙ୍କ ମୃତ୍ୟୁ ଘଟିଛି 

ହିଜବୁଲ୍ଲା ଏହି ଘଟଣା ପାଇଁ ଇସ୍ରାଏଲକୁ  ସିଧାସଳଖ ଭାବେ ଦାୟୀ କରିଛି । ଇରାନ ମଧ୍ୟ  ଏହାକୁ ‘ନରସଂହାର’ ଆଖ୍ୟା ଦେଇ ନିନ୍ଦା କରିବା  ସହ ଇସ୍ରାଏଲକୁ ଦାୟୀ କରିଛି । ଇରାନ୍‌ ସମର୍ଥତ  ହିଜ୍‌ବୁଲ୍ଲା ଏହାର ପ୍ରତିଶୋଧ ନେବ ବୋଲି  ଚେତାବନୀ ଦେଇଛି । ବୁଧବାର ଜାରି ବୟାନରେ  ହିଜ୍‌ବୁଲ୍ଲା କହିଛି, ଗାଜା ସମର୍ଥନରେ ଅଭିଯାନ  ଜାରି ରହିବ । ଇସ୍ରାଏଲ୍‌ ଉପରେ ଖୁବଶୀଘ୍ର ଜବାବୀ  ହମଲା ହେବ ବୋଲି ଏହା କହିଛି । ଅନ୍ୟପକ୍ଷରେ  ତାଇୱାନର ଗୋଲ୍ଡ ଆପୋଲୋ କମ୍ପାନୀ ଏହି  ପେଜର ବନାଇ ନ ଥିବା କହିଛି । ପେଜରଗୁଡ଼ିକୁ ଏହାର ସହଯୋଗୀ କମ୍ପାନୀ ବିଏସି ନିର୍ମାଣ  କରିଥିବା ଗୋଲ୍ଡ ଆପୋଲୋ ପକ୍ଷରୁ କୁହାଯାଇଛି । 

ଲେବାନନ୍‌ରେ ବିସ୍ଫୋରଣ ଘଟଣାକୁ ରୁଷ୍‌ ନିନ୍ଦା କରିଛି । ଏହା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ରୁଷ୍‌ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖରୋଭା କହିଛନ୍ତି । ସେହିପରି ତୁର୍କୀ ଏବଂ ଆୟର୍ଲ୍ୟାଣ୍ଡ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଲେବାନନ୍‌ରେ ଯାହା କିଛି ଘଟିଛି ତାହା ଚିନ୍ତାଜନକ ବୋଲି ଜାତିସଂଘ ପ୍ରବକ୍ତା କହିଛନ୍ତି । ଅନ୍ୟପକ୍ଷରେ ୧୨ ମାସ ମଧ୍ୟରେ  ଇସ୍ରାଏଲ୍‌ ସେନା ପାଲେଷ୍ଟାଇନ୍‌ ଛାଡ଼ିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଅଣାଯାଇଥିବା  ଏକ ସଂକଳ୍ପନାମା ପାରିତ ହୋଇଯାଇଛି । ୧୯୩ ରାଷ୍ଟ୍ର  ମଧ୍ୟରୁ ୧୨୪ଟି ଦେଶ ଏହା ସମର୍ଥନରେ ଭୋଟ୍‌  ଦେଇଥିଲା ବେଳେ ୧୪ଟି ଦେଶ ବିରୋଧରେ ଭୋଟ୍‌  ଦେଇଥିଲେ । ଅନ୍ୟପକ୍ଷରେ ଭାରତ, ଅଷ୍ଟ୍ରେଲିଆ,  ଜର୍ମାନୀ, ନେପାଳ, ଇଟାଲୀ, ବ୍ରିଟେନ୍‌ ଓ ୟୁକ୍ରେନ୍‌କୁ  ମିଶାଇ ୪୩ଟି ଦେଶ ଭୋଟିଂରୁ ବିରତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.