ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଦୁର୍ବଳ ହେଲା ଲଘୁଚାପ, ଆଉ ଦୁଇ ଦିନ ବର୍ଷା ସମ୍ଭାବନା: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୦୭/୦୯: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୧୨୦  ମିମି ବର୍ଷା ହୋଇଛି । ୧୩ ସହରରେ ପ୍ରବଳ ବର୍ଷିଛି । ଜଡ଼ିତ ଘୂର୍ଣ୍ଣିବଳୟ  ପ୍ରଭାବରେ ଆଉ ଦୁଇ ଦିନ ବର୍ଷା ଲାଗି ରହିବ । ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା  ସ୍ଥିତି ଜାରି ରହଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । 

ଗତ ୨୪ ଘଣ୍ଟାରେ ଦେଶର ସବୁଠୁ ଅଧିକ ବର୍ଷା ବାଲେଶ୍ୱରରେ ରେକର୍ଡ  କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୧୧୭ ମିମି, ବାହାନଗାରେ ୯୦, ଉଦଳାରେ  ୯୦, ଭୁବନରେ ୯୦ ଓ ମୟୂରଭଞ୍ଜର କପ୍ତିପଦାରେ ୮୦ ମିମି ବର୍ଷା ରେକର୍ଡ  ହୋଇଛି । ଚାନ୍ଦବାଲିରେ ୬୭.୭,  ଗୋପାଳପୁରରେ ୪୯.୭, କୋରାପୁଟରେ  ୪୭.୬, ମାଲକାନଗିରିରେ ୪୪.୬,  ଯାଜପୁରରେ ୩୧.୨ ଓ ଝାରସୁଗୁଡ଼ାରେ  ୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

୭ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ  ଅଧିକ ବର୍ଷା ହୋଇପାରେ ।  ୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର  ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । 

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଗୁରୁବାର  ଲଘୁଚାପ ସ୍ଥଳଭାଗକୁ ଆସିବ । ଲଗାଣ ବର୍ଷା ନ ହୋଇ ଅସରାଏ ଅସରାଏ ବର୍ଷା ହେବ ।  ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୬ ତାରିଖ ଯାଏ ରାଜ୍ୟରେ ୬୬.୨ ମିମି ବର୍ଷା ହୋଇଛି ।  ସ୍ୱାଭାବିକ ବର୍ଷା ୫୯.୪ମିମି ତୁଳନାରେ ୧୧% ଅଧିକ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ  ୧୭.୪ମିମି ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ୧୦.୯ ମିମି ତୁଳନାରେ ୬୦% ଅଧିକ  ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ବର୍ଷା ସତ୍ତେ୍ୱ  ୧୧ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଜାରି ରହିଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,  ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟ  ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ୧ରୁ ଆଜିସୁଦ୍ଧା ରାଜ୍ୟରେ ୮୪୯.୫ମିମି  ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୯୭୩.୯ମିମି ଥିଲା ।

  • PrameyaOdia
  • Weather Forecast
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.