ଭୁବନେଶ୍ୱର,୦୯/୧୨: ଆସନ୍ତା ବୁଧବାରଠାରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ । ଏବେ ଅଧିକାଂଶ  ସ୍ଥାନରେ ରାତି ତାପମାତ୍ରା ୧୫ଡିଗ୍ରୀରୁ ଅଧିକ  ରହୁଥିବାବେଳେ ଦୁଇ ଦିନ ପରେ ପାରଦ ଖସିବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା,  କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼,  ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ  ଓ ଖୋର୍ଦ୍ଧାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଅଛି । ମଙ୍ଗଳବାର କୋରାପୁଟର ରାତି  ତାପମାତ୍ରା ସର୍ବନିମ୍ନ ୧୩.୪ ଡିଗ୍ରୀ ରେକର୍ଡ  ହୋଇଛି । ରାଉରକେଲାରେ ୧୩.୮, ଝାରସୁଗୁଡ଼ା  ଓ ବୌଦ୍ଧରେ ୧୫.୫, କେନ୍ଦ୍ରାପଡ଼ାରେ ୧୫.୬,  ବାରିପଦାରେ ୧୫.୮, ଭଦ୍ରକରେ ୧୬, ଯାଜପୁରରେ  ୧୬.୩, ଢେଙ୍କାନାଳରେ ୧୬.୪, କେନ୍ଦୁଝର ଓ  ବାଲେଶ୍ୱରରେ ତାପମାତ୍ରା ୧୬.୫ ଡିଗ୍ରୀ ରହିଥିଲା ।  ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା କୋଟପାଡ଼ରେ  ୧୯ମିମି ଓ ରାୟଗଡ଼ାର କାଶୀପୁରରେ ୮ମିମି ବର୍ଷା  ହୋଇଛି।