PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଅଦ୍ଭୁତପୂର୍ବ ଅଭିବୃଦ୍ଧି ଆଣିବ ଭାରତ, ପ୍ରମୁଖ ଅର୍ଥନୀତିଗୁଡ଼ିକୁ ପଛରେ ପକାଇବ: ଡବ୍ଲ୍ୟୁଇଏଫ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୭/୦୫: ବିଶ୍ୱର ପ୍ରମୁଖ ବିକାଶମୁଖୀ ଅର୍ଥନୀତିଗୁଡିକ ମଧ୍ୟରେ ଭାରତ ଅଦ୍ଭୁତପୂର୍ବ ଅଭିବୃଦ୍ଧି ହାସଲ କରିବ । ଦେଶ ଉପରେ ଏବେ ସ୍ନୋ ବଲ୍‌ ପ୍ରଭାବ ରହିଛି । ଏହା ଅଧିକ ନିବେଶ ଟାଣିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସହାୟକ ହେବ ବୋଲି ୱାର୍ଲଡ ଇକୋନୋମିକ ଫୋରମ (ଡବ୍ଲ୍ୟଇଏଫ୍‌) ଅଧ୍ୟକ୍ଷ ବର୍ଜ ବ୍ରେଣ୍ଡ୍‌ କହିଛନ୍ତି ।

ଭାରତର ଅଭିବୃଦ୍ଧି ଉପରେ ଆଶାପୋଷଣ କରି ସେ କହିଛନ୍ତି, ଭାରତ ନାଲିଫିତାବାଦ କୁପ୍ରଭାବକୁ କମାଇବା ସହ ସଂସ୍କାର ପଦକ୍ଷେପ ଗ୍ରହଣ କରିଛି । ଏଠାରେ ନିବେଶର ଏକ ଅନୁକୂଳ ବାତାବରଣ ଏବଂ ଡିଜିଟାଲ ବିପ୍ଳବ ସୃଷ୍ଟି ହୋଇଛି । ବିଶ୍ୱ ଅଭିବୃଦ୍ଧି ଏତେଟା ଆଖିଦୃଶିଆ ହେବ ନାହିଁ କିନ୍ତୁ ଭାରତ ବଜାରର ଅଭିବୃଦ୍ଧି ନେଇ ଢ଼େର ଆଶାବାଦୀ ।

ଭାରତ ଚଳିତ ଥର ଜି୨୦ର ସଭାପତିତ୍ୱ କରୁଛି । ଅଭିବୃଦ୍ଧି କ୍ଷେତ୍ରରେ ଦେଶ ପ୍ରମୁଖ ସ୍ଥାନରେ ରହିଥିବା ବେଳେ ଘରୋଇ ବଜାର ସହ ଗତ କିଛି ବର୍ଷ ହେବ ଆଇଏମ୍‌ଏଫ୍‌ ମିଳିତ ହୋଇ କାର୍ଯ୍ୟ କରୁଛି । ତେବେ ଆଗାମୀ ଦିନଗୁଡିକରେ ମଧ୍ୟ ଦେଶ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଦେଖିବ । ଅଧିକ ନିଯୁକ୍ତି ଓ ନିବେଶ ଯୋଗୁ ବୃହତ୍‌ ଭାଗ ଲୋକେ ଦାରିଦ୍ର‌୍ୟ କବଳରୁ ମୁକ୍ତ ହେବେ । ଯୁବବର୍ଗଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।ନିକଟରେ ବ୍ରେଣ୍ଡ୍‌ ଭାରତ ଗସ୍ତରେ ଅଛନ୍ତି । ଭାରତର ଜି-୨୦ ସଭାପତିତ୍ୱ ଏବଂ ବିଭିନ୍ନ ସହଭାଗିତା ନେଇ ସେ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି । ଏହା ମଧ୍ୟରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ କମ୍ପାନିଗୁଡିକର ଉଚ୍ଚ ପଦାଧିକାରୀ ସାମିଲ ରହିଛନ୍ତି ।

ଏ ପରିପ୍ରେକ୍ଷୀରେ ସେ ପୁଣି କହିଛନ୍ତି, ବିଶ୍ୱର ଅନ୍ୟ ଦେଶଗୁଡିକ ଭାରତଠାରୁ ଶିଖିବାର ଆବଶ୍ୟକତା ରହିଛି । ଏହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ହୋଇଥିବା ବେଳେ ଏଠାରେ ଉଦ୍ୟୋଗୀ ଏବଂ ନବପ୍ରବର୍ତ୍ତକଙ୍କ ପାଇଁ ଏକ ମୁକ୍ତ ସମାଜ ଓ ବାକ୍‌ ସ୍ୱାଧୀନତା ରହିଛି ।

ଏଠାରେ ଷ୍ଟାର୍ଟଅପଗୁଡିକ ଲାଗି ଏକ ବିରାଟ ଏବଂ ଦୃଢ଼ ଇକୋସିଷ୍ଟମ ରହିଛି । ଅନ୍ୟ ଅଭିବୃଦ୍ଧିଶୀଳ ଦେଶଗୁଡ଼ିକ ତୁଳନାରେ ଏ କ୍ଷେତ୍ରରେ ଭାରତ ଢ଼େର ଆଗୁଆ । ଅନ୍ୟ ଦେଶ ଭାରତକୁ ପ୍ରେରଣା ଭାବେ ନେବା ଆବଶ୍ୟକ । ଚଳିତ ବର୍ଷ ଭାରତ ୬% ଅଭିବୃଦ୍ଧି କରିବ ବୋଲି ଡବ୍ଲ୍ୟୁଇଏଫ୍‌ ଆଶାବାଦୀ, ଯାହା ପ୍ରମୁଖ ଅର୍ଥନୀତିଗୁଡିକ ତୁଳନାରେ ସର୍ବାଧିକ ।

ଭାରତର ଅଭିବୃଦ୍ଧି ଧାରାକୁ କୌଣସି ବାହ୍ୟ ଚାପ ବେଶି ପ୍ରଭାବିତ କରିପାରିବ ନାହିଁ । ୨୦୨୩ରେ ଭାରତ ୫.୮% ଏବଂ ୨୦୨୪ରେ ୬.୭% ଅଭିବୃଦ୍ଧି କରିବ ବୋଲି ଜାତିସଂଘ ନିକଟରେ ଆକଳନ କରିଛି । ଏବେ ଘରୋଇ ବଜାରର ଚାହିଦା ଉନ୍ନତ ରହିବ । ତେବେ ଉଚ୍ଚ ସୁଧହାର ଏବଂ ବିଦେଶ ବଜାରର ଚାହିଦା ପ୍ରଭାବିତ ରହିବା ଯୋଗୁ ଏହା ଘରୋଇ ବଜାରର ନିବେଶ ଉପରେ ପ୍ରଭାବ ପକାଇପାରେ ।

ଏଭଳି ସ୍ଥିତିରେ ସଂସ୍କାର ଧାରା ଜାରି, ଭିତ୍ତିଭୂମିରେ ଅଧିକ ନିବେଶ, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । କରୋନା ମହାମାରୀ ଯୋଗୁ ଉପୁଜିଥିବା ସଙ୍କଟର ସାମ୍ନା କରିବା ଲାଗି ପ୍ରୋତ୍ସାହନ ପ୍ୟାକେଜ କ୍ଷେତ୍ରରେ ଦେଶଗୁଡିକ ଅଧିକ ଖର୍ଚ୍ଚ କରୁଛନ୍ତି । ଭାରତ ଉପରେ ଋଣ ରହିଥିଲେ ମଧ୍ୟ ଏହା ସ୍ଥିତିକୁ ଭଲ ଭାବେ ସମାଧାନ କରିଛି । ଋଣ ଜନ୍ତାରେ ଏହା ଫସି ନାହିଁ ବୋଲି ସେ କହିଛନ୍ତି ।