ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

Published By : Prameya | December 2, 2024 7:25 AM

ଭୁବନେଶ୍ୱର,୦୨/୧୨: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ  ସୃଷ୍ଟି ହୋଇପାରେ । ଆସନ୍ତା ୫  ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଶ୍ରୀଲଙ୍କା ବା  ଦକ୍ଷିଣ ତାମିଲନାଡୁକୁ ମୁହାଁଇବ ଓ ବର୍ଷା  ହେବ । କିନ୍ତୁ ରାଜ୍ୟ ଉପରେ ଏହାର ସିଧା  ପ୍ରଭାବ ରହିବନି ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ସେ କହିଛନ୍ତି, ଆସନ୍ତା ୪ରୁ ୬ ତାରିଖ ଭିତରେ  ଦକ୍ଷିଣ ଅଭ୍ୟନ୍ତରରେ ରାତି ତାପମାତ୍ରା ୪  ଡିଗ୍ରୀ କମିଯିବ । ଫଳରେ ଶୀତ ବଢ଼ିବ । ୨, ୩ ଓ ୯ ତାରିଖରେ ପାଗ ମେଘୁଆ  ରହିବ । ଉତ୍ତର ଉପକୂଳ ଓ ଅଭ୍ୟନ୍ତରରେ  ୪ରୁ ୬ ତାରିଖ ଭିତରେ ରାତି ତାପମାତ୍ରା  ୪ ଡିଗ୍ରୀ କମିବ । ୯ ତାରିଖରେ ପାଗ  ମେଘୁଆ ରହିବ । କୁହୁଡ଼ି ବି ଦୃଶ୍ୟମାନ  ହୋଇପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ଦିନ ଯାଏ ତାପମାତ୍ରାରେ କିଛି ପରିବର୍ତ୍ତନ ହେବନି । ସୋମବାର ଏ ସବୁ ଅଞ୍ଚଳରେ ପାଗ  ମେଘୁଆ ରହିବା ସହ କୁହୁଡ଼ି ଦେଖାଦେବ । 

ପାଣିପାଗ ବିଭାଗର ଆକଳନ  କହୁଛି, ସୋମବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି,  କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ  କେନ୍ଦୁଝର ସମେତ ଦକ୍ଷିଣ ଓ ଉପକୂଳ  ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୩  ତାରିଖରେ କୋରାପୁଟ, ମାଲକାନଗିରି,  ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି,  କନ୍ଧମାଳ ଓ ନବରଙ୍ଗପୁରରେ ହାଲୁକା  ବର୍ଷା ହୋଇପାରେ । ୪ରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର,  କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ  ହାଲୁକା ବର୍ଷା ସମ୍ଭାବନା ଅଛି । 

ରବିବାର କୋରାପୁଟର ରାତି  ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରେକର୍ଡ  ହୋଇଛି । ବୌଦ୍ଧରେ ୧୧.୨ ଓ ନୂଆପଡ଼ା  ଓ କେନ୍ଦ୍ରାପଡ଼ାରେ ୧୪.୪ ଡିଗ୍ରୀ ରେକର୍ଡ  ହୋଇଛି । ମାତ୍ର ୫ଟି ସହରର ତାପମାତ୍ରା  ୧୫ ଡିଗ୍ରୀ ତଳେ ରହିଛି । ଗତ ୨୪ ଘଣ୍ଟାରେ  ନୂଆପଡ଼ାରେ ୧୬.୪ ମିମି, ମୟୂରଭଞ୍ଜ  ଜାମଡ଼ାରେ ୧୫, ସୁନ୍ଦରଗଡ଼ ଲାଠିକଟାରେ  ୧୨, ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ୧୦,  ରାଜଗାଙ୍ଗପୁରରେ ୯.୨ ମିମି ବର୍ଷା ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.