ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୋଲିରେ ଛଟପଟ କରିବ ଡହ ଡହ ଖରା, ପଶ୍ଚିମ ଓଡ଼ିଶାରେ ୪୦ଡିଗ୍ରୀ ଛୁଇଁବ ପାରଦ: ଦୁଇ ଦିନ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫/୦୩: ହୋଲିରେ ଛଟପଟ କରିବ ଡହ ଡହ ଖରା । ଏବେ ରାଜ୍ୟର ଅଧିକାଂଶ ସ୍ଥାନର  ତାତି ୩୫ ଡିଗ୍ରୀ ଉପରେ ଥିବାବେଳେ  ଆଗକୁ ଆହୁରି ବଢ଼ିବ । ଆସନ୍ତା ୪  ଦିନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ତାତି  ବଢ଼ିଯିବ । ଆଭ୍ୟନ୍ତରୀଣରେ ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।  

ରବିବାର ବଲାଙ୍ଗୀରରେ ଦିନ  ତାପମାତ୍ରା ସର୍ବାଧିକ ୩୮.୫  ଡିଗ୍ରୀ ରହିଛି । ଟିଟିଲାଗଡ଼ରେ  ୩୮.୨, ମାଲକାନଗିରିରେ  ୩୮, ବାରିପଦାରେ ୩୭.୪,  ଭବାନୀପାଟଣା ଓ ନୟାଗଡ଼ରେ  ୩୭ଡିଗ୍ରୀ ରେକର୍ଡ ହୋଇଛି । ରବିବାର  ୨୪ ସହରର ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଉପରେ ଥିଲା । 

୨୫ ଓ ୨୬  ତାରିଖ ଦୁଇ ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ୨୫ରେ  ବରଗଡ଼, ଦେବଗଡ଼, ସମ୍ବଲପୁର,  ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା  ହୋଇପାରେ । ୨୬ରେ ସୁନ୍ଦରଗଡ଼,  କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର କିଛିସ୍ଥାନରେ  ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.